
ରାଉଲକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଟେବୁଲ ଶୀର୍ଷ ସ୍ଥାନ ପାଇଁ ଲଢେଇ ହୋଇଥିଲେ l ପୁଲ ‘ଏ ‘ର ଶେଷ ମ୍ୟାଚକୁ ଜିତି ଅଷ୍ଟ୍ରେଲିଆ ସର୍ବାଧିକ 7 ପଏଣ୍ଟ ସହ ଟପ୍ପର ହୋଇଛି l ଏହାସହ ସାଧାସଳଖ କ୍ଵାଟର ଫାଇନାଲରେ ପ୍ରବେଶ କରିଛି l ଅପରପକ୍ଷେରେ ଫ୍ରାନ୍ସ ବିପକ୍ଷ ମ୍ୟାଚ ଅମମାଶୀତ ରହିଥିଲେ ସୁଦ୍ଧା ସର୍ବାଧିକ ଗୋଲ ବ୍ୟବଧାନ ଯୋଗୁଁ ଆରଜେଣ୍ଟିନା ଦ୍ୱିତୀୟ ସ୍ଥାନରେ ରହିଛି l କ୍ରସଓଭର ମାଧ୍ୟମରେ କ୍ଵାଟର ଫାଇନାଲ ପ୍ରବେଶ କରିବାକୁ ଆର୍ଜେଣ୍ଟିନା ପାଖରେ ଆଉ ଗୋଟିଏ ସୁଯୋଗ ବାକି ରହିଛି l
ଶୁକ୍ରବାର ପୁଲ ‘ଏ ‘ର ଶେଷ ମ୍ୟାଚ ଅଷ୍ଟ୍ରେଲିଆ ଓ ଦକ୍ଷୀଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା l ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ସଂପୂର୍ଣ୍ଣ ଏକତରଫା ଭାବେ 9-2 ଗୋଲରେ ଜିତିନେଇଛି l ମ୍ୟାଚର ଚତୁର୍ଥ ମିନିଟରେ ଅଷ୍ଟ୍ରେଲିଆର ବ୍ଲାକ ଗୋଭର୍ସ ପ୍ରଥମ ଗୋଲ ଦେଇ ଦଳକୁ 1-0 ରେ ଆଗୁଆ କରିଥିଲେ l ତେବେ ଏହାର ଚାରି ମିନିଟ ପରେ ଦକ୍ଷୀଣ ଆଫ୍ରିକାର ନୋବିଲ ଏନଟୋଲୀ ଗୋଲ ଶୁଝି ସ୍ଥିତି ବରାବର କରିଥିଲା l ଏହାପରେ ଅଷ୍ଟ୍ରେଲିଆ ଆକ୍ରମଣକୁ ଜୋରଦାର କରିଥିଲା l ବ୍ଲାକ ଗୋଭସ୍ରଙ୍କ ଆଉ ତିନିଟି ଗୋଲ (15,19,20 ମିନିଟ ) ଏବଂ ଟମ କ୍ରେଗ (10), ଜ୍ୟାକ ହାର୍ଭି (22), ଡାନିଏଲ ବିଲି (28), ଜେରମୀ ହେୱାର୍ଡ (32)ଓ ଟିମ ବ୍ରାଣ୍ଡ (28)ଙ୍କ ଗୋଲ ବଳରେ ସ୍କୋର 9-1 ରେ ପହଞ୍ଚିଥିଲା l ତେବେ ମ୍ୟାଚର 58 ତମ ମିନିଟରେ ଦକ୍ଷିଣ ଆଫ୍ରିକାର ଟେଭିନ କକ ଗୋଟିଏ ଗୋଲ ଦେଇ ବ୍ୟବଧାନ ହ୍ରାସ କରିଥିଲେ l ସର୍ବାଧିକ 4ଟି ଗୋଲ ସ୍କୋର କରିଥିବାରୁ ଅଷ୍ଟ୍ରେଲିଆର ବ୍ଲାକ ଗୋଭର୍ସ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି l
ଆରଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ପୁଲ ‘ଏ ‘ ର ଶେଷ ଲିଗ ମ୍ୟାଚର ଶେଷ ମିନିଟରେ ଉଭୟ ଦଳ ଗୋଟିଏ ଲେଖାଏଁ ସ୍କୋର କରି ଚମତକାର ଢଙ୍ଗରେ ମ୍ୟାଚକୁ ଅମୀମାସିତ ରଖିଥିଲେ l ଏହାସହ ବିଶ୍ୱକପରେ ଫ୍ରାନ୍ସ ବିପକ୍ଷରେ ଗୋଟିଏ ବି ମ୍ୟାଚ ଜିତିନଥିଲେ ଆରଜେଣ୍ଟିନାର ରେକର୍ଡ ଅତୁଟ ରହିଥିଲେ l ମ୍ୟାଚ ପ୍ରଥମ ମିନିଟରୁ ଉଭୟ ଦଳର ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଥିଲା l ତୃତୀୟ ମିନିଟରେ ଆରଜେଣ୍ଟିନାର ନିକୋଲାସ କିନନ ପ୍ରଥମ ଗୋଲ ଦେଇ ଦଳକୁ 1-0ରେ ଆଗୁଆ କରିଥିଲେ l ତେବେ 11 ତମ ମିନିଟରେ ଫ୍ରାନ୍ସର ଏଟିଏନ ଟାଇନିଭେଜ ଗୋଲ ଶୁଝି ସ୍ଥିତି ସମାନ କରିଥିଲେ l 34 ତମ ମିନିଟରେ ଆଜେଣ୍ଟିନାର ନିକୋଲାସ ଡେ଼ଲା ଟୋର ଆଉ ଏକ ଗୋଲ ଦେଇ ସ୍କୋର 2-1 ରେ ପହଞ୍ଚାଇଥିଲେ l ତେବେ ଫ୍ରାନ୍ସ ଅଧିନାୟକ ଭିକ୍ଟର ଚାର୍ଲେଟ ଲାଗ ଲାଗ ଦୁଇଟି ଗୋଲ (36ଓ 38 ମିନିଟ ) ଦେଇ ଦଳକୁ 3-2 ରେ ଆଗୁଆ କରିଥିଲେ l ଆରଜେଣ୍ଟିନା ଦଳ ପୁଣି ପ୍ରଭାବ ପ୍ରତ୍ୟାବର୍ତ୍ତନ କରିଥିଲା l ନିକୋଲାସଙ୍କ ଆଉ ଏକ ଗୋଲ ଯୋଗୁଁ ସ୍କୋର 3-3ରେ ସମାନ ରହିଥିଲା l ମ୍ୟାଚର 49 ତମ ମିନିଟ ଫ୍ରାନ୍ସ ଅଧିନାୟକ ଭିକ୍ଟର ଆଉ ଏକ ଗୋଲ ଦେଇ ଦଳକୁ ଆଗୁଆ କରିଥିବା ବେଳେ ଆର୍ଜେଣ୍ଟିନାର ମାର୍ଟିନ ଫେରେରୋ (51ମିନିଟ )ଗୋଲ ଶୁଝି ସ୍ଥିତି 4-4 କରି ଦେଇଥିଲେ l ମ୍ୟାଚ ଶେଷ ହେବାକୁ ଆଉ ମାତ୍ର 5-0 ରେ ଆଗୁଆ କରିଥିଲେ l ଏହାପରେ ଖୁସି ହୋଇପଡ଼ିଥିଲେ ଫ୍ରାନ୍ସ ଖେଳାଳି l କିନ୍ତୁ ମ୍ୟାଚ ଶେଷ ହେବାର ମାତ୍ର 7 ସେକେଣ୍ଡ ପୂର୍ବରୁ ଆର୍ଜେଣ୍ଟିନାର ନିକୋଲାସ ପେନାଲଟି କର୍ଣ୍ଣରକୁ ଚମକ୍ତାର ଗୋଲରେ ପରିବର୍ତ୍ତନ କରି ଷ୍ଟାଇଲରେ ମ୍ୟାଚକୁ ଡ୍ର ‘ କରିଥିଲେ l ସର୍ବାଧିକ 4ଟି ଗୋଲ ସ୍କୋର କରିଥିବା ଫ୍ରାନ୍ସ ଅଧିନାୟକ ଭିକ୍ଟର ଚାର୍ଲେଟ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି l
Leave a comment