India vs New Zealand 1st ODI today ଭାରତ – ନ୍ୟୁଜୀଲାଣ୍ଡ ପ୍ରଥମ ଦିନିକିଆ ଆଜି

ହାଇଦ୍ରାବାଦ ଶ୍ରୀଲଙ୍କାକୁ 3-0 ରେ ମୂଳପୋଛ କରିବାର ମାତ୍ର 3 ଦିନ ପରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଆଉ ଏକ ଦିନିକିଆ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହୋଇଗଲାଣି l ଏଥର ପ୍ରତିଦ୍ୱନ୍ଦୀ ରହିଛି ନ୍ୟୁଜଲାଣ୍ଡ l ଏହି ଦୁଇ ଦଳ ମଧ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସୀମିତ ଓଭର (ଦିନିକିଆ ଓ ଟ୍ୱେଣ୍ଟି -20) ଶୃଙ୍ଖଳା l ପ୍ରଥମ ଦିନିକିଆ ଶୃଙ୍ଖଳା ହାଇଦ୍ରାବାଦରୁ ହିଁ ଆରମ୍ଭ ହେବ l ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳାଯିବ l ଏହି ମ୍ୟାଚ ପୂର୍ବରୁ ଭାରତ 3-0 ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ବେଳେ ପାକିସ୍ତାନକୁ ତା ଘରୋଇ ମାଟିରେ ନ୍ୟୁଜଲାଣ୍ଡ 2-1 ରେ ପରାସ୍ତ କରି ଏଠାକୁ ଆସିଛି l ତେଣୁ ନ୍ୟୁଜଲାଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ବି ଭାରତକୁ କଡା ପରିକ୍ଷାର ସମ୍ମୁଖୀନ ହେବାକୁ ପଡିବ

Just 3 days after Hyderabad thrashed Sri Lanka 3-0, Rohit Sharma’s Indian team is all set for another one-day series, this time against New Zealand. The first day of the three-match series will be played at the Rajiv Gandhi International Stadium in Hyderabad. Prior to this match, India defeated Sri Lanka 3-0, while New Zealand defeated Pakistan 2-1 on their home soil. India will face a tough test.

3-0 ଜିତିଲେ ଭାରତ ଏକ ନମ୍ବର ହେବ

ନ୍ୟୁଜଲାଣ୍ଡ ବିପକ୍ଷ ଶୃଙ୍ଖଳାକୁ 3-0 ରେ ଜିତିଲେ ଭାରତ ଆଇସିସି ଦିନିକିଆ ମାନ୍ୟତାର ଏକ ନମ୍ବର ହୋଇଯିବ l ଆଉ ଯଦି ଭାରତ ଟ୍ୱେଣ୍ଟି -20 ଶୃଙ୍ଖଳାକୁ ଯିତିନିଏ ଏବଂ ଅଷ୍ଟ୍ରେଲିଆକୁ ଟେଷ୍ଟ ଶୃଙ୍ଖଳାରେ 2-0 କିମ୍ବା 3-1 ରେ ପରାସ୍ତ କରେ ତାହାଲେ ସବୁ ଫର୍ମାଟରେ ଏକ ନମ୍ବର ମାନ୍ୟତା ହାସଲ କରିବ l ବିରାଟ କୋହିଲି ଏବଂ ଶିଖର ଧାୱନ ଭାରତୀୟ ବ୍ୟାଟର ଭାବେ ଦିନିକିଆ ଆନ୍ତର୍ଜାତୀକ ଦ୍ରୁତତମ 1000ରନ କରିଛନ୍ତି ଉଭୟେ ସମାନ 24 ଲେଖାଏ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି l ଏବେ ଶୁବମନ ଗିଲଙ୍କ ପାଇଁ ଉଭୟ କହୋଲି ଓ ଧାୱାନଙ୍କ କିର୍ତ୍ତୀମାନଙ୍କୁ ଟପିବାର ସୁଯୋଗ ରହିଛି l ଗିଲ ଏବେ ସୁଦ୍ଧା 18 ପାଳିରୁ 894 ରନ କରିସାରିଛିନ୍ତି l ନ୍ୟୁଜଲାଣ୍ଡ ଶୃଙ୍ଖଳାରେ ଆଉ 106ରନ କରିପାରିଲେ ସେ ଦ୍ରୁତତମ 1000ରନ କରିବାରେ ପ୍ରଥମ ଭାରତୀୟ ହୋଇଯିବେ l

A 3-0 series win against New Zealand will see India become number one in the ICC ODI rankings and if India sweep the Twenty20 series and beat Australia 2-0 or 3-1 in the Test series, they will claim the number one ranking in all formats.Virat Kohli and Shikhar Dhawan becomes the fastest 1000 runs in one-day internationals by an Indian batsman Both reached the milestone in the same 24 innings l Shubman Gill now has a chance to surpass both Kohli’s and Dhawan’s feats l Gill has so far scored 894 runs in 18 innings l He has 106 more runs in the New Zealand series to reach the fastest 1000 runs Become the first Indian l

ଘରୋଇ ମାଟିରେ ଭାରତର ରେକର୍ଡ ଭଲ

ଟେଷ୍ଟ ଭଳି ଦିନିକିଆ ଶୃଙ୍ଖଳାରେ ବି ଘରୋଇ ମାଟିରେ ଭାରତର ରେକର୍ଡ ଯଥେଷ୍ଟ ଭଲ l 2010 ଋତୁ ଆରମ୍ଭରୁ ଭାରତ ଘରୋଇ ମାଟିରେ 25 ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିସାରିଥିଲା ବେଳେ ସେଥିରୁ 22 ଜିତି ଆଧିପତ୍ୟ ଜାହିର କରିଛି l ଏହି ରେକର୍ଡକୁ 2023 ରେ ବଢ଼ାଇବାର ଲକ୍ଷ୍ୟ ମଧ୍ୟ ରଖିଛି l ବିଶେଷକରି ଚଳିତ ବର୍ଷ ଦିନିକିଆ ବିଶ୍ୱକପକୁ ଭରତ ଆୟୋଜନ କରୁଥିବାରୁ ନ୍ୟୁଜଲାଣ୍ଡ ଶୃଙ୍ଖଳା ମଧ୍ୟ ଗୁରୁତ୍ୱ ରଖିଛି l ଶ୍ରୀଲଙ୍କାକୁ କେବଳ 3-0 ରେ ପରାସ୍ତ କରିନଥିଲା, ଏବଂ ସର୍ବବୃହତ ବ୍ୟବଧାନରେ ମ୍ୟାଚ ଜିତି ବିଶ୍ୱ କୀର୍ତ୍ତି ମାନ ମଧ୍ୟ ରଚିଛି l ହେଲେ ନ୍ୟୁଜିଲାଣ୍ଡ ଭଳି ଦକ୍ଷ ଦଳ ବିପକ୍ଷରେ ଭାରତକୁ କଡା ଆହ୍ୱାନର ସାମ୍ନା କରିବାକୁ ପଡିବ l

Even in one-day series like Tests, India’s record on home soil is quite good. Since the start of the 2010 season, India has played 25 bilateral series on home soil, winning 22 of them. Not only did they beat Sri Lanka 3-0, but they also held the world record for the biggest match win margin. India will face a tough challenge against a talented team like New Zealand.

Leave a comment

Design a site like this with WordPress.com
Get started