Hello, I’m Veronica

The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.

  • ,

    #West Indies beat India by 6 wickets in 2nd ODI to keep series alive.

    Celebration moment’s for WI

    Barbador 29/07- India and West Indies in the second ODI, India won the first match, West Indies won the second ODI and tied the match. The home team defeated India by 6 wickets.West Indies chased down the target of 182 runs in 36.4 overs.

    Summary Scoreboard:-
    India 181/10 in 40.5 overs (Ishan Kisan-55, Subman Gill-34, Surya Kumar Jadav-24, Sahadul Thakur-16, Gudkesh Moti-3/36, Romario Shepherd-3/37, Alzari Joseph-2/35, Yannick Kariya-1/25, Jayden Sills-1/28, West Indies 182/4 in 36.4 overs (Saye Hope-63, Kisey Kati-48, Kyle Myers-36, Sahardul Thakur-3/42, Kuldeep Jacob-1 /30)

    #West Indies beat India by 6 wickets in 2nd ODI to keep series alive.


  • #India vs West Indies 2nd ODI today

    Place :- Barbados
    Time: 07:00 p.m.
    Broadcast:- DD Sports

    #India vs West Indies 2nd ODI today


  • ଭୁବନେଶ୍ୱରରେ ଜର୍ମାନୀ ଓ ୱେଲସ ବିଶ୍ୱକପ ଦଳକୁ ବିପୁଳ ସ୍ୱାଗତ A big welcome to Germany and Wales World Cup team in Bhubaneswar

    ଭୁବନେଶ୍ୱର ଓ ରାଉଲକେଲାରେ ମିଳିତ ଭାବେ ଆୟୋଜିତ ହେବାକୁ ଯାଉଥିବା FIH ପୁରୁଷ ହକି ବିଶ୍ୱକପ ଖେଳିବା ଲାଗି ଆଉ ଦୁଇ ଆନ୍ତର୍ଜାତୀକ ଦଳ ଶନିବାର ଓଡିଶାରେ ପାଦ ଦେଇଛନ୍ତି l ଆୟୋଜକ ଭାରତୀୟ ଦଳ ବହୁ ଆଗରୁ ଆସି ରାଉଲକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ଚଳାଇଥିଲା ବେଳେ ଗୁରୁବାର 2ଟି ଏବଂ ଶୁକ୍ରବାର 7ଟି ଦଳ ପହଂଚି ସାରିଛନ୍ତି l

    ଜର୍ମାନୀ ଦଳ ଆଲେକଜାଣ୍ଡର ଷ୍ଟାଡ଼ଲର, ମାଥିଆସ ମୁଲେର, ମାଟ୍ସ ଗ୍ରାମବୁଚ, ଲୁକାଶ ୱିଣ୍ଡଫେଡ଼ର, ଟିଓ ହିନରିକ୍ସ, ଗୋଞ୍ଜାଲୋ ପେଲେଟ, ଖ୍ରୀଷ୍ଟୋଫର ରୁର, ଜଷ୍ଟସ ୱେଇଗାଣ୍ଡ, ମାର୍କୋ ମିଲକାଉଳ, ମାର୍ଟିନ, ହାନେସ ମୂଳର, ଟିମୁର ଓରୁଜ, ଥିଏଜ ପ୍ରିଞ୍ଜ, ମୋରିଜ, ଜିଅନ ଡାନେବର୍ଗ l ଆଦ୍ରେ ହେନିଙ୍ଗ, ନିକଲାସ, ପଲ ଫିଲିପ

