
ତୃତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ତିନି ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି -20 ଶୃଙ୍ଖଳାକୁ ଭାରତ 2-1ରେ ଜିତିଯାଇଛି l ରାଜକୋଟରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତ 91 ରନରେ ଶ୍ରୀଲଙ୍କାକୁ ହରାଇଥିଲା l ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାରିୟରର ତୃତୀୟ ଟ୍ୱେଣ୍ଟି -20 ଶତକ ସହାୟତାରେ ଭାରତ 228/5 ରେ ପହଞ୍ଚିଥିଲା l ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ ହୋଇ 137 ରନରେ ସମସ୍ତ wicket ହରାଇଥିଲା l ଫଳରେ ଦାସୁନ ଶଣକାଙ୍କ ଦଳ ଭାରତ ମାଟିରେ ପ୍ରଥମ ଟ୍ୱେଣ୍ଟି ଶୃଙ୍ଖଳା ବିଜୟୀ ଆଶାରେ ପାଣି ଭାରି ଯାଇଥିଲି l ଅନ୍ୟପକ୍ଷରେ ଭାରତ ଲଗାତାର 12 ତମ ଘରୋଇ ଶୃଙ୍ଖଳା ଜିତିଥିଲା l ବିସ୍ଫୋରକ ପାଳି ପାଇଁ ସୂର୍ଯ୍ୟକୁମାରଙ୍କ ମ୍ୟାଚର ଶ୍ରେଷ୍ଠ ଓ ଅକ୍ଷର ପଟେଲଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା l
ଦ୍ୱିତୀୟ ମ୍ୟାଚରେ ଶୀର୍ଷ ବ୍ୟାଟରଙ୍କ ବିଫଳତା ଯୋଗୁଁ ମିଳିଥିବା ପରାଜୟ ପରେ ରାଜକୋଟରେ ଭାରତ ଟସ ଜିତି ବ୍ୟାଟିଂ କରିଥିଲେ l ହେଲେ ଇଷାନ କିଷାନ ପ୍ରଥମ ଓଭରରେ ଆଉଟ ହେବା ପରେ ଶୁବମନ ଗିଲ ଓ ରାହୁଲ ତ୍ରିପାଠୀ ଦ୍ଵିତୀୟ wicket ରେ 49 ରାନର ଭାଗିଦାରୀ କରି ଭାରତର ଆରମ୍ଭକୁ ସୁଧାରିଥିଲେ l ତେବେ ଦ୍ରୁତ ଖେଳୁଥିବା ରାହୁଲ ଏକ ସର୍ଟ ବଲକୁ ଥାର୍ଡ ମ୍ୟାନ ଅଞ୍ଚଳକୁ ଖେଳିବାକୁ ଯାଉଥିଲା ବେଳେ ଗଲି ଅଞ୍ଚଳରେ ଧରାପଡିଯାଇଥିଲେ l ଶୁବମନଙ୍କ ସହ କ୍ରିଜରେ ଯୋଗଦେଇଥିବା ସୂର୍ଯ୍ୟକୁମାର ବୋଲରଙ୍କୁ ନିର୍ଧୁମ ପ୍ରହାର କରିବା ସହ ପଡିଆରେ ଚର୍ତ୍ତୁଦିଗକୁ ଚୌକା, ଛକା ବର୍ଷା କରିଥିଲେ l ମାତ୍ର 45 ବଲରୁ ଶତକ ଅର୍ଜନ କରିଥିବା ସୂର୍ଯ୍ୟକୁମାର ଭାରତକୁ 200ରନ ପାର କରାଇବାରେ ବଡ଼ ଭୁମିକା ନେଇଥିଲେ l

ସୂର୍ଯ୍ୟକୁମାର ଯାଦବ ଶନିବାର ଶତକିୟ ପାଳି ଅବସରରେ ରୋହିତ ଶର୍ମାଙ୍କ ଦୁଇଟି କୀର୍ତ୍ତିମାନ ତଳକୁ ପହଞ୍ଚିଛନ୍ତି l 45 ବଲରୁ ଶତକ ହସଲ କରି ଦ୍ୱିତୀୟ ଦ୍ରୁତତମ ଭାରତୀୟ ହୋଇଥିଲେ l 2017 ରେ ରୋହିତ ଶର୍ମା ସମାନ ପ୍ରତିଦ୍ବନ୍ଦୀ ଶ୍ରୀଲଙ୍କା ବିପକ୍ଷରେ ମାତ୍ର 35 ବଲରୁ ଶତକ ହାସଲ କରିଥିଲେ l ସେହିଭଳି ଟ୍ୱେଣ୍ଟି -20 ଆନ୍ତର୍ଜାତୀୟରେ ତୃତୀୟ ଶତକ ହାସଲ କରି ସୂର୍ଯ୍ୟ ମଧ୍ୟ ରୋହିତ (4) ଙ୍କ ପଛରେ ପହଞ୍ଚିଛନ୍ତି l ଅଣ ଓପନର ଭାବେ ସୂର୍ଯ୍ୟ କିନ୍ତୁ ପ୍ରଥମ ଖେଳାଳି ଭାବେ 3 ଶତକ ହସଲ କରିଛନ୍ତି l
Leave a comment