smriti Mandhana plays of the Match Highlights IND vs IRE women’s T20 wc 2023 (odia )

ଗ୍ରୁପ -2 ରୁ ଇଂଲଣ୍ଡ ପରେ ଭାରତ ଦ୍ଵିତୀୟ ଦଳ ଭାବେ ଚଳିତ ମହିଳା ଟ୍ୱେଣ୍ଟି -20 ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି l ସୋମବାର ଭାରତ ଖେଳିଥିବା ଶେଷ ମ୍ୟାଚରେ ଆୟର୍ଲାଣ୍ଡକୁ 5 ରନ (ଡିଏଲଏସ )ରେ ହରାଇବା ପରେ ଲଗାତାର ତୃତୀୟ ଥର ପାଇଁ ଏହି ପର୍ଯ୍ୟାୟାକୁ ଉର୍ନ୍ନତ ହୋଇଛି l ଏଥିପୂର୍ବରୁ 2018 ଓ 2020ରେ ଭାରତ ସେମିଫାଇନାଲକୁ ଯାଇଥିଲା ବେଳେ ଗତ ସଂସ୍କରଣରେ ଉପବିଜେତା ହୋଇଥିଲା l ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଗୁରୁବାର ଭେଟିବ l

ବର୍ଷା ବାଧାପ୍ରାପ୍ତ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଟିସ ଜିତି ବ୍ୟାଟିଂ କରିଥିଲା l ବେଳେ ସ୍ମୃତି ମନ୍ଦନାଙ୍କ ଦ୍ରୁତ 86ରନ ବଳରେ 6 wicket ବିନିମୟରେ 155 ରନ ସଂଗ୍ରହ କରିଥିଲା l ପ୍ରଥମେ ଶେଫାଳି ବର୍ମା (24)ଙ୍କ ସହ ମିଶି 62 ରନର ମଜବୁତ ମୂଳଦୁଆ ପକାଇବା ପରେ ଅଧିନାୟିକା ହର୍ମନପ୍ରୀତଙ୍କ ସହ 52 ରନରେ ଆଉ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ l ଏପରିକି 40 ବଲରୁ ଅର୍ଦ୍ଧଶତକ ଅର୍ଜନ କରିବା ପରେ ସ୍ମୃତି ଅଧିକ ଆକ୍ରମଣାକତ୍ମାକ ହୋଇଥିଲେ l ପରବର୍ତୀ 37ରନ ପାଇଁ 16 ବଲ ଖେଳିଥିଲେ l ଟ୍ୱେଣ୍ଟି 20 ରେ ଶ୍ରେଷ୍ଠ ପଦର୍ଶନ ଦେବା ପରେ ମନ୍ଦନା ପ୍ରଥମ ଶତକ ଆଡ଼କୁ ଅଗ୍ରସର ହୋଇଥିଲେ ବି 18.4 ଓଭର ବେଳକୁ ଲଙ୍ଗଅଫକୁ ଛକା ମାରିବାକୁ ଯାଇଥିଲା l ହେଲେ ବାଉଣ୍ଡାରୀ ପାଖରେ ଓର୍ଲା ପ୍ରେଣ୍ଡରଗାଷ୍ଟଙ୍କ ହାତରେ ଧରାପଡିଯାଇଥିଲେ l ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆୟର୍ଲାଣ୍ଡ ପ୍ରଥମ ବଲରେ wicket ହରାଇଥିଲା l ରେଣୁକା ସିଂହଙ୍କ ପ୍ରଥମ ବଲରେ ଏମି ହଣ୍ଟର କଭରକୁ ସଟ ମାରି ଦୁଇ ରନ ପାଇଁ ଦୌଡିଥିଲା ବେଳେ ରଡ୍ରିଗୁଏଜଙ୍କ ଥ୍ରୋରେ ରନ ଆଉଟ ହୋଇଥିଲେ l ସେହିପରି ପାଞ୍ଚମ ବଲରେ ଅଫସାଇଡରେ ପଡ଼ିଥିବା ଲେନ୍ଥ ବଲକୁ ପ୍ରେଣ୍ଡରଗାଷ୍ଟ ଅଫସାଇଡ଼ରେ ମାରିବାକୁ ପ୍ରୟାସ କରୁଥିଲା ବେଳେ ବଲ ସିଧା ଷ୍ଟାମ୍ପସ ରେ ବାଜିଥିଲା l ପ୍ରଥମ ଓଭରରେ ଦୁଇ wicket ହରାଇଥିଲେ ବି ଆୟର୍ଲାଣ୍ଡ ସୁବିଧାରେ ରନ ବାହାର କରିପାରୁଥିଲେ l କିନ୍ତୁ 8.2 ଓଭର ବେଳକୁ 54/2 ସ୍କୋର ହୋଇଥିଲା ବେଳେ ବର୍ଷା ହେବାରୁ ଖେଳକୁ ବନ୍ଦ କରାଯାଇଥିଲା l ବର୍ଷା ନଛାଡିବାରୁ ଡିଏଲଏସ ଅନୁଯାୟୀ ଆୟର୍ଲାଣ୍ଡ ଆଉ 5 ରନ ପଛୁଆ ଥିଲା l ଫଳରେ ଭାରତକୁ ମ୍ୟାଚ ଜିତାଇବାରେ ବର୍ଷା ବଡ଼ ଭୁମିକା ନେଇଥିଲା l

Leave a comment

Design a site like this with WordPress.com
Get started