ଦକ୍ଷୀଣ ଆଫ୍ରିକାକୁ ହରାଇଲା ଆରଜେଣ୍ଟିନା Argentina lost to South Africa

କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ 1 ଟାରେ ଆରଜେଣ୍ଟିନା ଓ ଦକ୍ଷୀଣ ଆଫ୍ରିକା ମ୍ୟାଚରୁ ଓଡିଶା ଏଫଆଇଏଚ ପୁରୁଷ ହକି ବିଶ୍ୱକପ 2023 ର ଶୁଭାରମ୍ଭ ହୋଇଛି l ଏହି ଉଦଘାଟନି ମୁକାବିଲାରେ ସପ୍ତମ ମାନ୍ୟତାପ୍ରାପ୍ତ ଆରଜେଣ୍ଟିନା 1-0 ଗୋଲରେ ଦକ୍ଷୀଣ ଆଫ୍ରିକାକୁ ହରାଇ ଅଭିଯାନ ଆରମ୍ଭ କରିଛି l 14 ମାନ୍ୟତାପ୍ରାପ୍ତ ଦକ୍ଷୀଣ ଆଫ୍ରିକା ପ୍ରଥମ କ୍ଵାଟରରେ ଭଲ ଖେଳି ଆର୍ଜେଣ୍ଟିନାକୁ ଚାପରେ ରଖିଥିଲା l 13 ତମ ମିନିଟରେ ଡି’ ଏରୀଆରେ ଦକ୍ଷୀଣ ଆଫ୍ରିକା ଖେଳାଳି ପ୍ରବେଶ କରିଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହେବାରୁ ଅଗ୍ରଣୀ ନେଇପାରିନଥିଲା l ଦ୍ଵିତୀୟ କ୍ଵାଟରରେ ଆରଜେଣ୍ଟିନା ଲୟକୁ ଫେରି ଆକ୍ରମଣ କରିଥିଲା l ଆରଜେଣ୍ଟିନା 17ତମ ମିନିଟରେ ଏକାଥିକ ପେନାଲଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ବିପକ୍ଷ ଗୋଲି ଏବଂ ରକ୍ଷଣଭାଗକୁ ଭେଦ କରିପାରିନଥିଲା l 24ତମ ମିନିଟରେ ଆରଜେଣ୍ଟିନାର ନିକୋଲାସ କିନାନ ଚଳିତ ବିଶ୍ୱକପରେ ପ୍ରଥମ ୟେଲୋ କାର୍ଡ ପାଇ 5 ମିନିଟ ପର୍ଯନ୍ତ ବାହାରକୁ ଯାଇଥିଲେ l 28 ତମ ମିନିଟରେ ସେହି ଆରଜେଣ୍ଟିନା ଖେଳାଳି କାଟନ ଯୁଆନ ପ୍ରଥମ ଗ୍ରୀନ କାର୍ଡ ପାଇ12 ମିନିଟ ପାଇଁ ବାହାରକୁ ଯାଇଥିଲେ l ଏହାର ଫାଇଦା ଦକ୍ଷୀଣ ଆଫ୍ରିକା ଉଠାଇ ପାରିନଥିଲା

Odisha FIH Men’s Hockey World Cup 2023 kicks off with Argentina vs South Africa match at Keeling Stadium at 1 pm. Seventh-ranked Argentina beat South Africa 1-0 in the opening match. In the 10th minute, the South African player entered the D’Area, but failed to score, but could not take the lead. In the second quarter, Argentina attacked again. In the 28th minute, Argentinian player Cotton Yuan received the first green card and went out for 12 minutes. South Africa could not take advantage of this.

Leave a comment

Design a site like this with WordPress.com
Get started