latest news on adani power in odia news

ଗୌତମ ଆଦାନୀ ଗୁଜରାଟର ଏହି ବ୍ୟବସାୟୀ କେବଳ ଭାରତ ନୁହେଁ ବିଶ୍ୱବ୍ୟାପି ଏକ ପରିଚିତ ନାମ l ଅଳ୍ପ ଦିନ ଭିତରେ ନିଜ ସମ୍ପତ୍ତିକୁ ଅସମ୍ଭବ ବେଗରେ ବଢ଼ାଇ ସେ ଇର୍ଷାଣୀୟ ସଫଳତା ପାଇଥିଲେ l କିଛି ମାସ ପୂର୍ବେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟସ, ଆମାଜନ ମୁଖ୍ୟ ଜେଫ ବେଜୋସଙ୍କ ଭଳି ଧନୀଙ୍କୁ ପଛରେ ପକାଇ ସେ ବିଶ୍ୱର ତୃତୀୟ ବଡ଼ ଧନୀ ଭାବେ ଉଭା ହୋଇ ସାରା ବିଶ୍ୱକୁ ଚକିତ କରିଦେଇଥିଲେ l ତାଙ୍କ ଉତଥାନ ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ବେଳେ ଉଦ୍ୟୋଗ ଜଗତରେ ଇର୍ଷା ମଧ୍ୟ ସୃଷ୍ଟି କରିଥିଲା l ସବୁକିଛି ଠିକ ଚାଲିଥିଲା ଚଳିତ ବର୍ଷ ଜାନୁଆରୀ 24 ରେ ଅଦାନୀଙ୍କ ପାଇଁ ଆସିଥିଲା ତାଙ୍କ ଜୀବନର ସବୁଠୁ କଳା ଦିନ l ଏଭଳି ସମୟ ଆସିବ ବୋଲି ସେ କେବେ କଳ୍ପନା ସୁଦ୍ଧା କରି ନଥିବେ l ସେହିଦିନ ଆମେରିକାର ନ୍ୟୁୟର୍କ ସହର ସ୍ଥିତ ହିଣ୍ଡେନବର୍ଗ ରିସର୍ଚ୍ଚ ନାମକ ଏକ ଅନାମଧେୟ ସଂସ୍ଥା 32,000 ଶବ୍ଦର ଏକ ରିପୋର୍ଟ ପ୍ରକାଶ କରିଥିଲା ଯାହା ଆଦାନୀ ସାମ୍ରାଜ୍ୟ ଉପରେ ବୋମା ସଦୃଶ ପଡିଥିଲା l ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ହେରଫେର, ଆକାଉଣ୍ଟ ଜାଲିଆତି ଓ ଜାଲ ସଂସ୍ଥା ସ୍ଥାପନ କରି ଠକେଇ କରୁଥିବା ଭଳି ଗମ୍ଭିର ଅଭିଯୋଗ ଆଣିଥିଲା ହିଣ୍ଡେନବର୍ଗ l ଏହି ରିପୋର୍ଟର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଆଦାନୀ ସାମ୍ରାଜ୍ୟକୁ ସମ୍ପୂର୍ଣ ଦୋହଲିଯାଇଥିଲା l ପ୍ରତିଦିନ ଆଦାନୀ ଗ୍ରୁପ ଅଧୀନରେ ଥିବା କଂପାନିଗୁଡିକର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଲା l ମାତ୍ର 10 ଦିନ ଭିତରେ ନିବେଶକମନେ 10 ଲକ୍ଷ କୋଟି ଟଙ୍କା ହରାଇଲେଣି l ହ୍ରାସର ଏହି ଧାରା ଅବ୍ୟାହତ ରହିଛି l ବିଶ୍ୱର ତିନି ନମ୍ବର ସ୍ଥାନରେ ଥିବା ଆଦାନୀ ସମ୍ପତି ମଧ୍ୟ ସେହି ଅନୁସାରେ ହ୍ରାସ ପାଇବାରୁ ସେ 17 ତମ ସ୍ଥାନକୁ ଖସିଆସିଛନ୍ତି l ଏହି ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଆଦାନୀଙ୍କ ଅଡୁଆ ବଢିବାରେ ଲାଗିଛି l ଆଦାନୀ ସାମ୍ରାଜ୍ୟରେ ପତନର ଯେଉଁ ଧାରା ଜାରି ରହିଛି ତାହା ବୁଝିବାକୁ ହେଲେ ପ୍ରଥମେ ହିଣ୍ଡେନବର୍ଗ ରିସର୍ଚ୍ଚକୁ ଜାଣିବାକୁ ପଡିବ l ନାଥନ ଆଣ୍ଡରସନ ନାମକ ଜଣେ ବ୍ୟକ୍ତି 2017ରେ ଏହି ସଂସ୍ଥା ଗଠନ କରିଥିଲେ l