    ଟବି ରେନଲଡ୍ସ କଟେରିଲ, ରିଜ ପାଇନେ ଗାରେଥ ଫୁରଲଙ୍ଗ, ଡାନିଏଲ l

    ଅଲିମ୍ପିକ୍ସ ପରଠାରୁ ଜର୍ମାନୀ ନୂଆ ପ୍ରଶିକ୍ଷକ ପାଇଛି l ଏପରିକି ବିଶ୍ୱକପ ପାଇଁ 8 ମାସରୁ ଅଧିକ ଦିନ ପର୍ଯନ୍ତ ଦଳ ପ୍ରସ୍ତୁତି କରିଛି l ଗତବର୍ଷ ଦଳ ଖେଳିଥିବା 18 ମ୍ୟାଚରୁ 13ରେ ବିଜୟୀ ହୋଇଛି l ଏହି ବିଜୟ ଧାରାକୁ ସଙ୍ଗରେ ନେଇ ଜର୍ମାନୀ ହକି ବିଶ୍ୱକପ ଖେଳିବାକୁ ଭୁବନେଶ୍ୱରରେ ପହଞ୍ଚିଛି l ଗତ 2018 ସଂସ୍କରଣରେ ଜର୍ମାନୀ ପାଞ୍ଚମ ସ୍ଥାନରେ ରହିଥିଲା l ତେବେ ଚଳିତ ସଂସ୍କରଣରେ ଦଳର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ଅଧିନାୟକ ମାର୍ଟ୍ସ ଗ୍ରାମ୍ବସ୍କ ଆଶାବ୍ୟକ୍ତ କରିଛନ୍ତି l

    ବିଶ୍ୱକପ ଆସିବା ପୂର୍ଵରୁ ସ୍ପେନରେ 6 ରାଷ୍ଟ୍ରିୟ ପ୍ରତିଯୋଗିତାରେ ଜର୍ମାନୀ ଖେଳିସାରିଛି l ତେଣୁ ଯେଉଁଠାରେ ଦୋଷ ତ୍ରୁଟି ରହିଯାଇଛି ସେଥିରେ ସୁଧାର ଆଣିବାକୁ କସରତ କରାଯାଇଛି l ସେହିପରି ଦଳ 13ଟି ପ୍ରୋ ଲିଗ ମ୍ୟାଚ ଜିତିଥିଲା ବେଳେ ବିଶ୍ୱ ମାନ୍ୟତାରେ ଶ୍ରେଷ୍ଠ ଦଳମାନଙ୍କ ମଧ୍ୟରେ ସ୍ଥାନ ପାଇଛି l ତେଣୁ ଦଳ ସବୁବେଳେ ବିଜେତା ହେବାକୁ ଚାହିଁବ l ତଥାପି ଯଦି ଜର୍ମାନୀ ପାଇଁ ବଡ଼ ସଫଳତା ହେବ ବୋଲି ପ୍ରଶିକ୍ଷକ ଆଦ୍ରେ ହେନଂ କହିଛନ୍ତି l


  • ଡେରାଡୁନରୁ ମୁମ୍ବାଇ ଏୟାରଲିଫ୍ଟ ହେଲେ ପନ୍ତ l

    କାର ଦୁର୍ଘଟଣାର ଶିକାର ହୋଇ ଡେରାଡୁନରେ ଚିକିତ୍ସାତ ହେଉଥିବା ଭାରତୀୟ କ୍ରିକେଟର ରୂଷଭ ପନ୍ଥଙ୍କୁ ବୁଧବାର ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି l ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନେତୃତ୍ୱରେ ବୋର୍ଡର ମେଡିକାଲ ଟିମ ସହିତ ଆଲୋଚନା କରାଯିବା ପରେ ଏଭଳି ନିଷ୍ପତି ନିଆଯାଇଛି l ପନ୍ତଙ୍କ ଆଣ୍ଠୁ ଲିଗାମେଣ୍ଟ ଛିଣ୍ଡିଥିବାରୁ ଚିକିତ୍ସାରେ ସାମାନ୍ୟ ବିଳମ୍ବ ହୋଇଛି l ତେଣୁ ମ୍ୟାକ୍ସ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ ନେବା ପରେ ବିସିସିଆଇ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ପନ୍ତଙ୍କୁ ମୁମ୍ବାଇ ଆଣିଛନ୍ତି l

    ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କ ଲିଗାମେଣ୍ଟର ଚିକିତ୍ସା ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି l ଆବଶ୍ୟକସ୍ଥଳେ ତାଙ୍କର ଲିଗାମେଣ୍ଟ ସର୍ଜରୀ ପାଇଁ ବିସିସିଆଇ ଦ୍ଵାରା ପନ୍ତଙ୍କୁ ୟୁକେ ପଠାଯାଇପାରେ ବୋଲି ଦିଲ୍ଲୀ କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି l

