ବଜେଟ 2023-24( ବଦଳିଲା ଆୟକର ଢାଞ୍ଚା l 7 ଲକ୍ଷ ଆୟ ଯାଏ ଟିକସ ରିହାତି )

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ 2023-24 ଆର୍ଥିକ ବର୍ଷ ଲାଗି 45 ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ ଆଗତ କରିଛନ୍ତି l ସାରା ବିଶ୍ୱ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଅଭିବୃଦ୍ଧି ଜାରି ରଖିବା ଲାଗି ଉଦ୍ୟମ କରିଛନ୍ତି l ଆର୍ଥିକ ସ୍ତିତିକୁ ମଜବୁତ ରଖିବା ସହିତ ଜନସାଧାରଣଙ୍କ ଆଶା ପୂରଣ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି l ବ୍ୟକ୍ତିଗତ ଆୟକର ରିହାତି ସୀମାରେ କିଛି ରିହାତି ଦିଆଯାଇଛି, ଅନେକ ଲୋଭନୀୟ କ୍ଷୁଦ୍ର ସଂଚୟ ସ୍କିମ ଘୋଷଣା କରାଯାଇଛି l ପୁଞ୍ଜି ବ୍ୟୟରେ ସର୍ବାଧିକ ବୃଦ୍ଧି କରାଯାଇଛି l ବଜେଟରେ କୃଷି, ମଧ୍ୟବିତ୍ତ ଶ୍ରେଣୀ, ମହିଳା, ସବୁଜ ଶକ୍ତି, ଡିଜିଟାଲ ଭାରତକୁ ବୃଦ୍ଧି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି l ବ୍ୟକ୍ତିଗତ ଆୟକର ରିହାତି ସୀମା 5 ଲକ୍ଷରୁ 7ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି l ଶେଭିଂ ସ୍କିମରେ ବରିଷ୍ଠ ନାଗରିକଙ୍କ ପାଇଁ ଜମା ସୀମା 30 ଲକ୍ଷ ଟଙ୍କାକୁ (ଦୁଇ ଗୁଣା ) ବୃଦ୍ଧି କରାଯାଇଛି l ମହିଳାମାନଙ୍କ ପାଇଁ ନୂଆ ସେଭିଂ ସ୍କିମ ଘୋଷଣା କରାଯାଇଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 66 ପ୍ରତିଶତ ବୃଦ୍ଧି କରାଯାଇଛି l ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦି ସରକାରଙ୍କ ଦ୍ଵିତୀୟ ଇନିଂସର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ l ତେଣୁ ଏଥିରେ ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି l କ୍ରମାଗତ ଷଷ୍ଠ ଥର ଲାଗି ବଜେଟ ଉପସ୍ଥାପନ କରି ସୀତାରମଣ ଏହାକୁ ଅମୃତକାଳ ବଜେଟ ବୋଲି ବର୍ଣ୍ଣନା କରିଛନ୍ତି l

ମୁଖ୍ୟ ଘୋଷଣା

  • ଫୋକସରେ ବିକାଶ, ଭିର୍ତ୍ତିଭୂମି, ଗରିବ ଓ ମଧ୍ୟବିତ୍ତ l
  • ଚାଷୀ, ମହିଳା, ଯୁବବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ l
  • ନଜରରେ ଓବିସି, ଜାତି ଓ ଉପଜାତି l
  • ପ୍ରଧାନମନ୍ତ୍ରୀ ଆବାସ ବ୍ୟୟ ଅଟକଳ 79000 କୋଟିକୁ ବଢିଲା l
  • 157 ମେଡିକାଲ କଲେଜ ପାଖରେ ହେବ 157 ନୂତନ ନସିଂ କଲେଜ l
  • ପଶୁପାଳନ, ଡେରି ଓ fish farming ପାଇଁ 20 ଲକ୍ଷ କୋଟିର କୃଷି ଋଣ l
  • ଏସଏଚଜି ମଧ୍ୟ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ l
  • ସାଧାରଣ ବ୍ୟବସାୟ ପାଇଁ ପରିଚୟ ପତ୍ର ଏବେ ପାନ ର୍କାଡ
  • ଏକଲବ୍ୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ 38,800 ଶିକ୍ଷକ ଓ କର୍ମଚାରୀ l
  • 1 ଲକ୍ଷ ପୁରୁଣା ଅଭିଲେଖାଗାରର ଡିଜିଟାଇଯେସନ ନିଷ୍ପତି
  • ଦେଶରେ ଆଉ 50 ଟି ନୂଆ ବିମାନବନ୍ଦର ଓ ହେଲିପ୍ୟାଡ଼
  • ରେଳବାଇର ପୁଞ୍ଜିବ୍ୟୟ 2.40 ଲକ୍ଷ କୋଟିକୁ ବୃଦ୍ଧି l

କଣ ଶସ୍ତା, କଣ ମହଙ୍ଗା ହେବ

ଶସ୍ତା ହେବ

  • ମୋବାଇଲ ଫୋନ ପାଟ୍ସ l
  • ଟିଭି ପ୍ୟାନେଲ ପାର୍ଟସ l
  • ଲିଥିୟମ ଆୟନ ବ୍ୟାଟେରୀ ମେସିନ
  • ଇଭି ଶିଳ୍ପର କଞ୍ଚାମାଲ l

