36 ବର୍ଷ ଟ୍ରଫି ମରୁଡିର ଅନ୍ତ ଘଟଇଲା ଆର୍ଜେଣ୍ଟିନା

ଫିଫା ବିଶ୍ୱକପ କାତାର ସଂସ୍କରଣ ଫାଇନାଲରେ ଗତଥର ବିଜେତା ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ତୃତୀୟ ଥର ବିଜେତା ହୋଇଥିଲା l ଏଥି ସହିତ ଦୀର୍ଘ ଆର୍ଜେଣ୍ଟିନା ପାଇଁ 36 ବର୍ଷ ଟ୍ରଫି ମରୁଡିର ଅନ୍ତ ଘଟାଇଛନ୍ତି ଲିନେଲ ମେସି l ପୂର୍ଵରୁ ଉଭୟ ଦଳ 2ଥର ଲେଖାଏ ଟ୍ରଫି ଜିତିଥିଲା ବେଳେ ଏଥର ବାଜି ମରିନେଲା ଆର୍ଜେଣ୍ଟିନା l ଆର୍ଜେଣ୍ଟିନା 1978 ଓ 1986 ରେ ବିଜେତା ହୋଇଥିଲା ବେଳେ ଫ୍ରାନ୍ସ 1998 ଓ 2018 ରେ ବିଜେତା ହୋଇଥିଲା l ତୃତୀୟ ଥର ବିଶ୍ୱ ବିଜେତା ହେବା ଅବସରରେ ଆର୍ଜେଣ୍ଟିନା ଏବଂ ଏହାର ଅଧିନାୟକ ମେସି ଏକାଧିକ ରେକର୍ଡ ପ୍ରତିଷ୍ଠା କରିଛନ୍ତି l

ଶେଷ ଥର ପାଇଁ 1986ରେ ଆର୍ଜେଣ୍ଟିନା ବିଶ୍ୱକପ ଜିତିଥିଲା ବେଳେ ମେସି କିନ୍ତୁ ନିଜର ପଞ୍ଚମ ବିଶ୍ୱକପରେ ହିଁ ଟ୍ରଫି ଜିତିବାର ସ୍ବପ୍ନ ସାକାର କରିଥିଲେ l ନିଜର ବିଦାୟୀ ବିଶ୍ୱକପରେ ଟ୍ରଫି ତୋଳିଧରିବାର ସୌଭାଗ୍ୟ ଅର୍ଜନ କରିଥିଲେ l ଏଥି ସହିତ ସେ ଅନ୍ୟ ଦୁଇ ଆର୍ଜେଣ୍ଟିନା ଅଧିନାୟକ ଡାନିଏଲ ପାସାରେଲିଆ ଓ ଡିଏଗୋ ମାରାଡୋନା ଙ୍କ ସମକକ୍ଷ ହୋଇଛନ୍ତି l

ଆର୍ଜେଣ୍ଟିନା ମଧ୍ୟ ଜିତିବା ବା ତାଠାରୁ ଅଧିକ ଥର ବିଶ୍ୱକପ ଜିତିବା କ୍ଷେତ୍ରରେ ଜର୍ମାନୀ ଓ ଇଟାଲୀ ପଛକୁ ଚତୁର୍ଥ ଦଳ ହୋଇଛି l ସର୍ବକାଳୀନ ସର୍ବାଧିକ 5 ଥର ବିଜେତା ହେବାର ରେର୍କଡ ଏବେ ବି ବ୍ରାଜିଲା ନାମରେ ରହିଛି l

ଆଉ ଏକ ରେର୍କଡ ଭାବେ ବ୍ରାଜିଲ 2002 ପରେ ବିଶ୍ୱକପ ଜିତିବାରେ ପ୍ରଥମ ଦକ୍ଷୀଣ ଆମେରିକୀୟ ଦଳ ହେବାର ଗୌରବ ଅର୍ଜନ କରିଛି ଆର୍ଜେଣ୍ଟିନା l ଗତ 4 ସଂସ୍କରଣରେ କେବଳ ୟୁରୋପିୟ ଦଳ ହିଁ ବିଜେତା ହୋଇଥିଲା ବେଳେ ଏଥର ଫାଇନାଲ ଜିତି 20 ବର୍ଷ ପରେ ୟୁରୋପିୟ ପ୍ରତିଦ୍ୱନ୍ଧୀଙ୍କୁ ପରlସ୍ତ କରିବାରେ ଆର୍ଜେଣ୍ଟିନା ପ୍ରଥମ ଦକ୍ଷୀଣ ଆମେରିକୀୟ ଦଳ ହୋଇଛି l ଶେଷ ଥର ପାଇଁ 2002 ରେ ବ୍ରାଜିଲ 2-0ଗୋଲରେ ଜର୍ମାନୀକୁ ପରାସ୍ତ କରିଥିଲା l

ରବିବାର ଫାଇନାଲକୁ ଆସିଵା ମାତ୍ରେ ମେସି ଜଣେ ପୁରୁଷ ଖେଳାଳି ଭାବେ ସର୍ବଧିକ 26 ବିଶ୍ୱକପ ମ୍ୟାଚ ଖେଳିବାରେ ରେର୍କଡ ବହନ କରିଥିଲେ l ଏକ୍ଷେତ୍ରରେ ସେ ଜର୍ମାନୀର ଲୋଥାର ମାଥାଉସ (25) ଙ୍କୁ ପଛରେ ପକାଇ ଦେଇଥିଲେ l ମେସିଙ୍କ ଆନ୍ତର୍ଜାତିକ ଗୋଲ ସଂଖ୍ୟା ମଧ୍ୟ 98କୁ ବୃଦ୍ଧି ପାଇଛି l

ରବିବାର ଫାଇନାଲର ନିର୍ଦ୍ଧାରିତ ଏବଂ ଅତିରିକ୍ତ ସମୟରେ ଫ୍ରାନ୍ସ ବିପକ୍ଷରେ ଦୁଇଟି ଗୋଲ ମେସିଙ୍କୁ ଆଉ ଏକ ବଡ଼ ମାଇଲଖୁଣ୍ଟରେ ପହଞ୍ଚାଇଛି l ମେସି (13) ବିଶ୍ୱକପରେ ସର୍ବାଧିକ ଗୋଲ କରିବାରେ ବ୍ରାଜିଲର ମହାନ ତାରକା ପେଲେ (12)ଙ୍କୁ ଟପି ଯାଏଥିଲେ l ଏକ୍ଷେତ୍ରରେ ସେ ଜଷ୍ଟ ଫୋଣ୍ଟାଇନେ (13ଗୋଲ ) ଙ୍କ ସମକକ୍ଷ ହେଇଥିଲେ l ତେବେ ବିଶ୍ୱକପରେ ସର୍ବାଧିକ ଗୋଲ ସ୍କୋରର ହେବାର ରେର୍କଡ ଏବେ ବି ଜର୍ମାନୀର ମିରୋସ୍ଲାଭ କ୍ଲୋଜ (16)ଙ୍କ ନାମରେ ରହିଛି l ତାଙ୍କ ପଛକୁ ରହିଛି ବ୍ରାଜିଲର ରୋନାଲଡୋ ନାଜାରିଓ (15)

Leave a comment

Design a site like this with WordPress.com
Get started