
ବିଶ୍ୱର ଏକ ନମ୍ବର ଟେଷ୍ଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରବିବାର ସମସ୍ତ ଫର୍ମାଟକୁ ମିଶାଇ 100ତମ ବିଜୟ ହାସଲ କରିଛି l ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ରୋହିତ ସେନା 6 wicket ରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି l ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ 104 ଟେଷ୍ଟରୁ 32 ବିଜୟ,143
ଦିନିକିଆରୁ 53 ବିଜୟ ଏବଂ 26 ଟ୍ୱେଣ୍ଟି 20 ରୁ 15 ବିଜୟ ସହ ଶତକ ପୂର୍ଣ୍ଣ କରିଛି l ରବିବାର ରବୀନ୍ଦ୍ର ଜାଦେଜାଙ୍କ ପ୍ରଶଂସନୀୟ ମ୍ୟାଚ ବୋଲିଂ ଫିଗର (10/110) ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା l
ଦ୍ଵିତୀୟ ପାଳିରେ ଜାଦେଜା ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର 7/42 ପାଇବାରୁ ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳି ମାତ୍ର 113 ରନରେ ସଫା ହୋଇଯାଇଥିଲା l ଭାରତ ସମ୍ମୁଖରେ 115 ରନ ବିଜୟ ଲକ୍ଷ୍ୟ ରହିଥିଲା l ଯାହାକୁ ରୋହିତ ଶର୍ମା, ବିରାଟ କୋହିଲି, ଚେତେଶ୍ୱର ପୂଜାରା, ଶ୍ରୀକର ଭରତଙ୍କ ଛୋଟ ଛୋଟ ଉପଯୋଗୀ ପାଳି ବଳରେ ଭାରତ 26.4 ଓଭରରେ 4 wicket ହରାଇ ହାସଲ କରି ନେଇଥିଲା l ଏହି ବିଜୟ ସହିତ ଭାରତ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା 4 ମ୍ୟାଚ ଶୃଙ୍ଖଳାରେ 2-0 ଅପରାଜେୟ ଅଗ୍ରଣୀ ନେଇ ବର୍ଡର ଗାଭାସ୍କର ଟ୍ରଫି ବଜାୟୀ ରଖିବାକୁ ନିଶ୍ଚିତ ହୋଇଛି l
ଭାରତର ତରକା ବ୍ୟାଟର ବିରାଟ କୋହିଲି ରବିବାର ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି l ଚଳିତ ବର୍ଡର ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ ଦ୍ଵିତୀୟ ଟେଷ୍ଟ ଦ୍ଵିତୀୟ ପାଳିରେ 20 ରନରେ ଆଉଟ ହେବା ପୂର୍ବରୁ କୋହଲି 25,000 ଅନ୍ତର୍ଜାତୀୟ ରନ ପୂରଣ କରି ସଚିନଙ୍କ ନାମରେ ଥିବା ଦ୍ରୁତତମ ରେକର୍ଡକୁ ପଛରେ ପକାଇ ଦେଇଥିଲେ l ଏହି ମାଇଲଖୁଣ୍ଟ ଛୁଇଁବାରେ କୋହଲି ମଧ୍ୟ ବିଶ୍ୱର ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି l କୋହଲି 492 ମ୍ୟାଚ ଓ 549 ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଥିଲା ବେଳେ ସଚିନଙ୍କୁ 577 ପାଳି ଖେଳିବାକୁ ପଡିଥିଲା l
ତେବେ 25,000ରୁ ଅଧିକ ଆନ୍ତର୍ଜାତିକ ରନ କରିବାରେ ସଚିନ ତେନ୍ଦୁଲକର (34,437ରନ ) ଙ୍କ ପରେ କୋହଲି ଦ୍ଵିତୀୟ ଭାରତୀୟ ଏବଂ ବିଶ୍ୱର ଷଷ୍ଠ ବ୍ୟାଟର ହୋଇଛନ୍ତି l ଦିଲ୍ଲୀ ଟେଷ୍ଟ ପୂର୍ଵରୁ ମାଇଲଖୁଣ୍ଟ ଲାଗି କୋହଲିଙ୍କୁ 52 ରନର ଆବଶ୍ୟକ ଥିଲା ବେଳେ ସେ ପ୍ରଥମ ପାଳିରେ 44 ଓ ଦ୍ଵିତୀୟ ପାଳିରେ 20 ରନ କରି ଅନ୍ତର୍ଜାତୀୟ ସ୍କୋର ସଂଖ୍ୟାକୁ 25,012ରେ ପହଞ୍ଚାଇଥିଲେ କୋହଲି ପଛକୁ ଅଷ୍ଟ୍ରେଲିଆର ରିକି pantin(588)
Leave a comment