
ପ୍ରଥମ ଥର ଆୟୋଜିତ ହେବାକୁ ଯାଉଥିବା ମହିଳା ପ୍ରିମିୟର ଲିଗରେ 19 ବର୍ଷିୟା wicket ରକ୍ଷକ ରିଚା ଘୋଷଙ୍କୁ 1.90 କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି l ତେବେ ତାଙ୍କର ନିଲାମ ଖବର ଶୁଣିବା ପରେ ମହିଳା ପ୍ରିମିୟର ଲିଗରୁ ମିଳିବାକୁ ଥିବା ଅର୍ଥରେ ପ୍ରଥମେ ତାଙ୍କ ବାପା -ମା ‘ଙ୍କ ପାଇଁ କୋଲକତାରେ ଏକ ଫ୍ଲାଟ କିଣିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି l ସିଲିଗୁଡିର ବାସିନ୍ଦା ରୀଚା ଙ୍କ ବାପା ଜଣେ ପାର୍ଟଟାଇମ ଅମ୍ପାୟାର ଭାବେ କାର୍ଯ୍ୟ କରୁଛନ୍ତି l ରିଚା ଭାରତ ପାଇଁ ଖେଳନ୍ତୁ ବୋଲି ତାଙ୍କ ବାପା -ମା ‘ ଆଗ୍ରହ ରଖିଥିଲେ l ଏବେ ସେ ଭାରତ ପାଇଁ ଖେଳୁଥିବା ବେଳେ ଆଗକୁ ଦଳର ନେତୃତ୍ୱ ନେଇ କୌଣସି ବଡ଼ ପ୍ରତିଯୋଗିତାରେ ଭାରତକୁ ଜିତାଇବାକୁ ଲକ୍ଷ୍ୟ ରଖିଛନ୍ତି l ତାଙ୍କୁ ଭଲ କ୍ରିକେଟର କରିବା ପାଇଁ ବାପା -ମା ‘ ବହୁତ ପରିଶ୍ରମ କରିଛନ୍ତି l ଏବେ ସେମାନେ ଆରାମ କରିବା ପାଇଁ ସମୟ ଆସିଛି l କୋଲକାତାରେ ଫ୍ଲାଟ କିଣିବା ପରେ ସେଠାରେ ସେମାନଙ୍କ ପରବର୍ତ୍ତୀ ଜୀବନକୁ ଉପଭୋଗ କରନ୍ତୁ ବୋଲି ରିଚା ଚାହିଁଛନ୍ତି l ମହିଳା ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଅପରାଜିତ 30 ରନର ପାଳି ଖେଳିବାର ଗୋଟିଏ ଦିନ ପରେ ଏହି ଖୁସି ଖବର ଆସିଛି l ଏପରିକି 19 ବର୍ଷରୁ କମ ବିଶ୍ୱକପ ବିଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ l ତାଙ୍କ ପ୍ରଦର୍ଶନ ଯୋଗୁ ନିଲାମ ବେଳେ ସେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୈର (1.8 କୋଟି ) ଙ୍କୁ ପଛରେ ଦେଇଥିଲେ l

Leave a comment