ICC Women’s T20 World Cup

ଚଳିତ ଆଇସିସି ମହିଳା ଟ୍ୱଣ୍ଟି -20 ବିଶ୍ୱକପରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ନିକଟରୁ ଭାରତ 11 ରାନରେ ହାରିଯାଇଛି l ଫଳରେ ସେମିଫାଇନାଲ ପ୍ରବେଶ ସୁଯୋଗ ବିଳମ୍ବିତ ହୋଇଛି l ରେଣୁକା ସିଂହ ଠାକୁରଙ୍କ 5 wicket ସଫଳତା ସତ୍ୱେ ଇଂଲଣ୍ଡ 7 wicket ହରାଇ 151 ରନର ଆହ୍ୱାନଭରା ସ୍କୋର କରିଥିଲା l ଭାରତ ପାଇଁ ସ୍ମୃତି ମନ୍ଦନା ଓ ରୀଚା ଘୋଷ ଲଢ଼ିଥିଲେ ମଧ୍ୟ ବିଜୟ ଦେଇପାରିନଥିଲେ l

ଟିସ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଭାରତ ପାଇଁ ରେଣୁକା ସିଂହ ଘାତକ ବୋଲିଂ କରି ପ୍ରତି ଓଭରରେ wicket 4-0-15-5 ସଫଳତା ପାଇଥିଲେ l ଟ୍ୱେଣ୍ଟି -20 ଆନ୍ତର୍ଜାତୀୟରେ 5 wicket ସଫଳତା ପାଇବାରେ ରେଣୁକା ତୃତୀୟ ଭାରତୀୟ ମହିଳା କ୍ରିକେଟର ହୋଇଥିଲା l ପୂର୍ଵରୁ ଭାରତ ପାଇଁ ଟ୍ୱେଣ୍ଟି -20 ଅନ୍ତର୍ଜାତୀୟ କ୍ରିକେଟରେ କେବଳ ଝୁଲଣା ଗୋସ୍ୱାମୀ ଏବଂ ପ୍ରିୟଙ୍କା ରୟ 5 wicket ସଫଳତା ପାଇଥିଲେ l ଶନିବାର ରେଣୁକାଙ୍କ ପ୍ରାରମ୍ଭିକ ଝଟକା କାରଣରୁ ଇଂଲଣ୍ଡ ପଞ୍ଚମ ଓଭର ବେଳକୁ 19/3 ରେ ସଂଘର୍ଷ କରିଥିଲା l କିନ୍ତୁ ମଧ୍ୟକ୍ରମରେ ନ୍ୟାଟ ଶିଭର ବ୍ରାଣ୍ଡ (42 ବଲକୁ 50 ରନ ), ଅଧିନାୟିକା ହିଦର ନାଇଟ (23 ବଲକୁ 28ରନ )ଏବଂ ଆମି ଜୋନ୍ସ (27 ବଲରୁ 40ରନ )ଲଢ଼ିବାରୁ ଇଂଲଣ୍ଡ 151 ରନରେ ପହଞ୍ଚିଯାଇଥିଲା l

ରେଣୁକାଙ୍କ ଛଡା ଶିଖା ପାଣ୍ଡେ ଓ ଦୀପ୍ତି ଶର୍ମା ଗୋଟିଏ ଗୋଟିଏ wicket ନେଇଥିଲେ l ଜବାବରେ ତରକା ସ୍ମୃତି ମନ୍ଦନା (41 ବଲରୁ 52 ରନ )ଏବଂ ରୀଚା ଘୋଷ (34 ବଲରୁ 47* ରନ) ଙ୍କ ଛଡା ଅନ୍ୟ କୌଣସି ଭାରତୀୟ ଲଢ଼ି ପାରିନଥିଲେ l ଶୀର୍ଷକ୍ରମରେ ଶେଫାଳି ବର୍ମା (8) ଅଧିନାୟିକା ହର୍ମନପ୍ରୀତ କୌର (4) ଏବଂ ଯେମିମା (13) ଙ୍କ ବିଫଳତା ଭାରତକୁ ଆଗକୁ ବଢିବାକୁ ଦେଇନଥିଲା l

Leave a comment

Design a site like this with WordPress.com
Get started