Australia’s lowest score in India: Ashwini equals Kumble (ଭାରତରେ ଅଷ୍ଟ୍ରେଲିଆର ସର୍ବନିମ୍ନ ସ୍କୋର : କୁମ୍ବଲେଙ୍କ ସମକକ୍ଷ ହେଲେ ଅଶ୍ୱିନୀ )

ଭାରତର ଆଉ ଏକ ପାଳି ବିଜୟ ଭିତରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ମାଟିରେ ନିଜ ସର୍ବନିମ୍ନ 91 ରନ କରିଛି l ପୂର୍ବରୁ 2004ରେ ଅଷ୍ଟ୍ରେଲିଆ ମୁମ୍ବାଇରେ 93 ରନ ଏବଂ 1959ରେ କାନପୁରରେ 105 ରନ କରିଥିଲା l 91 ରନ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ଭାରତ ବିପକ୍ଷରେ ଦ୍ଵିତୀୟ ସର୍ବନିମ୍ନ l 1981 ରେ ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର 83 ରାନରେ ଅଲଆଉଟ କରିଥିଲେ l ଉଭୟ ପାଳିରେ ଅଲଆଉଟ ହୋଇ ଅଷ୍ଟ୍ରେଲିଆ ସଂଗ୍ରହ କରିଥିବା 268 ରନ ( 177 ଓ 91) ମଧ୍ୟ ଦଳ ପାଇଁ ସର୍ବନିମ୍ନ l 2004 ମୁମ୍ବାଇ ଟେଷ୍ଟରେ ଅଷ୍ଟ୍ରେଲିଆ 196 ରନ ( 203 ଓ 93 ) କରିଥିଲା l

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଞ୍ଚମ ଥର ପାଇଁ ପାଳି ବିଜୟ ସଫଳତା ପାଇଛି l ଶେଷ ଥର ପାଇଁ ଭାରତ 2013 ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆକୁ ଏକ ଘରୋଇ ଟେଷ୍ଟରେ ପାଳି ବ୍ୟବଧାନରେ ହରାଇଥିଲା l

ରବିଚନ୍ଦ୍ରନ, ଅଶ୍ୱିନୀ ଶନିବାର ନିଜ 31 ତମ 5 wicket ସଫଳତା ପାଇଥିଲେ l ଭାରତରେ କିନ୍ତୁ ଏହା ତାଙ୍କ 25 ତମ wicket ଦଖଲ l ଏଥି ସହିତ ସେ ଅନିଲ କୁମ୍ବଲେଙ୍କ କିର୍ତ୍ତୀମାନର ସମକକ୍ଷ ହୋଇଛନ୍ତି l ନିଜ ଘରୋଇ ମାଟିରେ ଏହି ଦୁଇ ଜଣଙ୍କ ଛଡା କେବଳ ମୁଥୟା ମୁରଲୀଧରନ (45) ଏବଂ ରଙ୍ଗନା ହେରାଥ (26) ଅଧିକ ଥର 5 wicket ସଫଳତା ପାଇଛନ୍ତି l

ଅଷ୍ଟ୍ରେଲିଆର 5 ଜଣ ବାମହାତି ବ୍ୟାଟର ଉଭୟ ପାଳିରୁ ମିଳିତ ଭାବେ 67 ରନ ସଂଗ୍ରହ କରିଛନ୍ତି l ଭାରତର ଦୁଇ ବାମହାତୀ (ରବୀନ୍ଦ୍ର ଜାଦେଜା -ଅକ୍ଷର ପଟେଲ )ବ୍ୟାଟର ମିଳିତ ଭାବେ 154 ରନ କରିଥିଲେ ଗୋଟିଏ ପାଳିରୁ l

ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆକୁ ମୋଟ 10 ଏଲବିଡବଲ୍ୟୁ ଆଉଟ ମିଳିଥିଲା l କଙ୍ଗାରୁ ଦଳ ପାଇଁ ଏହା ସର୍ବାଧିକ l ଭାରତ ବିପକ୍ଷରେ ପୂର୍ବ ସର୍ବାଧିକ 9 ଥିଲା 2001 କୋଲକାତା ଟେଷ୍ଟରୁ l ଗତବର୍ଷ ଗଲ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ 9 ଏଲବିଡ଼ବଲ୍ୟୁର ଶିକାର ହୋଇଥିଲା l ଅଷ୍ଟ୍ରେଲିଆର ଦ୍ଵିତୀୟ ପାଳିରେ 6 ଏଲବିଡ଼ବଲ୍ୟୁ ମଧ୍ୟ ଭାରତ ପାଇଁ ଏକ ଯୁଗ୍ମ ସର୍ବୋଚ୍ଚ l

Leave a comment

Design a site like this with WordPress.com
Get started