ଭୁବନେଶ୍ୱର ବିଶ୍ୱ ମାନ୍ୟତାର 1ଓ 2 ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ବେଲଜିୟମ ପ୍ରଥମ ଦୁଇ ଦଳ ଭାବେ ଚଳିତ ହକି ବିଶ୍ୱକପରେ ସେମିଫାଇନାଲ ସ୍ଥାନ ପକ୍କା କରିଛନ୍ତି l ମଙ୍ଗଳବାରର ପ୍ରଥମ କ୍ଵାଟରଫାଇନାଲରେ 3 ଥର ବିଜେତା ଅଷ୍ଟ୍ରେଲିଆ 4-3 ଗୋଲରେ ସ୍ପେନକୁ ଏବଂ ଦ୍ୱିତୀୟରେ ବିଜେତା ବେଲଜିୟମ 2-0 ଗୋଲରେ ନ୍ୟୁଜଲାଣ୍ଡକୁ ପରାସ୍ତ କରିଥିଲା l ଅଷ୍ଟ୍ରେଲିଆ 1986,2010 ଓ 2014 ରେ ବିଜେତା ହୋଇଥିଲା ବେଳେ ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା l ଏହି ଦଳ ଲିଗ ପର୍ଯ୍ୟାୟରେ 2 ବିଜୟ ଓ 1 ଅମୀମାଂସିତରୁ 7 ପଏଣ୍ଟ ପାଇ ଗ୍ରୁପ -ଏ ଟେବୁଲର ଶିର୍ଷରେ କ୍ଵାଟରକୁ ଯୋଗ୍ୟତା ଅର୍ଜନ କରିଥିଲା l ଅନ୍ୟପକ୍ଷରେ ଭୁବନେଶ୍ୱରରେ ଗତ ସଂସ୍କରଣ ମୁକୁଟ କରାୟତ୍ତ କେଇଥିବା ବେଲଜିୟମ 2 ବିଜୟ ଓ 1 ଅମୀମାଂସିତରୁ 7 ପଏଣ୍ଟ ପାଇ ଗ୍ରୁପ – ବି ଟେବୁଲର ଶୀର୍ଷ୍ରେ ରହି କ୍ଵାଟରଫାଇନାଲ ଆସିଥିଲା l ବୁଧବାର ଖେଳାଯିବାକୁ ଥିବା ଅନ୍ୟ ଦୁଇ କ୍ଵାଟରଫାଇନାଲ (ଇଂଲଣ୍ଡ – ଜର୍ମାନୀ ଏବଂ ନେଦରଲାଣ୍ଡ୍ସ ଓ କୋରିଆ ) ର ବିଜେତା ବାହାରିବା ପରେ ଅଷ୍ଟ୍ରେଲିଆ ଓ ବେଲଜିୟମ ସେମାନଙ୍କ ସହ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ସେମିଫାଇନାଲ ଖେଳିବେ ରବିବାର ଫାଇନାଲ ଖେଳାଯିବ l
0
Leave a comment