ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣର ଖେଳାଳି ନିଲାମରେ ଭଲ ପ୍ରତିଦ୍ବନ୍ଦୀତା ଦେଖିବାକୁ ମିଳିଛି l ଏମାନଙ୍କ ଭିତରୁ ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳୀ ଭାବେ ବିକ୍ରି ହୋଇଛନ୍ତି l ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) 3 କୋଟି 40 ଲକ୍ଷ ଟଙ୍କାରେ କିଣିଛି l ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ RCB ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଲଢେଇ ହୋଇଥିଲା l ଶେଷରେ RCB ମନ୍ଧାନାଙ୍କୁ ସବୁଠୁ ଅଧିକ ଦରରେ କିଣିବାରେ ସଫଳ ହୋଇଥିଲା l ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମୁମ୍ବାଇ ଅପେକ୍ଷାକୃତ ଶସ୍ତାରେ କିଣିପାରିଛି l ଏପରିକି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ହର୍ମନପ୍ରୀତ ଦାମୀ ଖେଳାଳ ହୋଇପାରିନାହାନ୍ତି l ଏହି ଫ୍ରାଞ୍ଚାଇଜ ଇଂଲଣ୍ଡର ନାତାଲି ସ୍କଭରଙ୍କୁ 3.2 କୋଟି ଟଙ୍କାରେ କିଣିଛି l କେବଳ ଏତିକି ନୁହେଁ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଅଧିକ ଦରରେ କିଣା ହୋଇଥିବା ଶୀର୍ଷ 5 ଖଳାଳୀଙ୍କ ଭିତରେ ବି ହର୍ମନପ୍ରୀତ ସ୍ଥାନ ପାଇନାହାନ୍ତି l
ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ୱାରିଅର୍ସ 2.6 କୋଟି ଟଙ୍କାରେ, ଯେମିମା ରଦ୍ରିଗୁଏଜ ଓ ପ୍ରାରମ୍ବିକ ବ୍ୟାଟର ତଥା 19 ବର୍ଷରୁ କମ ବିଶ୍ୱକପ ବିଜେତା ଦଳର ଅଧିନାୟିକା ଶେଫାଳି ବର୍ମାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଯଥାକ୍ରମେ 2.2 କୋଟି ଓ 2 କୋଟି ଟଙ୍କାରେ କିଣିଛି l ଭାରତୀୟ ଖେଳାଳିଙ୍କ ମଧ୍ୟରୁ ମୋଟ 10 ଜଣଙ୍କୁ 1 କୋଟି କିମ୍ବା ଏହାଠୁ ଅଧିକ ଟଙ୍କାରେ କିଣାଯାଇଛି l ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଆସଲେ ଗାର୍ଡନର ଓ ଇଂଲଣ୍ଡର ନାତିଲି ସ୍କୁଭର 3.2 କୋଟି ଟଙ୍କା ଲେଖାଏରେ କିଣା ହୋଇ ବିଦେଶୀ ଖେଳାଳିଙ୍କ ମଧରେ ଦାମୀ ଖେଳାଳି ହୋଇପାରିଛନ୍ତି l ମୋଟ 87 ଜଣ ଖେଳାଳିଙ୍କୁ ବିଭିନ୍ନ ଦଳ କିଣିଥିଲା ବେଳେ ସେମାନଙ୍କ ମଧ୍ୟରେ 30 ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ l ଖେଳାଳିମାନଙ୍କୁ କିଣିବା ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ 59.5କୋଟି ଟଙ୍କା ଖର୍ଚ୍ଚ କରିଥିଲେ l ସୂଚନାଯୋଗ୍ୟ ନିଲାମ ପାଇଁ 448 ଜଣ ଖେଳାଳିଙ୍କ ନାମକୁ ଚଡାନ୍ତ ତାଲିକାରେ ସାମିଲ କରାଯାଇଥିଲା l
Leave a comment