ଭାରତୀୟ ମହିଳା କ୍ରିକେଟ ଦଳ ଅଧିନାୟିକା ହର୍ମନପ୍ରିତ କୌର ସୋମବାର 150 ତମ ଆନ୍ତର୍ଜାତୀୟ ଟ୍ୱେନ୍ତି -20 ମ୍ୟାଚ ଖେଳିବା ମାଇଲଖୁଣ୍ଟ ଛୁଇଁଛନ୍ତି l ଏପରି କରିବାରେ ସେ ବିଶ୍ୱରେ ପ୍ରଥମ ଖେଳାଳି ହୋଇପାରିଛନ୍ତି l ତାଙ୍କ ପଛକୁ ଭାରତୀୟ ପୁରୁଷ କ୍ରିକେଟ ର ରୋହିତ ଶର୍ମା ଦ୍ଵିତୀୟ ସର୍ବାଧିକ 148 ମ୍ୟାଚ ଖେଳିଛନ୍ତି l ମହିଳାମାନଙ୍କ କ୍ଷେତ୍ରରେ ହର୍ମନପ୍ରିତଙ୍କ ପଛକୁ ନ୍ୟୁଜଲାଣ୍ଡର ସୁଜି ବେଟ୍ଟ୍ସ 143 ମ୍ୟାଚ ସହ ଦ୍ଵିତୀୟ ଓ ଇଂଲଣ୍ଡର ଡାନିଏଲ ନିକୋଲ ୱାଟ 141 ମ୍ୟାଚ ଖେଳି ତୃତୀୟ ସ୍ଥାନରେ ରହିଛନ୍ତି l ଭାରତୀୟ ମହିଳାଙ୍କ ମଧ୍ୟରେ ସ୍ମୃତି ମନ୍ଦନା ଦ୍ଵିତୀୟ ସର୍ବାଧିକ (115) ରହିଛନ୍ତି l
କେବଳ ଏତିକି ନୁହେଁ, ଆନ୍ତର୍ଜାତିକ ଟ୍ୱେଣ୍ଟି -20 3 ହଜାର ରନ ପୂରଣ କରିବାରେ ହର୍ମନପ୍ରିତ ପ୍ରଥମ ଭାରତୀୟ ହୋଇଛନ୍ତି l ଆୟର୍ଲାଣ୍ଡ ବିପକ୍ଷରେ ଖେଳୁଥିବା ବେଳେ ସେ 13 ରନ କରି ଆଉଟ ହୋଇଥିଲେ l ତେବେ ସପ୍ତମ ରନ ସଂଗ୍ରହ ପରେ ସେ 3 ହଜାର ରନ ଅତିକ୍ରମ କରି 3006 ରନରେ ପହଞ୍ଚିଥିଲେ l ତାଙ୍କ ପୂର୍ବରୁ ସୁଜି 3820 ରନ, ମେଘାନ ଲାନିଂ 3346 ରନ ଓ ଷ୍ଟାଫେନି ଟେଲର 3166 ରନ କରି ଏହି କ୍ଳବରେ ସ୍ଥାନ ପାଇଛନ୍ତି l ଭାରତୀୟଙ୍କ ମଧ୍ୟରେ ମନ୍ଦନା ସୋମବାର 87 ରନର ପାଳି ଖେଳିବା ପରେ 2800 ରନରେ ପହଞ୍ଚିଛନ୍ତି l
Leave a comment