    ବିସିସିଆଇ ମେଡିକାଲ ଟିମକୁ ମିଳିଥିବା ସୂଚନା ଅନୁଯାଇ ପନ୍ତଙ୍କ ମଥାର ଦୁଇଟି ସ୍ଥାନରେ କ୍ଷତ ହୋଇଥିଲା ବେଳେ ଡାହାଣ କଡ଼, ଗୋଇଠି, ପାଦ ଆଗ ଏବଂ ପିଠି ପଟରେ ଆଘାତ ଲାଗିଛି l ଏଥିସହିତ ତାଙ୍କ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଛିଣ୍ଡି ଯାଇଛି l ଦୁର୍ଘଟଣା ପରେ ଜୟ ଶାହଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ଡେରାଡୁନ ମାକ୍ସ ହସ୍ପିଟାଲ ଡାକ୍ତରଙ୍କ ସହିତ ଯୋଗାଯୋଗରେ ରହିଥିଲେ ଓ ବୋର୍ଡର ପରାମର୍ଶକ୍ରମେ ତାଙ୍କ ଲିଗାମେଣ୍ଟ ଚିକିତ୍ସାକୁ ତରବରିୟା ଭାବେ ନକରିବା ପାଇଁ ଅନୁରୋଧ କରାଯାଇଥିଲା l ଲିଗାମେଣ୍ଟ ଚିକିତ୍ସା ଦାୟୁତ୍ୱ ବିସିସିଆଇ ନିଜ କାନ୍ଦକୁ ନେବା ସହ ଏହାକୁ ମୁମ୍ବାଇରେ କରାଇବା ପାଇଁ ପଦକ୍ଷେପ ନେଇଛି l ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ପୋର୍ଟ୍ସ ମେଡ଼ିସିନ କେନ୍ଦ୍ରର ମୁଖ୍ୟ ଡାକ୍ତର ଦୀନେଶ ପର୍ଦିଓ୍ୱାଲା ତତ୍ଵାବାଧାନରେ ତାଙ୍କର ଚିକିତ୍ସା ଚାଲିବ l

    ଏକ ଭୟଙ୍କର କାର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିବା ଭାରତୀୟ ଯୁବା କ୍ରିକେଟର ଋଷଭ ପନ୍ତଙ୍କ ଆଣ୍ଠୁର ଲିଗାମେଣ୍ଟ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି l ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଶୁକ୍ରବାର ଏହି ଅସ୍ତ୍ରୋପଚାର କରାଯାଇଛି l ଏବେ ସେ ଡାକ୍ତରଙ୍କ ତତ୍ତ୍ୱlବଧାନରେ ରହିବେ l ପରବର୍ତ୍ତୀ ଚିକିତ୍ସା ଓ ଥଇଥାନ ସଂପର୍କରେ ଡାକ୍ତର ଦିନସ ପର୍ଦିୱାଲା ନିଷ୍ପତି ନେବେ ଏବଂ ଏହାକୁ ବିସିସିଆଇ (ଭାରତୀୟ କ୍ରିକେଟ ବୋର୍ଡ ) ର କ୍ରୀଡା ବିଜ୍ଞାନ ଓ ଭେଷଜ ଦଳ ଅନୁସରଣ କରିବେ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି l ଦୂର୍ଘଟଣା ପରେ ଡେରାଡୁନରେ ପନ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା l ସେ କୌଣସି ବାଣିଜ୍ୟକ ବିମାନରେ ଯାତ୍ରା କରିବା ସମ୍ଭବ ନଥିବାରୁ ତାଙ୍କୁ ଏୟାର ଲିଫ୍ଟ କରାଯିବାର ସମସ୍ତ ଖର୍ଚ୍ଚ ବିସିସିଆଇ ବହନ କରିଥିଲା l

