ଭୁବନେଶ୍ୱର ଓଡିଶା ହକି ବିଶ୍ୱକପର ଫାଇନାଲରେ ମୁଁହାମୁଁହି ହେବେ ବେଲଜିୟମ ଓ ଜର୍ମାନୀ l ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇଟି ସେମିଫଇନାଲ ମଧ୍ୟରୁ ପ୍ରଥମ ମ୍ୟାଚରେ ଜର୍ମାନୀ 4-3 ଗୋଲରେ ଅଷ୍ଟ୍ରେଲିଆକୁ ଏବଂ ଦ୍ୱିତୀୟ ମ୍ୟାଚରେ ଗତ ସଂସ୍କରଣର ବିଜେତା ବେଲଜିୟମ 3-2 (2-2) ଗୋଲରେ ଉପବିଜେତା ନେଦରଲାଣ୍ଡସ କୁ ହରାଇ ଫାଇନାଲରେ ପ୍ରବେଶ କରିଛି l ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଆସନ୍ତା ରବିବାର ତୃତୀୟ ସ୍ଥାନ ପାଇଁ ପ୍ରତିଦ୍ବନ୍ଦୀତା କରିବେ l ପ୍ରଥମ ସେମିଫାଇନାଲ ଅବସରରେ ‘ସମ୍ବାଦ ‘ ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏସ. ୱାଇ. କୁରେସୀ ଏବଂ ବିଡ଼ିଓ ଉପାଧ୍ୟ୍ୟକ୍ଷ ବଲୱନ୍ତ ସିଂହ, ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କମିସନରେଟ ପୁଲିସର ଅତିରିକ୍ତ କମିସନର ଉମାଶଙ୍କର ଦାସ ଅତିଥି ଭାବେ ଯୋଗଦେଇଥିଲେ l ଦ୍ୱତୀୟ ମ୍ୟାଚ ବେଳକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ l
Leave a comment