
ଭୁବନେଶ୍ୱର ଓ ରାଉଲକେଲାରେ ମିଳିତ ଭାବେ ଆୟୋଜିତ ହେବାକୁ ଯାଉଥିବା FIH ପୁରୁଷ ହକି ବିଶ୍ୱକପ ଖେଳିବା ଲାଗି ଆଉ ଦୁଇ ଆନ୍ତର୍ଜାତୀକ ଦଳ ଶନିବାର ଓଡିଶାରେ ପାଦ ଦେଇଛନ୍ତି l ଆୟୋଜକ ଭାରତୀୟ ଦଳ ବହୁ ଆଗରୁ ଆସି ରାଉଲକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ଚଳାଇଥିଲା ବେଳେ ଗୁରୁବାର 2ଟି ଏବଂ ଶୁକ୍ରବାର 7ଟି ଦଳ ପହଂଚି ସାରିଛନ୍ତି l

ଜର୍ମାନୀ ଦଳ ଆଲେକଜାଣ୍ଡର ଷ୍ଟାଡ଼ଲର, ମାଥିଆସ ମୁଲେର, ମାଟ୍ସ ଗ୍ରାମବୁଚ, ଲୁକାଶ ୱିଣ୍ଡଫେଡ଼ର, ଟିଓ ହିନରିକ୍ସ, ଗୋଞ୍ଜାଲୋ ପେଲେଟ, ଖ୍ରୀଷ୍ଟୋଫର ରୁର, ଜଷ୍ଟସ ୱେଇଗାଣ୍ଡ, ମାର୍କୋ ମିଲକାଉଳ, ମାର୍ଟିନ, ହାନେସ ମୂଳର, ଟିମୁର ଓରୁଜ, ଥିଏଜ ପ୍ରିଞ୍ଜ, ମୋରିଜ, ଜିଅନ ଡାନେବର୍ଗ l ଆଦ୍ରେ ହେନିଙ୍ଗ, ନିକଲାସ, ପଲ ଫିଲିପ
ଟବି ରେନଲଡ୍ସ କଟେରିଲ, ରିଜ ପାଇନେ ଗାରେଥ ଫୁରଲଙ୍ଗ, ଡାନିଏଲ l
ଅଲିମ୍ପିକ୍ସ ପରଠାରୁ ଜର୍ମାନୀ ନୂଆ ପ୍ରଶିକ୍ଷକ ପାଇଛି l ଏପରିକି ବିଶ୍ୱକପ ପାଇଁ 8 ମାସରୁ ଅଧିକ ଦିନ ପର୍ଯନ୍ତ ଦଳ ପ୍ରସ୍ତୁତି କରିଛି l ଗତବର୍ଷ ଦଳ ଖେଳିଥିବା 18 ମ୍ୟାଚରୁ 13ରେ ବିଜୟୀ ହୋଇଛି l ଏହି ବିଜୟ ଧାରାକୁ ସଙ୍ଗରେ ନେଇ ଜର୍ମାନୀ ହକି ବିଶ୍ୱକପ ଖେଳିବାକୁ ଭୁବନେଶ୍ୱରରେ ପହଞ୍ଚିଛି l ଗତ 2018 ସଂସ୍କରଣରେ ଜର୍ମାନୀ ପାଞ୍ଚମ ସ୍ଥାନରେ ରହିଥିଲା l ତେବେ ଚଳିତ ସଂସ୍କରଣରେ ଦଳର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ଅଧିନାୟକ ମାର୍ଟ୍ସ ଗ୍ରାମ୍ବସ୍କ ଆଶାବ୍ୟକ୍ତ କରିଛନ୍ତି l

ବିଶ୍ୱକପ ଆସିବା ପୂର୍ଵରୁ ସ୍ପେନରେ 6 ରାଷ୍ଟ୍ରିୟ ପ୍ରତିଯୋଗିତାରେ ଜର୍ମାନୀ ଖେଳିସାରିଛି l ତେଣୁ ଯେଉଁଠାରେ ଦୋଷ ତ୍ରୁଟି ରହିଯାଇଛି ସେଥିରେ ସୁଧାର ଆଣିବାକୁ କସରତ କରାଯାଇଛି l ସେହିପରି ଦଳ 13ଟି ପ୍ରୋ ଲିଗ ମ୍ୟାଚ ଜିତିଥିଲା ବେଳେ ବିଶ୍ୱ ମାନ୍ୟତାରେ ଶ୍ରେଷ୍ଠ ଦଳମାନଙ୍କ ମଧ୍ୟରେ ସ୍ଥାନ ପାଇଛି l ତେଣୁ ଦଳ ସବୁବେଳେ ବିଜେତା ହେବାକୁ ଚାହିଁବ l ତଥାପି ଯଦି ଜର୍ମାନୀ ପାଇଁ ବଡ଼ ସଫଳତା ହେବ ବୋଲି ପ୍ରଶିକ୍ଷକ ଆଦ୍ରେ ହେନଂ କହିଛନ୍ତି l
Leave a comment