କମ ସ୍କୋର ବିଶିଷ୍ଟ ରୋମାଞ୍ଚକର ମ୍ୟାଚରେ ଭାରତ 6 wicket ରେ ନ୍ୟୁଜଲାଣ୍ଡକୁ ପରାସ୍ତ କରି ଶୃଙ୍ଖଳାରେ ଉଜ୍ଜୀବିତ ରହିଛି l Lucknow ରେ ରବିବାର ଖେଳାଯାଇରହିବା ଦ୍ଵିତୀୟ ମ୍ୟାଚରେ ନ୍ୟୁଜଲାଣ୍ଡ ଧାର୍ଯ୍ୟ କରିଥିବା 100 ରନର ଲକ୍ଷକୁ ଭାରତ 19.5 ଓଭରରେ ହାସଲ କରିଥିଲା l ଏହି ବିଜୟ ପରେ ଶୃଙ୍ଖଳା 1-1 ସମାନ ସ୍ଥିତିରେ ରହିଛି l ଅହମଦାବାଦରେ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ଫେବୃଆରୀ 1 ତାରିଖ ଦିନ ଖେଳାଯିବ l
ଟସ ଜିତି ନ୍ୟୁଜଲାଣ୍ଡ ବ୍ୟାଟିଂ କରିଥିଲେ ବି ଭାରତୀୟ ସ୍ପିନରଙ୍କ ଜାଲରେ ଫସିଯାଇଥିଲା ଦଳର କୌଣସି ଖେଳାଳି ହାତଖୋଲା ସଟ ଖେଳିପାରୁନଥିଲେ l ଯାହାକୁ ସୁଯୋଗ ନେଇ ୱାସିଂଟନ ସୁନ୍ଦର, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ 60 ରନ ମଧ୍ୟରେ ଅଧା ଖେଳାଳିଙ୍କୁ ଆଉଟ କରିବାରେ ସଫଳ ହେଇଥିଲେ l ଏପରିକି ପିଚରେ ସ୍ପିନ ଅଧିକ କାମ ଦେଉଥିବାରୁ ନିୟମିତ ଦ୍ରୁତ ବୋଲର ଅର୍ଶଦୀପ ସିଂ ଓ ଶିବମ ମାଭିଙ୍କୁ ବି 17 ଓଭର ପରେ ବିଳମ୍ବରେ ବୋଲିଂ କରିବାକୁ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଚାହିଁଥିଲେ l ଭ୍ରାମଣକରି ଦଳ ପାଇଁ କେବଳ ଅଧିନାୟକ ମିଚେଲା ଅଧିକ ରନ (19) ସଂଗ୍ରହ କରିଥିଲାବେଳେ ଅତିରିକ୍ତ ଭାବେ ମିଟିଥିବା 10 ରନ ସହାୟତାରେ ଦଳ 99/8 ରେ ପାଳି ସମାପ୍ତ କରିଥିଲା l 100ରନ କୁ ପିଛା କରିବାକୁ ଯାଇ ଭାରତ ମଧ୍ୟ୍ୟ ସମଦଶା ଭୋଗିଥିଲେ l ପିଚରୁ ବ୍ୟାଟରଙ୍କ ପାଇଁ କୌଣସି ସହାୟତା ଏଥିବାରୁ ଭାରତୀୟ ଖେଳାଳିମାନେ 1-2 ରନ ଉପରେ ଅଧିକ ନିର୍ଭୟ କରିଥିଲେ l ତେବେ ଅବିଭାଜିତ ପଞ୍ଚମ wicket ରେ ସୂର୍ଯ୍ୟକୁମାର ଯାଦବ ଓ ହାଦ୍ଦିକ ପାଣ୍ଡ୍ୟାଙ୍କ ଯୋଡି 31 ରନ ସଂଗ୍ରହ କରି ଗୋଟିଏ ବଲ ପୂର୍ବରୁ ଭାରତକୁ jitae
Leave a comment