    K


  • ଅନୁରାଗଙ୍କ ଅର୍ଦ୍ଧଶତକ : ଓଡିଶାର ଦୃଢ଼ ଜବାବ

    ବସ୍ତିଙ୍କ ଶତକ ବଳରେ ନାଗାଲାଣ୍ଡ 433 : ଓଡିଶା 111/0

    କଟକ ଟାଙ୍ଗିର ଡ୍ରିମସ ଷ୍ଟାଡିୟମରେ ଚାଲିଥିବା ନାଗାଲାଣ୍ଡ ବିପକ୍ଷ ରଣଜି ଟ୍ରଫି ମୁକାବିଲାରେ ଘରୋଇ ଓଡିଶା ଦୃଢ଼ ଜବାବ ଦେଇଛି l ନାଗାଲାଣ୍ଡର ପ୍ରଥମ ପାଳି ସ୍କୋର 433 ଜବାବରେ ବୁଧବାର ଦ୍ୱିତୀୟ ଦିବସ ଷ୍ଟାମ୍ପସ ପ୍ରତ୍ୟାହାର ସୁଦ୍ଧା ଓଡିଶା ବିନା ଓ୍ଵିକେଟରେ 111 ରନ କରି ଭଲ ଆରମ୍ଭ ପାଇଯାଇଛି l


  • How much is Cristiano Ronaldo salary as compared to lionel Messi

    Ronaldo vs Messi

    Cristiano Ronaldo was unveiled as AI- Nassr player on Tuesdays in a grand ceremony. Ronaldo signed a deal that will see him stay with the club until 2025. He”ll be earning £177 million (₹1,760 crore ) per year. Argentina forward Lion Messi, who play’s for PSG, earn£107 million (₹1,065 crore ) per year, while Brazil’s Neymar takes homes £ 78.5 million per year.


  • Buddha ଆଲୋକର ପଥେ (ଧମ୍ମ=ବିଜ୍ଞାନ)

    ଥରେ ଜଣେ ବ୍ରାହ୍ମଣ ମହାମାନବ ଗୌତମ ବୁଦ୍ଧଙ୍କୁ ପଚାରିଲେ।

    ବ୍ରାହ୍ମଣ:- “ଆପଣ ସମସ୍ତଙ୍କୁ କୁହନ୍ତି ଯେ ଆତ୍ମା ନାହିଁ, ସ୍ବର୍ଗ ନାହିଁ,ପୁନର୍ଜନ୍ମ ନାହିଁ। କଣ ଏହା ସତ୍ଯ ?” 

    ଗୌତମ ବୁଦ୍ଧ:- “ଆପଣଙ୍କୁ ଏକଥା କିଏ କହିଲା, ଯେ ମୁଁ ଏହା କହିଛି ବୋଲି ?” 

    ବ୍ରାହ୍ମଣ:- “ନା ଏମିତି କେହି କହି ନାହାନ୍ତି।” 

    ଗୌତମ ବୁଦ୍ଧ :- ” ମୁଁ ଏମିତି କହିଛି ବୋଲି କହିଥିବା ଲୋକକୁ ଆପଣ ଜାଣିଛନ୍ତି କି ?” 

    ବ୍ରାହ୍ମଣ:- “ନା।” 

    ଗୌତମ ବୁଦ୍ଧ:- “ମୁଁ ଏମିତି କହୁଥିବା ସମୟରେ ଆପଣ କେବେ ଶୁଣିଛନ୍ତି କି ?” 

    ବ୍ରାହ୍ମଣ:- “ନା ତଥାଗତ, ଲୋକଙ୍କ କଥା ଶୁଣି ଏମିତି ଲାଗିଲା। ଯଦି ଏହା ନୁହେଁ ତାହେଲେ ଆପଣ କ’ଣ କହୁଛନ୍ତି ?” 

    ଗୌତମ ବୁଦ୍ଧ:- “ମୁଁ କହୁଛି ଯେ ମନୁଷ୍ଯ ବାସ୍ତବିକ ସତ୍ଯକୁ

    ଗୌତମ ବୁଦ୍ଧ:- “ମୁଁ କହୁଛି ଯେ ମନୁଷ୍ଯ ବାସ୍ତବିକ ସତ୍ଯକୁ ସ୍ବୀକାର କରିବା ଆବଶ୍ୟକ।” 

    ବ୍ରାହ୍ମଣ:- “ମୁଁ ବୁଝିପାରିଲି ନାହିଁ ତଥାଗତ, ଦୟାକରି ସରଳାର୍ଥରେ କୁହନ୍ତୁ।” 

