ଗିଲଙ୍କ ପ୍ରଥମ ଟ୍ୱେଣ୍ଟି -20 ଶତକ

ତୃତୀୟ ମ୍ୟାଚକୁ 168 ରନରେ ହାରିଲା ନ୍ୟୁଜଲାଣ୍ଡ l ଭାରତ 2-1 ରେ ଶୃଙ୍ଖଳା ଜିତିଲା l

ଅହମଦାବାଦ ଶୁବମନ ଗିଲଙ୍କ ପ୍ରଥମ ଟ୍ୱେଣ୍ଟି -20 ଆନ୍ତର୍ଜାତିକ ଶତକ ସହ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଶ୍ରେଷ୍ଠ ବୋଲଂ ଚିତ୍ର (4-0-16-4) ବଳରେ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜଲାଣ୍ଡକୁ 168 ରାନରେ ପରାସ୍ତ କରି ଭାରତ 3 ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି -20 ଶୃଙ୍ଖଳାକୁ 2-1 ରେ ଜିତିନେଇଛି l ଏଥିସହିତ ଚଳିତ ବର୍ଷ ଭାରତ ଲଗାତାର ଦ୍ୱିତୀୟ ଟ୍ୱେଣ୍ଟି -20 ଶୃଙ୍ଖଳା ବିଜୟ ପାଇଛି ବର୍ଷ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ସମାନ 2-1 ବ୍ୟବଧାନରେ ଶୃଙ୍ଖଳା କବଜା କରିଥିଲା l ଏବେ ନ୍ୟୁଜଲାଣ୍ଡ ବିପକ୍ଷରେ 168 ରନରେ ଜିତି ଭାରତ ଆନ୍ତର୍ଜାତିକ ଟ୍ୱେଣ୍ଟି -20 ରେ ସର୍ବବୃହତ ବ୍ୟବଧାନ ବିଜୟ ପାଇପାରିଛି l ଏଥିପୂର୍ବରୁ 2018 ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ 143 ରନରେ ମ୍ୟାଚ ଜିତିଥିଲା l ମୋଟାମୋଟି ଭାବେ ସର୍ବବୃହତ ରନ ବ୍ୟବଧାନ ବିଜୟରେ ଶ୍ରୀଲଙ୍କା ପଛକୁ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି l ଶୁବମନ ଗିଲ ମ୍ୟାଚର ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ l

ବୁଧବାର ନିର୍ଣ୍ଣାୟକ ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲେ ହେଁ ଦ୍ଵିତୀୟ ଓଭରରେ ଇଷାନ କିଷାନ ଆଉଟ ହୋଇହରୋଇ ଦଳକୁ ପ୍ରଥମ ଝଟକା ଦେଇଥିଲେ l ତେବେ ଶୁବମନଙ୍କ ସହ ରାହୁଲ ତ୍ରିପାଠୀ ଭାର ସମ୍ବଳି ନେଇଥିଲେ l ପାଖାପାଖୀ 1000 ହରରେ ରନ ସଂଗ୍ରହ କରିବା ସହ ଉଭୟ ଦ୍ଵିତୀୟ wicket ରେ 80 ରନର ଭାଗିଦାରି ଗଢି ଭାରତକୁ ଦୃଢ଼ ସ୍ଥିତିରେ ରଖିଥିଲେ l ପରେ ସୂର୍ଯ୍ୟକୁମାର ଯାଦବ 4 ଓଭର ପର୍ଯନ୍ତ ଶୁବମନଙ୍କ ସହ ଖେଳି ଦଳକୁ ଶହେ ପାର କରାଇଥିଲେ l ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ସାଥି କରି ଶୁବମନ ଚତୁର୍ଥ wicket ରେ 103 ରନ ଯୋଡିବା ସହ ଦ୍ରୁତ ରନ ସଂଗ୍ରହ କରି ଦଳୀୟ ରନକୁ

Leave a comment

Design a site like this with WordPress.com
Get started