ସୁନ୍ଦରଗଡ଼ ହକି ପରମ୍ପରାSundargarh hockey tradition

ଇଂରେଜ ସେନା ବାହିନୀ ଏହି ଖେଳର ମଞ୍ଜି ପୋତିଥିଲେ l ଏଣୁ ତାହା ଭାରତର କ୍ୟାଣ୍ଟନମେଣ୍ଟଗୁଡିକରେ ମଧ୍ୟ ହକି ଖେଳ ଆରମ୍ଭ ହୋଇଥିଲା l ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ସହର ସମେତ ମୁମ୍ବାଇ ଓ କୋଲକାତା ଆଦିରେ ହକି ଆରମ୍ଭ ହୋଇ କ୍ରମେ ସମଗ୍ର ଦେଶରେ ଲୋକପ୍ରିୟତା ହାସଲ କରିଥିଲା l ଆନ୍ତର୍ଜାତୀୟ ସ୍ତରରେ ଭାରତ 1980 ପର୍ଯ୍ୟନ୍ତ ଏକ ଶୀଷ ହକିଦେଶ ଭାବେ ପରିଗଣିତ ହେଉଥିଲା l 2008 ରେ ଭାରତ qualify match ରେ ପରାଜୟ ବରଣ କରିଥିବାରୁ ବେଜିଂ ଅଲମ୍ପିକରୁ ବଞ୍ଚିତ ହୋଇଥିଲା କ୍ରିକେଟର ବଢ଼ି ଚାଲିଥିବାର ଲୋକପ୍ରିୟତା ଓ ଭାରତୀୟ ହକିର ମାନରେ ହ୍ରାସ ସାଙ୍ଗକୁ ଦେଶବାସୀଙ୍କର ଏହି ଖେଳ ପ୍ରତୀ ଆଗ୍ରହ ମଧ୍ୟ ହ୍ରାସ ପାଇବା ଆରମ୍ଭ ହେଲା l

କିନ୍ତୁ ଏଇ ପ୍ରକାର ପରିସ୍ଥିତିରେ ମଧ୍ୟ ଗୋଟିଏ ଆଞ୍ଚଳରେ ହକି ପ୍ରତି ଆଗ୍ରହ ଓ ଭଲ ପାଇବା ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ l କାରଣ ସେ ଅଞ୍ଚଳରେ ହକି ହେଉଛି ସାଂସ୍କୃତିକ ଓ ସାମାଜିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ l ସେ ଅଞ୍ଚଳ ହେଉଛି ଆଦିବାସୀ ଅଧ୍ୟୁଷିତ ଛୋଟନାଗପୁର ଅଞ୍ଚଳ ଓ ଓଡିଶାର ସୁନ୍ଦରଗଡ଼ ଜିଲ୍ଲା l ଖଣି ଖାଦନରେ ଭରପୁର ସୁନ୍ଦରଗଡ଼ ଜିଲ୍ଲା ହକି ପ୍ରତିଭାର ମଧ୍ୟ ଏକ ବଡ଼ ଖଣି l 1972 ରେ ମହାନ ହକି ଖେଳାଳି ଧ୍ୟାନଚାନ୍ଦ ରାଉଲକେଲା ଆସିଥିଲେ l ସେ ସମୟରେ ସେ ସ୍ଥାନୀୟ ଆଦିବାସୀମାନଙ୍କର ହକିପ୍ରେମକୁ ଦେଖି ବିସ୍ମିତ ହୋଇଥିଲେ l

ସୁନ୍ଦରଗଡ଼ର ଆଦିବାସୀମାନଙ୍କ ମଧ୍ୟରେ ହକିକୁ ଲୋକପ୍ରିୟ କରାଇବାର ସମ୍ପୂର୍ଣ ଶ୍ରେୟ ଖ୍ରୀଷ୍ଟିଆନ ମିଶନାରୀମାନଙ୍କର l ବିଂଶ ଶତାବ୍ଦୀର ଆରମ୍ଭରେ ମିଶନାରୀମାନେ ଏହି ବଣଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଆସିଥିଲେ l 1908 ରେ ରାଜଗାଙ୍ଗ ପୁର ନିକଟସ୍ଥ କେସରାମାଲରେ ସେମାନେ ଜିଲ୍ଲାର ପ୍ରଥମ ଚର୍ଚ୍ଚ ଓ ସ୍କୁଲ ସ୍ଥାପନ କରିଥିଲେ l ପରେ ରାଉଲକେଲା ନିକଟସ୍ଥ ହମୀରପୁରରେ second ଚର୍ଚ୍ଚ କରିଥିଲେ l ମିଶନାରୀ ସ୍କୁଲରେ ପଡୁଥିବା ଆଦିବାସୀ ଛାତ୍ରମାନଙ୍କୁ ହକି ତାଲିମ ଦିଆ ଯାଉଥିଲା l ସେହି ପିଲାମାନେ ଛୁଟି ସମୟରେ ନିଜ ନିଜ ଗାଁକୁ ଯିବାବେଳେ ସେମାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ହକି ପ୍ରତି ଆକୃଷ୍ଟ ହେଲେ l ଧୀରେ ଧୀରେ ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ହକିର ପ୍ରସାର ହୋଇଥିଲା l ଜଙ୍ଗଲରେ ଥିବା ପ୍ରଚୁର ବାଉଁଶ ଓ କେନ୍ଦୁଗଛ କାଠରୁ ହକିଷ୍ଟିକ ତିଆରି କରାଯାଉଥିଲା l ଅଳ୍ପ ସମୟ ମଧ୍ୟରେ ଏହି ଖେଳ ଖ୍ରୀଷ୍ଟିଆନ ଆଦିବାସୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଥିଲା l ଗାଁ ଗାଁରେ ହକି ଖେଳ ଓ ଟୁର୍ଣାମେଣ୍ଟର ପରମ୍ପରା ଆରମ୍ଭ ହେଲା l ଗୋଟିଏ ଗାଁ ଅନ୍ୟ ଗାଁକୁ ଭୋଜି ପାଇଁ ନିମନ୍ତ୍ରଣ କରୁଥିଲା ଓ ସେହି ଅବସରରେ ଉଭୟଙ୍କ ମଧ୍ୟରେ ହକି ମ୍ୟାଚ ଅନିଷ୍ଠିତ ହେଉଥିଲା l ମ୍ୟାଚ ପରେ ବିଜୟୀ ଦଳକୁ ମା ମରିୟମଙ୍କ ମୂର୍ତ୍ତି ପୁରସ୍କାର ଦିଆ ଯାଉଥିଲା l

ଶିଳ୍ପାୟନର ପ୍ରଭାବ ଆଦିବାସୀଙ୍କ ଜୀବନ ଯାତ୍ରାକୁ ଯେମିତି ପ୍ରଭାବିତ କରିଛି, ତର ପ୍ରଭାବ ସ୍ଥାନୀୟ ହକି ଉପରେ ମଧ୍ୟ ପଡିଛି l ବର୍ତମାନ ଗାଁଗୁଡିକରେ ମଧ୍ୟ ହାତ ତିଆରି ବାଉଁଶ ଓ କେନ୍ଦୁଗଛ କାଠର ହକିଷ୍ଟିକ ପ୍ରାୟତଃ ଦେଖା ଯାଉନାହିଁ l

ସୁନ୍ଦରଗଡର ଆଦିବାସୀ ଗ୍ରାମୀଣ ଅଞ୍ଚଳରେ ହକି ଲୋକଙ୍କ ଜୀବନର ଅଙ୍ଗ ହୋଇ ଯାଇଥିବାରୁ ଏ ଅଞ୍ଚଳରେ ହକି ଖେଳାଳିଙ୍କ ଅଭାବ ନାହିଁ l ଏଠାରୁ ନିରନ୍ତର ଭାବେ ହକି ଖେଳାଳି ବାହାରୁଛନ୍ତି

ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡା ମାନଚିତ୍ରରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ଅଛି ତାହା କେବଳ ହକି ପାଇଁ ସମ୍ଭବ ହୋଇଛି l ଏହି ଖେଳ ଓଡିଶାକୁ ଏହାର ସର୍ବଶ୍ରେଷ୍ଠ କ୍ରୀଡାବିତ ଦେଇଛି l ଅଲମ୍ପିକ ଖେଳ ହେଉ କି ବିଶ୍ୱକପ ବା ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବେ ସମସ୍ତେ ଜାଣନ୍ତି ଯେ ଭାରତୀୟ ହକୀଦଳରେ ନିଶ୍ଚିତ ଭାବେ ଜଣେ ବା ଜଣେ ଓଡ଼ିଆ ଖେଳାଳି ଥିବା ଅନ୍ୟ କୌଣସି ଖେଳରେ ଆମେ ଏତେ ଆତ୍ମବିଶ୍ୱାସ ଦେଖାଇ ପରିବା ନାହିଁ l

ସୁନ୍ଦରଗଡ଼ର ଦିଲିପ ତିର୍କୀ ଭାରତର ଏକମାତ୍ର ହକି ଖେଳାଳି, ଯିଏ ଦେଶ ପକ୍ଷରୁ 400ରୁ ଉର୍ଦ୍ଧ ମ୍ୟାଚ (412)ଖେଳିଛନ୍ତି l ଆଉ ଏବେ ସେ ଦେଶର ହକି ପରିଚାଳନା କରୁଥିବା ସଂଗଠନ ହକି ଇଣ୍ଡିଆର ଅଧ୍ୟକ୍ଷ ଭାବେ ଦେୟୁତ୍ୱ ତୁଲାଉଛନ୍ତି l ବିଂଶ ଶତାବ୍ଦୀର ଆରମ୍ଭରେ ସୁନ୍ଦରଗଡ଼ ମାଟିରେ ପୋତା ଯାଇଥିବା ହକିର ମଞ୍ଜିଟି ଆଜି ଏକ ବିଶାଳ ବାଟବୃକ୍ଷରେ ପରିଣତ ହୋଇ ଯାଇଛି l

The England Army forces planted the seeds of this game. Hockey started in the cantonments of India as well. Hockey started in various cities of Punjab and Uttar Pradesh, including Mumbai and Kolkata, and gained popularity throughout the country. In 2008, India missed out on the Beijing Olympics due to their defeat in the qualifying match.With the growing popularity of cricket and the decline in the standard of Indian hockey, the country’s interest in the sport began to wane.

But even in this type of situation, it has not affected the interest and love for hockey in a region because hockey is an integral part of cultural and social life in that region. A great mine of talent too l In 1972 great hockey player Dhyan Chand came to Raulkela l At that time he was amazed to see the hockey love of the local tribals.

Most of the credit for popularizing hockey among the tribals of Sundargarh goes to the Christian missionaries. In the early 20th century, the missionaries came to this forest-covered tribal area. In 1908, they set up the district’s first church and school at Kesramal near Rajgangpur. Students were trained in hockey l The children saw Seema while visiting their villages during vacations and others were also attracted to hockey l Gradually hockey spread to the rural areas of the district l Hockey sticks were made from the abundant bamboo and kendug wood in the forest l Within a short time the game was adopted by the Christian tribes. The village became very popular l The tradition of inter-village hockey games and tournaments began l One village would invite another village for a feast and on that occasion a hockey match would be arranged between the two l After the match the winning team would be awarded with a statue of Mother Mary l

Just as the impact of industrialization has affected the way of life of the tribal people, it has also affected the local hockey. Even in today’s villages, handmade bamboo and kendugach wood hockey sticks are not often seen.

There is no dearth of hockey players in the area as hockey has become a part of life in the tribal rural areas of Sundargarh. Hockey players are constantly emerging from here.

Today, Odisha has a unique identity on the sports map both nationally and internationally, which is possible only because of hockey. This game has given Odisha some of its greatest sportspersons. In no other game have we shown so much confidence

Sundargarh’s Dilip Tirki is the only Indian hockey player who has played more than 400 matches (412) for the country and now serves as the chairman of Hockey India, the country’s governing body for hockey. l

Leave a comment

Design a site like this with WordPress.com
Get started