    ଗୌତମ ବୁଦ୍ଧ:- “ମନୁଷ୍ଯର ପାଞ୍ଚଟି ବାହ୍ଯ ଜ୍ଞାନେନ୍ଦ୍ରିୟ ଅଛି, ଯାହାର ସାହାଯ୍ଯରେ ସେ ସତ୍ଯକୁ ବୁଝିପାରିବ ଓ ଜାଣି ପାରିବ।”

    1) ଆଖି – ମଣିଷ ଆଖିରେ ଦେଖିଥାଏ।

    2) କାନ- ମଣିଷ କାନରେ ଶୁଣିଥାଏ। 

    3) ନାକ- ମଣିଷ ନାକରେ ଶ୍ୱାସକ୍ରିୟା କରିଥାଏ।

    4) ଜିଭ – ମଣିଷ ଜିଭରେ ସ୍ୱାଦ ଚାଖିଥାଏ।

    5) ଚର୍ମ- ମଣିଷ ଚର୍ମ ଦ୍ବାରା ସ୍ପର୍ଶ ଅନୁଭବ କରିଥାଏ।

    ଏହି ପାଞ୍ଚଟି ଜ୍ଞାନେନ୍ଦ୍ରିୟ ମଧ୍ୟରୁ ଦୁଇ ବା ତିନୋଟି ଜ୍ଞାନେନ୍ଦ୍ରିୟ ସାହାଯ୍ୟରେ ମଣିଷ ସତ୍ୟକୁ ଜାଣିପାରି ଥାଏ। 

    ବ୍ରାହ୍ମଣ:- “କେମିତି ତଥାଗତ ?” 

    ଗୌତମ ବୁଦ୍ଧ:- “ଆଖିରେ ପାଣି ଦେଖିପାରିବ, କିନ୍ତୁ ତାହା ଥଣ୍ଡା କି ଗରମ ଜାଣିବା ପାଇଁ ଚର୍ମର ସାହାଯ୍ୟ ନେବାକୁ ପଡିଥାଏ, ଏବଂ ମିଠା କି ଲୁଣିଆ ଜାଣିବା ପାଇଁ ଜିଭର ସାହାଯ୍ୟ ନେବାକୁ ପଡିଥାଏ।” 

    ବ୍ରାହ୍ମଣ:- “ତାହଲେ ଭଗବାନ ଅଛନ୍ତି କି ନାହାନ୍ତି ଏହି ସତ୍ଯକୁ କିପରି ଜାଣିବ ତଥାଗତ ?” 

    ଗୌତମ ବୁଦ୍ଧ:- “ଆପଣ ପବନକୁ ଦେଖି ପାରିବେ ?” 

    ବ୍ରାହ୍ମଣ:- “ନା ତଥାଗତ।” 

    ଗୌତମ ବୁଦ୍ଧ:- “ଏହାର ଅର୍ଥ ପବନ ନାହିଁ, ଏହା ଠିକ୍ କି ?” 

    ବ୍ରାହ୍ମଣ:- “ନା ତଥାଗତ। ” 

    ଗୌତମ ବୁଦ୍ଧ:- “ପବନ ଦେଖାଯାଏ ନାହିଁ ତଥାପି ଆମେ ଏହାର ଅସ୍ତିତ୍ୱକୁ ଅସ୍ୱୀକାର କରିପାରିବା ନାହିଁ, କାରଣ ପବନକୁ ଆମେ ନିଶ୍ୱାସ,ପ୍ରଶ୍ବାସ ଦ୍ବାରା ଭିତରକୁ ନେଇଥାଉ ଏବଂ ବାହାରକୁ ଛାଡିଥାଉ, ଯେତେବେଳେ ପବନ ପ୍ରବାହିତ ହୁଏ, ସେତେବେଳେ ଗଛ-ପତ୍ର ହଲିଥାଏ, ଆମେ ଏହାକୁ ଦେଖୁ ଓ ଅନୁଭବ କରୁ।

    ବର୍ତ୍ତମାନ ଆପଣ ମୋତେ କୁହନ୍ତୁ ଯେ ଭଗବାନ ଆମକୁ ପାଞ୍ଚ ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଅନୁଭବ ହେଉଛନ୍ତି କି ?” 