   ପେସାରେ ଜଣେ ଚାର୍ଟାର୍ଡ ଫାଇନାନସିଆଲ ଆନାଲିଷ୍ଟି ଥିବା ନାଥନଙ୍କ ଏହି କଂପାନୀ ଆର୍ଥିକ ଦୁନିଆର ଜଟିଳ ବିଷୟ ଉପରେ ଗବେଷଣା କରୁଛି l କିଛି ନିର୍ଦ୍ଧିଷ୍ଟ ସଂସ୍ଥାକୁ ଏହା ଟାର୍ଗେଟ କରି ତା ‘ ବିଷୟରେ ଏହା ରିପୋର୍ଟ ଜାରି କରିଥାଏ l ବର୍ତ୍ତମାନ ସୁଦ୍ଧା 15ଟି କଂପାନି ବିରୋଧରେ ହିଣ୍ଡେନବର୍ଗ ଏଭଳି ରିପୋର୍ଟ ଜାରି କରିଛି l ଆଦାନୀ ହେଉଛି ତାହାର ଶିକାର l ଅତୀତକୁ ବିଶ୍ଳେଷଣ କଲେ ହିଣ୍ଡେନବର୍ଗ ରିପୋର୍ଟର ଏକ ନିର୍ଦ୍ଧିଷ୍ଟ ଧାରା ସାମ୍ନାକୁ ଆସିଛି l ତାହା ହେଉଛି ଯେଉଁ ସଂସ୍ଥାକୁ ଏହା ଟାର୍ଗେଟ କରେ ସାମୟିକ ଭାବେ ତାହାର ସେୟାର ମୂଲ୍ୟରେ ଦ୍ରୁତଗତିରେ ହ୍ରାସ ଘଟିଥାଏ l ଏହାକୁ ଆର୍ଥିକ ବଜାର ବା ସର୍ଟ -ସେଲିଂ କୁହାଯାଏ l ଏଠାରେ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି ଯେ ହିଣ୍ଡେନବର୍ଗ ରିପୋର୍ଟ ପାଇଁ ଆଦାନୀ ଗ୍ରୁପର ଯେଉଁ କ୍ଷତି ହେଉଛି ତାହା ବର୍ତ୍ତମାନ ସୁଦ୍ଧା କେବଳ ସେୟାର ମୂଲ୍ୟ କମୁଥିବାରୁ କଂପାନୀ କ୍ଷତି ସହୁଛି l ଆଦାନୀ ଗ୍ରୁପ ଅଧୀନରେ ଷ୍ଟକ ବଜାରରେ ଥିବା 10ଟି କଂପାନିର ସେୟାର ଷ୍ଟକ ବଜାରରେ କାରବାର ହେଉଛି l ସେହି କଂପାନିଗୁଡିକ ହେଉଛି ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ, ଆଦାନୀ ପାୱାର, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଟ୍ରାନ୍ସମିସନ, ଆଦାନୀ ୱିଲମାର, ଆମ୍ବୁଜା ସିମେଣ୍ଟ ଏସିସି ଓ ଏନଡିଟିଭି l ଏହି କଂପାନିଗୁଡିକ ମାଧ୍ୟ୍ୟରୁ ଅଧିକାଂଶ ସଂସ୍ଥାର ସେୟାର ମୂଲ୍ୟରେ ପାଖାପାଖି ଅଧା ହ୍ରାସ ଘଟିଛି l ସେଥିପାଇଁ ଏହି ସଂସ୍ଥାରେ ନିବେଶ କରିଥିବା ନିବେଶକ ଓ ସଂସ୍ଥାଗୁଡିକ କ୍ଷତିଗ୍ରସ୍ତ ହୋଇଛନ୍ତି l

