
ଭୁବନେଶ୍ୱର ଚଳିତ ଏଫଆଇଏଚ ପୁରୁଷ ହକି ବିଶ୍ୱ କପର କ୍ଵାଟରଫାଇନାଲ ସ୍ଥାନ ପାଇଁ ସୋମଵାର ଫ୍ରାନ୍ସ -ଜର୍ମାନି ଏବଂ ଆର୍ଜେଣ୍ଟିନା – କୋରିଆ କ୍ରସଓଭର ମ୍ୟାଚ ଖେଳିବେ l ଏହି ଦୁଇଟି ଯାକ କ୍ରସ ଓଭର ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ l ଗ୍ରୁପ -ଏ ରେ ଫ୍ରାନ୍ସ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଅମୀମାସିତରୁ 4 ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଥିଲେ l ଏହି ଦଳ ଗ୍ରୁପ -ବି ର ଦ୍ଵିତୀୟ ସ୍ଥାନରେ ଥିବା ଜର୍ମାନୀ (2 ବିଜୟ,1 ଡ୍ର,7 ପଏଣ୍ଟ ) କୁ ଭେଟିବ l
ଦୁଇ ଥରର ବିଜେତା ଜର୍ମାନୀ (2002,2006) ତୃତୀୟ ଟ୍ରଫି ଲକ୍ଷ୍ୟ ରଖିଛି l କେବେ ବିଶ୍ୱକପ ଜିତିନଥିବା ଫ୍ରାନ୍ସକୁ ହରାଇ କ୍ଵାଟରରେ ପହଞ୍ଚିବା ଲକ୍ଷ୍ୟ ରହିଛି ଜର୍ମାନୀ l କ୍ଵାଟରରେ ଏହି ଦୁଇ ଦଳର ବିଜେତା ଇଂଲଣ୍ଡକୁ ଭେଟିବ l
ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଓ କୋରିଆ ପ୍ରଥମ ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିଛନ୍ତି l 2014 ରେ ତୃତୀୟ ସ୍ଥାନ ଆର୍ଜେଣ୍ଟିନାର ଶ୍ରେଷ୍ଠ ବିଶ୍ୱକପ ପ୍ରଦର୍ଶନ l ସେହିପରି କୋରିଆର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି 2002 ଓ 2006 ରେ ଚତୁର୍ଥ ସ୍ଥାନ l ଚଳିତ ସଂସ୍କରଣରେ ଆର୍ଜେଣ୍ଟିନା (1ବିଜୟ ଓ 1ଡ୍ର ) ଗ୍ରୁପ -ଏ ରେ 5 ପଏଣ୍ଟ ପାଇ ଟେବୁଲର ଦ୍ଵିତୀୟ ସ୍ଥାନରେ ଏବଂ କୋରିଆ (1 ବିଜୟ ଓ 2 ପରାଜୟ ) ଗ୍ରୁପ – ବି ରେ 3 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହି କ୍ରସ ଓଭରରେ ପହଞ୍ଚିଥିଲେ l ଏହି ମ୍ୟାଚର ବିଜୟ ଦଳ ହିଁ ବୁଧବାର କ୍ଵାଟରଫାଇନାଲରେ ନେଦରଲାଣ୍ଡ୍ସ କୁ ଭେଟିବ l
Bhubaneswar will host the France-Germany and Argentina-Korea crossover matches on Monday for a place in the quarterfinals of the current FIH Men's Hockey World Cup. Both the crossover matches will be played at the Kalinga's Stadium. The team will face Group B runners-up Germany (2 wins, 1 draw, 7 points).
Two-time winners Germany (2002, 2006) are aiming for a third trophy. Germany are aiming to reach the quarter-finals after defeating France, who have never won a World Cup. The winner of the two teams will face England in the quarter-finals.
Argentina and Korea, on the other hand, are aiming to win their first World Cup l Third place in 2014 is Argentina's best World Cup performance l Likewise Korea's best performance is fourth place in 2002 and 2006 l In this edition Argentina (1 win and 1 draw) is second in the table with 5 points in Group-A and Korea (1 win, 2 losses) finished third in Group B with 3 points and reached the crossover. The winner of this match will meet the Netherlands in the quarterfinals on Wednesday.
Leave a comment