Mumbai Indians are the first winners

ଦିଲ୍ଲୀ କ୍ୟାପିଟାଲ୍ସ 7 wicket ରେ ପରାସ୍ତ

ପ୍ରଥମ ଥର ଲାଗି ଆୟୋଜିତ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଛି l ରବିବାର ଫାଇନାଲରେ ଏହି ଦଳ 7 wicket ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଡବଲ୍ୟୁପିଏଲ ପ୍ରଥମ ସଂସ୍କରଣ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି l 132 ରନର ବିଜୟ ଲକ୍ଷକୁ ପିଛା କରୁଥିବା ମୁମ୍ବାଇ ପ୍ରଥମ wicket ଭାବେ 13 ରନରେ ଓପନର ୟାସ୍ତିକ ଭାଟିଆ (4) ଙ୍କୁ ହରାଇଥିଲା ଏହାପରେ ଦଳୀୟ ସ୍କୋର 23 ରନରେ ହାଲି ମାଥ୍ୟୁସ (13) ଙ୍କୁ ହରାଇ ସଂକଟରେ ପଡିଥିଲା l ହେଲେ ତୃତୀୟ wicket ରେ ଅଧିନାୟିକା ହର୍ମନପ୍ରୀତ କୌର (37 ରନ,39ବଲ,5ଚୌକା )ଓ ନାଟ ଶିଭର ବ୍ରଣ୍ଟ 72 ରନ ଯୋଡ଼ି ଦଳକୁ ବିଜୟ ଦ୍ଵାରରେ ପହଞ୍ଚାଇଥିଲେ l 16.1 ଓଭରରେ ଦଳୀୟ ସ୍କୋର 95 ଥିଲା ବେଳେ ହର୍ମନପ୍ରୀତ ରନଆଉଟ ହୋଇ ପାଭିଲିୟନ ଫେରିଥିଲେ l ହେଲେ ବ୍ରଣ୍ଟ (60* ରନ,55 ବଲ,7ଚୌକା ) ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଅମେଲିଆ କେର (14*,8 ବଲ,2ଚୌକା ) ଙ୍କୁ ସାଥି କରି ଦଳକୁ 3 ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ l

ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦୁଇ ଓଭର ମଧ୍ୟରେ 12 ରନରେ ଶେଫାଳି ବର୍ମା (11) ଓ ଆଲିସେ କ୍ୟାପ୍ସି (0) ଙ୍କୁ ହରାଇଥିଲା l ଅଧିନାୟିକା ମେଗ ଲାନିଙ୍ଗ ତୃତୀୟ wicket ରେ 25 ରନ ଯୋଡ଼ି ଆଗକୁ ବଢ଼ିଥିଲା ବେଳେ ଯେମିମା ରଡ୍ରିଗୁଏଜ (9) ଆଉଟ ହୋଇଥିଲେ l ଲେନିଙ୍ଗ ଓ ମାରିଜାନ କାପ (18) ଚତୁର୍ଥ wicket ରେ 38 ରନ ଯୋଡିଥିଲେ l କାପ ଓ ଲେନିଙ୍ଗ (35, ରନ ଆଉଟ ) ଗୋଟିଏ ରନ ବ୍ୟବଧାନରେ ଆଉଟ ହୋଇଯାଇଥିଲେ l ଏହାପରେ ନିୟମିତବ୍ୟବଧାନରେ wicket ହରାଇଥିଲା l ଏପରିକି 16 ଓଭରରେ 9 wicket ହରାଇ ମାତ୍ର 79 କରିଥିଲା l ହାଲି ମାଥ୍ୟୁସ, ଇସ ୱଙ୍ଗ 3 ଲେଖାଏ ଏବଂ କେର 2 wicket ନେଇ ଦିଲ୍ଲୀକୁ ବଡ଼ ସ୍କୋରରୁ ଅଟକାଇଥିଲେ l ତେବେ ଶେଷ 4 ଓଭରରେ ଶିଖା ପାଣ୍ଡେ (27*,17 ବଲ,3 ଚୌକା,1ଛକା ) ଏବଂ ରାଧା ଯାଦବ (27*,12 ବଲ,2ଚୌକା,2 ଛକା ) ବିସ୍ଫୋରକ ପାଳି ଖେଳ ଦଶମ wicket ରେ ଅବିଭାଜିତ 54 ରନର ଭାଗୀଦାରି ଗଢି ଦଳୀୟ ସ୍କୋର 131 ରେ ପହଞ୍ଚାଇ ଦେଇଥିଲେ

Mumbai Indians win the inaugural Women's Premier League l The team beat Delhi Capitals by 7 wickets in the final on Sunday to win the first edition of the WPL trophy l Chasing Vijay Lakh's target of 132 runs, Mumbai opener Yastik Bhatia (4) took the first wicket with 13 runs Then the team's score was in crisis after losing Haley Mathews (13) for 23 runs. In the third wicket, captain Harmanpreet Kaur (37 runs, 39 balls, 5 fours) and Nate Shiver Brunt scored 72 runs to take the team to the winning wicket. The team score was 95 in 16.1 overs.
When Harmanpreet was run out and returned to the pavilion, Brunt (60*, 55 balls, 7 fours) completed his half with Amelia Kerr (14*, 8 balls, 2 fours) leading the team to victory with 3 balls to spare.
Earlier, Delhi Capitals, who won the toss and batted first, lost Shefali Burma (11) and Alyssa Capsey (0) for 12 runs in two overs. Captain Meg Lanning's third-wicket stand of 25 runs led to the dismissal of Jemima Rodriguez (9). Kapp (18) added 38 runs for the fourth wicket. Kapp and Lenning (35, run out) were dismissed by one run and then lost wickets at regular intervals.
Even after losing 9 wickets in 16 overs they made only 79. Hali Mathews, Is Wong wrote 3 and Kerr took 2 wickets to stop Delhi from a big score. In the last 4 overs, Sacha Pandey (27*, 17 balls, 3 boundaries, 1 boundary) and Radha Jadhav (27 *, 12 balls, 2 fours, 2 sixes) The explosive innings saw an unbroken partnership of 54 runs in the 10th wicket to take the team score to 131.

Leave a comment

Design a site like this with WordPress.com
Get started