        ସବୁଜ ଶକ୍ତି ପ୍ରକଳ୍ପ ଲାଗି ସଂଗ୍ରହ ହୋଇଥିବା ପାଣ୍ଠିକୁ କଂମ୍ପାନି ପ୍ରଦୂଷଣ ସୃଷ୍ଟିକରି ଅଷ୍ଟ୍ରେଲିଆର କୋଇଲା ଖଣି ପ୍ରକଳ୍ପରେ ନିବେଶ କରିଥିବା ସନ୍ଦେହ କରାଯାଉଛି l ଅଷ୍ଟ୍ରେଲିଆ ଖଣି ପ୍ରକଳ୍ପ ଲାଗି ‘ଆଦାନି ଗ୍ରୀନ ଏନର୍ଜି ‘ର ସେୟାରକୁ ବନ୍ଦକ ରଖି କମ୍ପାନୀ  ଋଣ ଆଣିଛି l ଫଳରେ ପରିବେଶ, ନିରନ୍ତରତା ଓ ଗଭର୍ଣ୍ଣାସ (ଇଏସଜି ) ପ୍ରତି ଆଦାନୀ ଗ୍ରୁପର ରହିଥିବା ପ୍ରତିବଦ୍ଧତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି କର୍ପୋରେଟ ଜଗତର ବହୁ ନାମକରା ସଂସ୍ଥା ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବା ପ୍ରକଳ୍ପରେ ପୁଞ୍ଜିନିବେଶ କରିବା ବନ୍ଦ କରିଦେଇଛନ୍ତି l ଏହା ଜରିଆରେ ସେମାନେ ଇଏସଜି ପ୍ରତି ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛନ୍ତି l କୌଣସି ପରିସ୍ଥିତିରେ ସେମାନଙ୍କ ଟଙ୍କାଟିଏ ନିବେଶ ପରିବେଶକୁ ବିପଦରେ ପକାଇବା ଭଳି କାର୍ଯ୍ୟରେ ବିନିଯୋଗ ହେଉ ବୋଲି ସେମାନେ ଚାହୁନାହାନ୍ତି l

     ଏଭଳି ଏକ ସମୟରେ ଗ୍ରୀନ ସେୟାର ବନ୍ଦକ ରଖି ଅଣାଯାଇଥିବା ଋଣକୁ କୋଇଲା ଖନିରେ ଆଦାନୀ ଗ୍ରୁପ ନିବେଶ କରିଥିବା ଜଣାପଡିବା ପରେ ସେଭଳି ନିବେଶକମାନେ ଚିନ୍ତିତ ହୋଇପଡିଛନ୍ତି l କାରଣ ଇଏସଜି ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ବହୁ ନିବେଶକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଆଦାନୀଙ୍କ ସଂସ୍ଥାରେ ନିବେଶ କରିଥିବା ଜଣାପଡିଛି l

       ଅଷ୍ଟ୍ରେଲିଆର କୁଇନସଲ୍ୟାଣ୍ତରେ ଆଦାନୀ କୋଇଲା ଖଣି ପ୍ରକଳ୍ପକୁ ପରିବେଶବିତମାନେ ପ୍ରବଳ ବିରୋଧ କରୁଛନ୍ତି l ସେହି ପ୍ରକଳ୍ପକୁ ପାଣ୍ଠି ଦେଇଥିବା ସଂସ୍ଥାଗୁଡିକୁ ମଧ୍ୟ ସେମାନେ ନିନ୍ଦା କରୁଛ ନ୍ତି l ଗ୍ରିନ ଏନର୍ଜି ସେୟାରକୁ ବନ୍ଦକ ରଖି ଅଣାଯାଇଥିବା ଋଣକୁ ଆଦାନୀ ଗ୍ରୁପ ଏହି ପ୍ରକଳ୍ପରେ ବ୍ୟବହାର କରିଥିବା ଜଣାପଡିବା ପରେ ଇଏସଜି ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ନରୱେର ସର୍ବବୃହତ ପେନସନ ଫଣ୍ଡ ‘କେଏଲପି ‘ ଆଦାନୀ ଗ୍ରୁପରୁ ନିଜର ସମସ୍ତ ପାଣ୍ଠିକୁ ପ୍ରତ୍ୟାହାର କରିନେଇଛି l ଏହାପରେ ଜଣାପଡିଥିଲା ଯେ ଆଦାନୀ ଗ୍ରୁପ ଗ୍ରିନ ପାଣ୍ଠିକୁ ଅନ୍ୟତ୍ର ବିନିଯୋଗ କରୁଛି l

     ବ୍ଲମବର୍ଗ ତଥ୍ୟ ଅନୁଯାୟୀ ୟୁରୋପିୟ ସଂଘ ଅଧୀନରେ ଥିବା 500ରୁ ଅଧିକ ଇଏସଜି ପ୍ରତିବାଦ୍ଧ ସଂସ୍ଥା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଆଦାନି ଗ୍ରୁପ ସହ ଜଡିତ ଅଛନ୍ତି   anthoposin flixd  income institutions ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଲଫା ଏର୍ଲାଣ୍ତସନଙ୍କ ମତରେ ଆଦାନୀ ଗ୍ରୁପର ବିଭିନ୍ନ ସଂସ୍ଥାରେ ହେଉଥିବା ନିବେଶ ଅଲଗା ବାଟରେ ଆସି ଅଷ୍ଟ୍ରେଲିଆ କୋଇଲା ଖଣି ପ୍ରକଳ୍ପରେ ବିନିଯୋଗ ହେଉଛି l ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଦର୍ଶାଇଥିବା ନିବେଶକମାନେ ଆଦାନୀ ଗ୍ରୁପ କରିଥିବା ନିବେଶର ପୁନବିର୍ଚାର କରିବା ଦରକାର ବୋଲି ସେ କହିଛନ୍ତି l

  ହିଣ୍ଡେନବର୍ଗ ଏହାର ରିପୋର୍ଟରେ ଅଭିଯୋଗ କରିଥିଲା ଯେ ଆଦାନୀ ଗ୍ରୁପରେ ଥିବା ସବୁ ସଂସ୍ଥାର ପରସ୍ପର ସହ ସମ୍ପର୍କ ରହିଛି l କୌଣସି ସଂସ୍ଥା କାହାଠାରୁ ଅଲଗା ନୁହେଁ l ସେମାନଙ୍କ ପ୍ରଦର୍ଶନ କିମ୍ବା ବିଫଳତା ପରସ୍ପର ସହ ଜଡିତ ରହିଛି l ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସଆଣ୍ଡପି ଗ୍ଲୋବାଲ ପକ୍ଷରୁ ଡାଓ ଜୋନସ ସଷ୍ଟେନେବିଲିଟି ଇଣ୍ଡେକ୍ସରୁ ଆଦାନୀ ଏଣ୍ଟରପ୍ରାଇଜେଓକୁ ବାହାର କରାଯାଇଛି l ବିଭିନ୍ନ ଆଦାନୀ କଂପାନୀର ଇଏସଜି ସ୍କୋର ହ୍ରାସ ପାଇଛି l ଏମଏସସିଆଇ ପକ୍ଷରୁ ଆଦାନୀ କଂପାନିଗୁଡିକର ଇଏସଜି ଶୁଚିର ସମିକ୍ଷା କରାଯିବ l ଫ୍ରାନ୍ସର ଟୋଟାଲ ଏନର୍ଜିସ ଗ୍ରିନ ହାଇଡ୍ରୋଜେନ ପାଇଁ ଆଦାନୀ ଗ୍ରୁପ ସହ ହୋଇଥିବା ଚୁକ୍ତି ଉପରେ ରୋକ ଲଗାଇଛି l

Leave a comment

Design a site like this with WordPress.com
Get started