ବାବାରଙ୍କ ବିଶ୍ୱ କିର୍ତ୍ତୀମାନର ସମକକ୍ଷ ହେଲେ ଗିଲ

ତିନି ବର୍ଷ ଧରି ଶତକ ମରୁଡିର ଅନ୍ତ ଘଟାଇଛନ୍ତି ରୋହିତ ଶର୍ମା 1101 ଦିନ ପରେ ହୋଲକର ଷ୍ଟାଡିୟମରେ ମଙ୍ଗଳବାର ନ୍ୟୁଜଲାଣ୍ଡ ବିପକ୍ଷରେ ସେ 101 ରନର ପାଳି ଖେଳିଥିଲେ l ଶେଷଥର ପାଇଁ 2020 ଜାନୁଆରୀ 19ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେ ଶତକ ମାରିଥିଲେ l ମଙ୍ଗଳବାର ନ୍ୟୁଜଲାଣ୍ଡ ବିପକ୍ଷରେ ମାରିଥିବା କ୍ୟାରୀୟରର 30 ତମ ଶତକ ବଳରେ ରୋହିତ ସର୍ବାଧିକ ଶତକ ଅର୍ଜନକାରୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି l ଏବେ ଉଭୟ ରୋହିତ ଓ ପଣ୍ଟିଂଙ୍କ ଉପରକୁ ଏହି ତାଲିକାରେ ସଚିନ ତେନ୍ଦୁଲକର (49) ଏବଂ ବିରାଟ କୋହଲି (46) ରହିଛନ୍ତି l ସବୁଠୁ ବଡ଼ କଥା ହେଲା ମୋଟ 30 ମଧ୍ୟରୁ କେବଳ 28 ଶତକ ରୋହିତ ଓପନର ଭାବେ ମାରିଛନ୍ତି l ଏକ୍ଷେତ୍ରରେ କେବଳ ତେନ୍ଦୁଲକର (45) ସବୁଠୁ ଆଗରେ ରହିଥିଲା ବେଳେ ଶ୍ରୀଲଙ୍କାର ସତନ ଜୟସୂରିଆ ମଧ୍ୟ 28 ଶତକ ଓପନର ଭାବେ ମାରିଥିଲେ l

ସେହିପରି 83 ବଲରୁ ଶତକ ମାରିବା ପରେ ଏହା ତାଙ୍କର ଦିନିକିଆରେ ଦ୍ଵିତୀୟ ଦ୍ରୁତତମ ଶତକ ହୋଇଛି l 2017ରେ ରୋହିତ ତାଙ୍କର ଦ୍ରୁତତମ ଟ୍ୱଣ୍ଟି -20 ଶତକ ଏହି ପଡିଆରେ ମାରିଥିଲେ l ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଉକ୍ତ ଟ୍ୱଣ୍ଟି -20 ମ୍ୟାଚରେ ସେ 35 ବଲକୁ ଶତକ ଅର୍ଜନ କରିଥିଲେ l

ରୋହିତ ଓ ଶୁବମନ ଗିଲଙ୍କ 212 ରନର ପ୍ରଥମ wicket ଭାଗିଦାରୀ ଭାରତ ପାଇଁ ଦିନିକିଆରେ ପାଞ୍ଚମ ସର୍ବାଧିକ ରହିଛି l ତେବେ ନ୍ୟୁଜଲାଣ୍ଡ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ ଏହା ଭାରତର ସର୍ବୋଚ୍ଚ ପ୍ରଥମ wicket ଭାଗିଦାରୀ l ଏହା ପୂର୍ବରୁ ନ୍ୟୁଜଲାଣ୍ଡ ବିପକ୍ଷ ଏହି କିର୍ତ୍ତୀ ଗୌତମ ଗମ୍ଭୀର ଓ ବୀରେନ୍ଦ୍ର ସେହବାଗ ( ଅବିଭାଜିତ 201 ରନ,2009, ହାମିଲଟନ ) ଙ୍କ ନାମରେ ଥିଲା l

ଇନ୍ଦୋରରେ ମଙ୍ଗଳବାର ଉଭୟ ରୋହିତ ଓ ଗିଲ ଶତକ ଜମାଇଥିଲେ l ଉଭୟ ପ୍ରାରମ୍ଭିକ ବ୍ୟାଟର 100 ରନ ଲେଖାଏ ସଂଗ୍ରହ କରିବାରେ ଏହା ଦଶମ ଘଟଣା ଥିଲା l ଶେଷଥର ପାଇଁ 2019ରେ ବିଶାଖାପାଟଣାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରୋହିତ ଓ କେଏଲ ରାହୁଲ 100 ରନ ଲେଖାଏ ସ୍କୋର କରିଥିଲେ l

ଅନ୍ୟପକ୍ଷରେ କୌଣସି ତିନି ମ୍ୟାଚ ବିଶିଷ୍ଟ ଦ୍ବିପାକ୍ଷୀକ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ସର୍ବାଧିକ ରନ କରିବାରେ ବିଶ୍ୱ କିର୍ତ୍ତୀମାନ ରଖିଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ସମକକ୍ଷ ହୋଇଯାଇଛନ୍ତି ଗିଲ l ଚଳିତ ନ୍ୟୁଜଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଗିଲ ମୋଟ 360 ରନ କରିଥିଲା ବେଳେ ବାବର ଆଜମ 2016ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ 360 ରନ କରିଥିଲେ l ବାବର ସେହି ଶୃଙ୍ଖଳାର ତିନିତିଯାକ ମ୍ୟାଚରେ କ୍ରମଗତ ଶତକ ଜମାଇଥିଲା ବେଳେ ଗିଲ ଗୋଟିଏ ଦ୍ବିଶତକ, ଗୋଟିଏ ଶତକ ଏବଂ ଅପରାଜିତ 40 ରନ କରିଛନ୍ତି l

3ମ୍ୟାଚ ବିଶିଷ୍ଟ ନ୍ୟୁଜଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଶୁବମନଙ୍କ ଏହା ଦ୍ଵିତୀୟ ଏବଂ କ୍ୟାରୀୟରର ଚତୁର୍ଥ ଶତକ ଥିଲା l ଗିଲ ମଧ୍ୟ ଭାରତୀୟ ଓପନରଙ୍କ ମଧ୍ୟରେ ଚତୁର୍ଥ ଶତକ (କମ ପାଳି ବିର୍ତ୍ତିରେ )ଅର୍ଜନ କରିବାରେ ଶିଖର ଧାୱନଙ୍କୁ ପଛରେ ପକାଇ ଦେଇଛନ୍ତି l ଶିଖର 4 ଶତକ ପାଇଁ 24 ପାଳି ଖେଳିଥିଲା ବେଳେ ଶୁବମନ ଏହାକୁ 21 ପାଳିରେ ପୂରଣ କରିଥିଲେ l

Leave a comment

Design a site like this with WordPress.com
Get started