ସଫଳ କ୍ରୀଡାବିତଙ୍କୁ 1.8 କୋଟି

ଭୁବନେଶ୍ୱର ଓଡିଶା ପାଇଁ ନିକଟରେ ଗର୍ବ ଓ ଗୌରବ ଆଣିଥିବା ଖେଳାଳିମାନଙ୍କୁ ରାଜ୍ୟ ସରକାର 1 କୋଟି 85 ଲକ୍ଷ 22 ହଜାର 50 ଟଙ୍କା ପ୍ରଦାନ କରି ସମ୍ବଦ୍ଧିତ କରିଛନ୍ତି l ମଧ୍ୟପ୍ରଦେଶରେ ଚଳିତ ମାସରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡାରେ ଓଡିଶା 11 ସ୍ୱର୍ଣ୍ଣ,8 ରୌପ୍ୟ ଓ 11 କାଂସ୍ୟ ସହ ମୋଟ 30 ପଦକ ଜିତିଥିଲା l ସରକରଙ୍କ ପକ୍ଷରୁ ସ୍ୱର୍ଣ୍ଣ ବିଜେତାଙ୍କୁ 1 ଲକ୍ଷ, ରୌପ୍ୟ ବିଜେତାଙ୍କୁ 75,000 ଟଙ୍କା ଏବଂ କାଂସ୍ୟ ପଦକ ହାସଲକାରୀଙ୍କୁ 50,000ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି l କାୟାକିଂ ଓ କାନୋଇଂ ରୁ ସର୍ବାଧିକ 7 ପଦକ ମିଳିଥିବାରୁ ଏହାର କ୍ରୀଡାବିତଙ୍କୁ ସର୍ବାଧିକ ରାଶି ମିଳିଛି l ଏହା ମଧ୍ୟ ବ୍ୟକ୍ତିଗତ ଓ ଦଳଗତ ବର୍ଗରେ ସମାନ ରାଶି ପ୍ରଦାନ କରାଯାଇଛି l ସେହିଭଳି ନିକଟରେ ଅନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କୁ ମଧ୍ୟ ସରକାର ପୁରସ୍କାର ରାଶି ସହ ସମ୍ମାନିତ କରିଛନ୍ତି l ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରୁ ବ୍ୟକ୍ତିଗତ ସ୍ବର୍ଣ୍ଣ ଓ ଦଳଗତ ରୌପ୍ୟ ପଦକ ଜିତିଥିବାରୁ ପ୍ରମୋଦ ଭଗତଙ୍କୁ 27 ଲକ୍ଷ ଟଙ୍କା, ଡବ୍ଲ୍ୟୁଏଏସ ବିଶ୍ୱ କ୍ରୀଡାରୁ 3 ପଦକ ଜିତିଥିବା ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ 54 ଲକ୍ଷ, ଏସିୟ ଯୁବ ଦୌଡ଼କୁଦରୁ ଯୁଗଳ ସଫଳତା ପାଇଥିବା ସବିତା ଟୋସ୍ପୋଙ୍କୁ 2 ଲକ୍ଷ 92 ହଜାର ଟଙ୍କା ପ୍ରଦାନ କରାଯାଇଛି l ହକି ତରକା ଦୀପସାନ ତୀର୍କୀ, ନିଲମ ସଂଜୀପ ଖେସଙ୍କୁ 3.75 ଲକ୍ଷ ଲେଖାଏ ଏବଂ ବୀରେନ୍ଦ୍ର ଲାକ୍ରା – ଅଭିଷେକ ଲାକ୍ରାଙ୍କୁ 2.5 ଲକ୍ଷ ଲେଖାଏ, ଶିଳାନନ୍ଦ ଲାକ୍ରାଙ୍କୁ 1.25 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି l ଚେସ ରାଣୀ ସଇନା ସଲୋନିକା, ବଂଧୁକଚଳିକା ଶ୍ରିୟଙ୍କା ଷଡ଼ଙ୍ଗୀ, ସାଇକ୍ଲିଷ୍ଟ ସ୍ୱପ୍ତି ସିଂହ, ଜାତୀୟ କନିଷ୍ଠ ଦୌଡ଼କୁଦ ପଦକ ବିଜେତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣ ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରମୋସନ କାଉନସିଲ ଅଫ ଓଡିଶାର ଅଧକ୍ଷ ତଥା ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କୀ, ଓଡିଶା ସରକାରଙ୍କ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଅତିଥି ଥିବାବେଳେ ପ୍ରଶିକ୍ଷକ ଖେଳାଳିଙ୍କ ପରିବାର, କ୍ରୀଡା ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ

Leave a comment

Design a site like this with WordPress.com
Get started