    ବ୍ରାହ୍ମଣ:- “ନା ତଥାଗତ।” 

    ଗୌତମ ବୁଦ୍ଧ:- “ଆପଣଙ୍କ ମାତା ପିତା ଦେଖିଛନ୍ତି କି ? କିମ୍ବା ଦେଖିଛନ୍ତି ବୋଲି ସେମାନେ ଆପଣଙ୍କୁ କହିଛନ୍ତି କି ?” 

    ବ୍ରାହ୍ମଣ:- “ନା ତଥାଗତ। ” 

    ଗୌତମ ବୁଦ୍ଧ:- “ତାହେଲେ ପରିବାରର କୌଣସି ପୁର୍ବଜ ଦେଖିଛନ୍ତି ବୋଲି ଆପଣ ଶୁଣିଛନ୍ତି କି ?” 

    ବ୍ରାହ୍ମଣ:- “ନା ତଥାଗତ।” 

    ଗୌତମ ବୁଦ୍ଧ:- “ମୁଁ ଏହା ହିଁ କହୁଛି, ଯାହାକୁ ଆଜି ପର୍ଯ୍ୟନ୍ତ କେହି ଦେଖି ନାହାଁନ୍ତି, ଯାହାକୁ ଆମେ ଜ୍ଞାନେନ୍ଦ୍ରିୟ ଦ୍ୱାରା ଜାଣିପାରିବା ନାହିଁ, ତାହା ସତ୍ୟ ନୁହେଁ, ତେଣୁ ଏ ବିଷୟରେ ଚିନ୍ତା କରିବା ବ୍ଯର୍ଥ। 

    ବ୍ରାହ୍ମଣ:- “ତାହା ଠିକ୍ ତଥାଗତ, କିନ୍ତୁ ଆମେ ଜୀବିତ ଏହାର ଅର୍ଥ ଆମ ଭିତରେ ଏକ ଆତ୍ମା ଅଛି, ଆପଣ ଏହାକୁ ବିଶ୍ୱାସ କରନ୍ତି କି ନାହିଁ ?” 

    ଗୌତମ ବୁଦ୍ଧ: – “ମୋତେ କୁହନ୍ତୁ, ମଣିଷ ମରିଯାଏ ଏହାର ଅର୍ଥ କ’ଣ ?” 

    ବ୍ରାହ୍ମଣ: –  “ଆତ୍ମା ଶରୀରରୁ ବାହାରିଯାଏ, ତାପରେ ମଣିଷ ମରିଯାଏ।” 

    ଗୌତମ ବୁଦ୍ଧ:- “ଅର୍ଥାତ୍ ଆତ୍ମା ମରେ ନାହିଁ ?” 

    ବ୍ରାହ୍ମଣ:- “ନା ତଥାଗତ, ଆତ୍ମା ଅମର ଅଟେ।” 

    ଗୌତମ ବୁଦ୍ଧ:- “ଆପଣ କହୁଛନ୍ତି ଯେ ଆତ୍ମା କେବେ ମରେ ନାହିଁ, ଆତ୍ମା ଅମର ଅଟେ। ତାହେଲେ କୁହନ୍ତୁ ଆତ୍ମା ଶରୀର ଛାଡିଥାଏ ନା ଶରୀର ଆତ୍ମାକୁ ??” 

    ବ୍ରାହ୍ମଣ:- “ଆତ୍ମା ଶରୀରକୁ ଛାଡିଥାଏ ତଥାଗତ।” 

    ଗୌତମ ବୁଦ୍ଧ:- “ଆତ୍ମା ଶରୀରକୁ କାହିଁକି ଛାଡିଥାଏ ?” 

    ବ୍ରାହ୍ମଣ:- “ଜୀବନ ଯିବା ପରେ ଛାଡିଥାଏ। ” 

    ଗୌତମ ବୁଦ୍ଧ:- “ଯଦି ଏହା ଠିକ ତାହେଲେ ମଣିଷ କେବେ ମରିବା କଥା ନୁହେଁ। ଦୁର୍ଘଟଣା, ଅସୁସ୍ଥତା, କ୍ଷତ ହେଲା ପରେ ମଧ୍ୟ ବିନା ଚିକିତ୍ସାରେ ବଞ୍ଚିବା କଥା।କାହିଁକି ନା ଆତ୍ମାର ଇଚ୍ଛା ବିନା ମନୁଷ୍ଯ ମରିପାରିବ ନାହିଁ। ” 

    ବ୍ରାହ୍ମଣ:- “ଆପଣ ଠିକ କହୁଛନ୍ତି ତଥାଗତ, କିନ୍ତୁ ମନୁଷ୍ଯ ଦେହରେ ଆତ୍ମା ଅଛି , ଆପଣ ତାକୁ କ’ଣ କହିବେ ?” 

    ଗୌତମ ବୁଦ୍ଧ:- “ଆପଣ ଦୀପ କେବେ ଜାଳିଛନ୍ତି ?” 

    ବ୍ରାହ୍ମଣ:- “ହଁ ତଥାଗତ। ” 

    ଗୌତମ ବୁଦ୍ଧ:- “ଦୀପର ଅର୍ଥ ହେଉଛି ଏକ ଛୋଟ ବତୀ, ଏଥିରେ ତେଲ, ତେଲରେ ଏକ ସଳିତା ଓ ଜଳିବା ପାଇଁ ନିଆଁ  ଆବଶ୍ୟକ, ଠିକ୍ଅଛି ?” 

    ବ୍ରାହ୍ମଣ:- “ହଁ ତଥାଗତ ।” 

    ଗୌତମ ବୁଦ୍ଧ:- “ତାହଲେ ମୋତେ କୁହନ୍ତୁ, ବତୀ କେତେବେଳେ ଲିଭିଥାଏ ?” 

    ବ୍ରାହ୍ମଣ:- “ତେଲ ସରିଗଲେ ଦୀପ ଲିଭିଯାଏ ତଥାଗତ। “

    ଗୌତମ ବୁଦ୍ଧ:- “ଆଉ କିପରି ?” 

    ବ୍ରାହ୍ମଣ:- “ତେଲ ଥାଇ ଯଦି ସଳିତା ସରିଯାଏ ତାହଲେ ମଧ୍ଯ ଦୀପ ଲିଭିଯାଏ, ତଥାଗତ। ” 

    ଗୌତମ ବୁଦ୍ଧ:- “ଏହା ସହିତ, ପ୍ରବଳ ପବନର ପ୍ରବାହ ଦ୍ୱାରା, ଦୀପ ଉପରେ ପାଣି ଢାଳିବା ଦ୍ୱାରା, କିମ୍ବା ଦୀପ ଭାଙ୍ଗିଗଲେ ମଧ୍ୟ ଲିଭାଯାଇପାରେ। ମନୁଷ୍ଯ ଶରୀର ମଧ୍ୟ ଏକ ଦୀପ ଭଳି, ଏବଂ ପ୍ରାଣର ଅର୍ଥ ହେଉଛି ଅଗ୍ନି ଅର୍ଥାତ୍ ନିଆଁ। ଜୀବମାନଙ୍କର ଶରୀର ଚାରୋଟି ଉପାଦାନରେ ଗଠିତ।

    1) ପୃଥିବୀ- ଘନରୁପ ପଦାର୍ଥ ଅର୍ଥାତ୍ ମାଟି।

    2) ଆକାଶ – ତରଳ ପଦାର୍ଥ ଯଥା ଜଳ, ଏବଂ ତେଲ।

    3) ବାୟୁ – ଅନେକ ପ୍ରକାରର ବାୟୁର ମିଶ୍ରଣ।

    4) ଆଲୋକ –  ନିଆଁ, ଉତ୍ତାପ, ଉଷ୍ଣତା।

    ଏଥିରୁ ଗୋଟିଏ ପଦାର୍ଥ ଅଲଗା କରିଦେଲେ, ଶକ୍ତି ଓ ଉତ୍ତାପର ସୃଷ୍ଟି ହବା ବନ୍ଦ ହୋଇଯିବ, ମଣିଷ ନିଷ୍କ୍ରିୟ ହୋଇଯିବ। ଏହାକୁ ମଧ୍ଯ ମନୁଷ୍ୟର ମୃତ୍ୟୁ କୁହାଯାଏ। ତେଣୁ ଆତ୍ମା ମଧ୍ୟ

    ଭଗବାନଙ୍କ ପରି ଅସ୍ତିତ୍ବହୀନ ଅଟେ। ଏହି ସବୁ ବିଷୟରେ ସମସ୍ତ ଆଲୋଚନା ବ୍ୟର୍ଥ। ଏହା ଦ୍ବାରା ଧମ୍ମର ସମୟ ନଷ୍ଟ ହୋଇଥାଏ। ” 

    ବ୍ରାହ୍ମଣ:- “ତଥାଗତ, ତାହଲେ ଧମ୍ମ କ’ଣ ଓ ଏହାର ଉଦ୍ଧେଶ୍ୟ କ’ଣ ? 

    ଗୌତମ ବୁଦ୍ଧ:- “ଧମ୍ମର ଅର୍ଥ ଅନ୍ଧକାରରୁ ଆଲୋକ ଆଡକୁ ନେଇଯାଉ ଥିବା ମାର୍ଗ।” ଧମ୍ମର ଉଦ୍ଦେଶ୍ୟ ହେଉଛି ମଣିଷ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିପରି ଜୀବନଯାପନ କରିବ ସେ ଦିଗରେ ମାର୍ଗଦର୍ଶନ କରିବା। 

    ଜୀବନର ଉତ୍ସକୁ ବୁଝିବା ଏବଂ ସେଗୁଡିକୂ ବ୍ୟବହାର କରି ଜୀବନରୁ ଦୁଃଖ ଦୂର କରିବାର ମାର୍ଗ ହେଉଛି ଧମ୍ମ। ପ୍ରକୃତିର ନିୟମକୁ ବୁଝିବା ଏବଂ ଏହା ଅନୁଯାୟୀ ଜୀବନରୁ ଦୁଃଖ ଦୂର କରିବାର ଉପାୟ ହେଉଛି ଧମ୍ମ, ପ୍ରକୃତିର ଉପାସନା ଦ୍ୱାରା ଧମ୍ମ ନୁହେଁ। ଧମ୍ମ ଜିଜ୍ଞାସାକୁ କାଳ୍ପନିକ ଧାର୍ମିକ କାହାଣୀ ଦ୍ୱାରା ମାରି ହେବ ନାହିଁ, ଧମ୍ମ ଜାଣିବାର,ଖୋଜିବାର ନାମ ଅଟେ  ବିଜ୍ଞାନ ଅଟେ। 

    ଧମ୍ମର ଆଧାର ହେଉଛି ଅନୁଭବ, ବିଶ୍ୱାସ କିମ୍ବା ଅନ୍ଧବିଶ୍ୱାସ ନୁହେଁ, ଧମ୍ମ ଜାଣିବା ପରେ ମାନିବା, ବିଶ୍ୱାସ ନୁହେଁ। 

    ଧମ୍ମ ମଣିଷକୁ ମଣିଷ ଓ ଜୀବଜଗତର ସାହାରା ହବାକୁ ଶିଖାଇ ଥାଏ, ଧମ୍ମ ନିଜର ସାହାରା ନିଜେ ହୋଇଥାଏ କୌଣସି ଇଶ୍ୱରଙ୍କ କୃପାକୁ ଅପେକ୍ଷା କରି ବସେ ନାହିଁ। 

    ଦୁଃଖ ଦୁଇ ପ୍ରକାରର, ଗୋଟିଏ ପ୍ରାକୃତିକ ଅନ୍ୟଟି ମନୁଷ୍ୟ ଦ୍ୱାରା ନିର୍ମିତ, ପ୍ରାକୃତିକ ଦୁଃଖର ଚିକିତ୍ସା ତୁମର ତଥାକଥିତ ଭଗବାନଙ୍କ ପାଖରେ ମଧ୍ୟ ନାହିଁ ସେ ମଧ୍ୟ ଏହାକୁ ରୋକିବାରେ ଅସମର୍ଥ, ତାହଲେ ଭଗବାନଙ୍କ ପ୍ରତି ଭକ୍ତି କାହିