ଡେରାଡୁନରୁ ମୁମ୍ବାଇ ଏୟାରଲିଫ୍ଟ ହେଲେ ପନ୍ତ l

କାର ଦୁର୍ଘଟଣାର ଶିକାର ହୋଇ ଡେରାଡୁନରେ ଚିକିତ୍ସାତ ହେଉଥିବା ଭାରତୀୟ କ୍ରିକେଟର ରୂଷଭ ପନ୍ଥଙ୍କୁ ବୁଧବାର ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି l ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନେତୃତ୍ୱରେ ବୋର୍ଡର ମେଡିକାଲ ଟିମ ସହିତ ଆଲୋଚନା କରାଯିବା ପରେ ଏଭଳି ନିଷ୍ପତି ନିଆଯାଇଛି l ପନ୍ତଙ୍କ ଆଣ୍ଠୁ ଲିଗାମେଣ୍ଟ ଛିଣ୍ଡିଥିବାରୁ ଚିକିତ୍ସାରେ ସାମାନ୍ୟ ବିଳମ୍ବ ହୋଇଛି l ତେଣୁ ମ୍ୟାକ୍ସ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ ନେବା ପରେ ବିସିସିଆଇ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ପନ୍ତଙ୍କୁ ମୁମ୍ବାଇ ଆଣିଛନ୍ତି l

ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କ ଲିଗାମେଣ୍ଟର ଚିକିତ୍ସା ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି l ଆବଶ୍ୟକସ୍ଥଳେ ତାଙ୍କର ଲିଗାମେଣ୍ଟ ସର୍ଜରୀ ପାଇଁ ବିସିସିଆଇ ଦ୍ଵାରା ପନ୍ତଙ୍କୁ ୟୁକେ ପଠାଯାଇପାରେ ବୋଲି ଦିଲ୍ଲୀ କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି l

ବିସିସିଆଇ ମେଡିକାଲ ଟିମକୁ ମିଳିଥିବା ସୂଚନା ଅନୁଯାଇ ପନ୍ତଙ୍କ ମଥାର ଦୁଇଟି ସ୍ଥାନରେ କ୍ଷତ ହୋଇଥିଲା ବେଳେ ଡାହାଣ କଡ଼, ଗୋଇଠି, ପାଦ ଆଗ ଏବଂ ପିଠି ପଟରେ ଆଘାତ ଲାଗିଛି l ଏଥିସହିତ ତାଙ୍କ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଛିଣ୍ଡି ଯାଇଛି l ଦୁର୍ଘଟଣା ପରେ ଜୟ ଶାହଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ଡେରାଡୁନ ମାକ୍ସ ହସ୍ପିଟାଲ ଡାକ୍ତରଙ୍କ ସହିତ ଯୋଗାଯୋଗରେ ରହିଥିଲେ ଓ ବୋର୍ଡର ପରାମର୍ଶକ୍ରମେ ତାଙ୍କ ଲିଗାମେଣ୍ଟ ଚିକିତ୍ସାକୁ ତରବରିୟା ଭାବେ ନକରିବା ପାଇଁ ଅନୁରୋଧ କରାଯାଇଥିଲା l ଲିଗାମେଣ୍ଟ ଚିକିତ୍ସା ଦାୟୁତ୍ୱ ବିସିସିଆଇ ନିଜ କାନ୍ଦକୁ ନେବା ସହ ଏହାକୁ ମୁମ୍ବାଇରେ କରାଇବା ପାଇଁ ପଦକ୍ଷେପ ନେଇଛି l ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ପୋର୍ଟ୍ସ ମେଡ଼ିସିନ କେନ୍ଦ୍ରର ମୁଖ୍ୟ ଡାକ୍ତର ଦୀନେଶ ପର୍ଦିଓ୍ୱାଲା ତତ୍ଵାବାଧାନରେ ତାଙ୍କର ଚିକିତ୍ସା ଚାଲିବ l

ଏକ ଭୟଙ୍କର କାର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିବା ଭାରତୀୟ ଯୁବା କ୍ରିକେଟର ଋଷଭ ପନ୍ତଙ୍କ ଆଣ୍ଠୁର ଲିଗାମେଣ୍ଟ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି l ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଶୁକ୍ରବାର ଏହି ଅସ୍ତ୍ରୋପଚାର କରାଯାଇଛି l ଏବେ ସେ ଡାକ୍ତରଙ୍କ ତତ୍ତ୍ୱlବଧାନରେ ରହିବେ l ପରବର୍ତ୍ତୀ ଚିକିତ୍ସା ଓ ଥଇଥାନ ସଂପର୍କରେ ଡାକ୍ତର ଦିନସ ପର୍ଦିୱାଲା ନିଷ୍ପତି ନେବେ ଏବଂ ଏହାକୁ ବିସିସିଆଇ (ଭାରତୀୟ କ୍ରିକେଟ ବୋର୍ଡ ) ର କ୍ରୀଡା ବିଜ୍ଞାନ ଓ ଭେଷଜ ଦଳ ଅନୁସରଣ କରିବେ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି l ଦୂର୍ଘଟଣା ପରେ ଡେରାଡୁନରେ ପନ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା l ସେ କୌଣସି ବାଣିଜ୍ୟକ ବିମାନରେ ଯାତ୍ରା କରିବା ସମ୍ଭବ ନଥିବାରୁ ତାଙ୍କୁ ଏୟାର ଲିଫ୍ଟ କରାଯିବାର ସମସ୍ତ ଖର୍ଚ୍ଚ ବିସିସିଆଇ ବହନ କରିଥିଲା l

K

Leave a comment

Design a site like this with WordPress.com
Get started