ମହଙ୍ଗା ହେବ

  • ସୁନା ବାରରୁ ତିଆରି ସାମଗ୍ରୀ l
  • ସିଗାରେଟ l
  • ଇନଭିଟେସନ ଗହଣା, ରୁପା l
  • ଇଲେଟ୍ରିକ କିଚେନ ଚିମନି l
  • ଆମଦାନୀ ସାଇକଲ ଓ ଖେଳଣା l
  • ଇଲେକ୍ଟ୍ରୋନିକ୍ସ ଗାଡି ଆମଦାନୀ l

45 ଲକ୍ଷ କୋଟିର ବଜେଟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2023-24 ଆର୍ଥିକ ବର୍ଷ ପାଇଁ 45 ଲକ୍ଷ 3 ହଜାର 97 କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି l ସେ ଜଣାଇଛନ୍ତି ଯେ ମୋଟ ପ୍ରାପ୍ତି ମଧ୍ୟ 45, 03, 097 କୋଟି ଟଙ୍କା ରହିବ l ସେଥିରୁ ରାଜସ୍ୱ ପ୍ରାପ୍ତି ହେଉଛି 26 ଲକ୍ଷ 32 ହଜାର 281 କୋଟି ଟଙ୍କା ଏବଂ ପୁଞ୍ଜି ପ୍ରାପ୍ତି ହେଉଛି 18 ଲକ୍ଷ 70 ହଜାର 816 କୋଟି ଟଙ୍କା l ରାଜସ୍ୱ ନିଅଣ୍ଟ 8,69,855 କୋଟି ଟଙ୍କା ସ୍ତରରେ ରହିଛି l ବିର୍ତ୍ତୀୟ ନିଅଣ୍ଟ ପରିମାଣ 17 ଲକ୍ଷ 86 ହଜାର 816 କୋଟି ଟଙ୍କା ହେବ l ବିତ୍ତିୟ ନିଅଣ୍ଟ 6.7 ପ୍ରତିଶତ,2022-23 ରେ 6.4 ପ୍ରତିଶତ ଏବଂ ଚଳିତ ଆର୍ଥିକ ବର୍ଷରେ ମଧ୍ୟ 6.4 ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିବ l ଏହାକୁ ଆସନ୍ତା ଆର୍ଥିକ ବର୍ଷରେ କମ କରିବାକୁ ସରକାର ଉଦ୍ୟମ କରିବେl

କେଉଁ ଯୋଜନାକୁ କେତେ

ୋଜନା ବ୍ୟୟବରାଦ

ୟୁରିଆ ସବସିଡି = 1,31,100କୋଟି

ଏଫସିଆଇକୁ ସବସିଡ଼ି = 1,37,207 କୋଟି ମନରେଗା = 60,000କୋଟି ଆୟୁଷ୍ମାନ ଭାରତ = 7200 କୋଟି ଜଳ ଜୀବନ ମିସନ = 70,000କୋଟି ପିଏମ – କିଷାନ = 60 000କୋଟି

  • ଜାତୀୟ ଶିକ୍ଷା ମିସନ = 38,953 କୋଟି
  • ଜାତୀୟ ସ୍ୱାସ୍ଥ୍ୟ ମିସନ = 36,785 କୋଟି
  • ଜାତୀୟ ଜୀବିକା ମିସନ = 14,129କୋଟି
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା = 79, 590 କୋଟି
  • ଫସଲ ବୀମା ଯୋଜନା = 13,625କୋଟି
  • ସଂଶୋଧିତ ସୁଧ ଛାଡ଼ ସ୍ମିମ = 23000କୋଟି
  • ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା = 10,787କୋଟି
  • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା = 19,000 କୋଟି
  • ପ୍ରଧାନମନ୍ତ୍ରୀ କୃଷି ସିଂଚାର ଯୋଜନା = 10,787 କୋଟି
  • ସ୍ୱଚ୍ଛ ଭାରତ ମିସନ = 5000 କୋଟି
  • ସ୍ୱଚ୍ଛ ଭାରତ ମିସନ ଗ୍ରାମୀଣ = 7192 କୋଟି
  • ଅମୃତ ଓ ସ୍ମାର୍ଟ ସିଟି ମିସନ = 16000କୋଟି
  • ପିଏମ – ପୋଷଣ = 11,600କୋଟି
  • ସକ୍ଷମ ଅଙ୍ଗନାବାଡ଼ି ଓ ପୋଷଣ 2.0 = 20,554 କୋଟି
  • ପୁଷ୍ଟି ଭିତିକ ସବସିଡି = 44, 000କୋଟି
  • ନୌସେନା = 24,200କୋଟି
  • ସେନା ଉପକରଣ = 21,300କୋଟି
  • ବାୟୁସେନା ଉପକରଣ = 36,223 କୋଟି
  • ନୌସେନା ଉପକରଣ = 500କୋଟି
  • ମେଟ୍ରୋ ପ୍ରକଳ୍ପ = 19,518 କୋଟି
  • ଗ୍ୟାରେଣ୍ଟି ଜରୁରୀକାଳୀନ ଋଣ ଲାଇନ = 14,100କୋଟି
  • ତୈଳ କଂପାନିଙ୍କୁ ପୁଞ୍ଜି ସହାୟତା = 30,000 କୋଟି
  • ଏନଏଚଏଆଇ = 1,62,.207 କୋଟି
  • ଏମପିଲ୍ୟାଡ଼ = 3959 କୋଟି
  • ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ = 5943 କୋଟି
  • ଖେଲୋ ଇଣ୍ଡିଆ = 1000 କୋଟି
  • ଜାତୀୟ ଆଦିବାସୀ କଲ୍ୟାଣ କାର୍ଯ୍ୟକ୍ରମ = 655କୋଟି
  • R

Leave a comment

Design a site like this with WordPress.com
Get started