
ଏତେବଡ଼ ସୁଯୋଗ ଓ ସୌଭାଗ୍ୟ ପରେ ବି ପ୍ରଶଂସକମାନେ ଖୁସି ନାହାନ୍ତି l ଅନେକ କହୁଛନ୍ତି ତାଙ୍କ ପାଇଁ ଏତିକି ଯଥେଷ୍ଟ ହେଲାନି l ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ l ବିଶ୍ୱର ଶହେ ସୁନ୍ଦରୀଙ୍କ ମଧ୍ୟରେ ଅନ୍ୟତମ ହୁଅନ୍ତୁ କି ବଲିଉଡର ଆଗଧାଡିର ଅଥବା ସବୁଠୁ ଅଧିକ ଦାବିଦାର ଅଭିନେତ୍ରୀ ହୁଅନ୍ତୁ, ସେ କୋଟିପତି ମାନଙ୍କ ମଧ୍ୟରେ ଅନ୍ୟତମ ହୁଅନ୍ତୁ କି ଅତୀତର ପ୍ରଖ୍ୟାତ ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନଙ୍କ ଝିଅ ହୁଅନ୍ତୁ l

ନିକଟରେ କତାରସ୍ଥିତ ଲୁସାଇଲ ଆଇକନିକ ଷ୍ଟାଡିୟମରେ ଅନୁଷ୍ଠିତ ଫିଫା ବିଶ୍ୱକପରେ ଯେଉଁ 18 କ୍ୟାରେଟ ସୁନାରେ ତିଆରି ଟ୍ରଫି ବିଜୟୀ ଦଳ ପାଇଁ ଆସିଥିଲା, ତାହା ପୂର୍ଵତନ ପ୍ରଖ୍ୟାତ ସ୍ପେନ ଫୁଟବଲର ଆଇକର କାସିଲସଙ୍କ ସହ ଦୀପିକା ଉନ୍ମୋଚନ କରିଥିଲେ l ଦୀପିକା ଯେଉଁ ପୋଷାକରେ ପଡିଆ ଭିତରକୁ ଆସିଥିଲେ, ତାହା ଏତେ ସୁଦୃଶ୍ୟ ନ ଥିଲା ବୋଲି ତାଙ୍କର ଅନେକ ପ୍ରଶଂସକ ମତ ଦେଇଛନ୍ତି l ଜଣେ ନାମକରା ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ଫୁଟବଲ ପଡିଆକୁ ବ୍ରାଣ୍ଡ ଆମ୍ବାସଡାର ଭାବେ ନିଆଯାଇଥିଲେ ବି ତାଙ୍କ ପାଇଁ ଆକର୍ଷକ ପୋଷାକ ପ୍ରସ୍ତୁତ କରାଯାଇ ନଥିଲା l ଏହା ଦୁର୍ଭାଗ୍ୟଜନକ ବୋଲି ମଧ୍ୟ କେହି କେହି କହିଛନ୍ତି l ଫିଫା ବିଶ୍ୱକପରେ ଯଦିଓ ପ୍ରଥମ ଭାରତୀୟ ସେଲିବ୍ରିଟି ଭାବେ ବିଶ୍ୱର ଐତିହାସିକ ଫୁଟବଲ ଷ୍ଟାଡିୟମରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା, ହେଲେ ତାଙ୍କ ଗେଟଅପକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ l ହେଲେ ଦୀପିକା ଏହାକୁ ଖଣ୍ଡନ କରି କହିଛନ୍ତି ବିଶ୍ୱର ଏକ ସର୍ବବୃହତ ଓ ମର୍ଯ୍ୟାଦାଜନକ ଫୁଟବଲ ମ୍ୟାଚ ପଡିଆରେ ମୋତେ ଏପରି ପୋଷାକ ପରିଧାନ କରାଯାଇଥିବାରୁ ମୁଁ ଆୟୋଜକଙ୍କୁ କୃତଜ୍ଞତା ଜଣାଉଛି l
Leave a comment