
ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିବସରେ ଦୁଇ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ୱିନୀ ଅସାଧାରଣ ମାଇଲାଖୁଣ୍ଟ କ୍ଳବରେ ସାମିଲ ହୋଇଛନ୍ତି l ଏଥି ସହିତ ଦୁହେଁ ମଧ୍ୟ ଟେଷ୍ଟ କ୍ରିକେଟରେ କ୍ଵାଚିତ ସଫଳତା ହାତେଇଥିବା ଖେଳାଳିଙ୍କ ସହ ଯୋଡ଼ି ହୋଇଯାଇଛନ୍ତି l ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଶତକ ଦିଗରେ ଅଗ୍ରସର ହେଉଥିବା ଓପନର ଉସମାନ ଖୱାଜାଙ୍କୁ ଆଉଟ କରି ଜାଦେଜା ତାଙ୍କ ଟେଷ୍ଟ କ୍ୟାରିୟରର 250 ତମ wicket ପୂରଣ କରିଥିଲେ l ଏହାପରେ ପ୍ରତିପକ୍ଷ ଅଧିନାୟକ ପ୍ୟାଟ କମିନ୍ସ ଓ ଟଡ଼ ମାର୍ଫିଙ୍କୁ ଶିକାର କରି ଏହି ସଂଖ୍ୟାକୁ 252କୁ ବୃଦ୍ଧି କରିଥିଲେ l
ତେବେ 250 ତମ wicket ଦଖଲ କରିବା ମାତ୍ରେ ଜାଦେଜା କିଂବଦନ୍ତି ବୋଲର ଇଂଲଣ୍ଡର ଇଆନ ବୋଥାମ, ପାକିସ୍ତାନର ଇମ୍ରାନ ଖାନ, ଭାରତର କପିଳ ଦେବ, ନ୍ୟୁଜିଲାଣ୍ଡର ରିଚାର୍ଜ ହାଡ଼ଲି, ଦକ୍ଷୀଣ ଆଫ୍ରିକାର ସନ ପୋଲକ ଏବଂ ଭାରତର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବିରଳ ଯୁଗଳ (250 wicket +2500ରନ ) କିର୍ତ୍ତୀମାନର ସାମକକ୍ଷ ହୋଇଥିଲେ l ତେବେ ଏକ୍ଷେତ୍ରରେ ଜାଦେଜା ମଧ୍ୟ କିଂବଦନ୍ତି ଇଂଲଣ୍ଡ ଅଲରାଉଣ୍ଡର ଇଆନ ବୋଥାମଙ୍କ ପରେ ଦ୍ଵିତୀୟ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ l ବୋଥାମ 55 ଟେଷ୍ଟରୁ ଏଭଳି ଯୁଗଳ ସଫଳତା ହାତେଇଥିଲା ବେଳେ ଜାଦେଜା 62 ଟେଷ୍ଟରୁ ହାସଲ କରିଛନ୍ତି l ଫଳରେ ଇମ୍ରାନ (64), କପିଳ (65), ହାଡ଼ଲି (79), ପୋଲକ (71), ରବିଚନ୍ଦ୍ରନ ଅଶ୍ୱିନୀ (75) ଙ୍କୁ ପଛରେ ପକାଇ ଦେଇଛନ୍ତି l ଏହି ମାଇଲଖୁଣ୍ଟ ଛୁଇଁଥିବା ଜାଦେଜାଙ୍କ ବୋଲିଂ ହାରାହାରି 24 ଥିଲା ବେଳେ 37 ହାରରେ 2593 ରନ କରିସାରିଛନ୍ତି l
Leave a comment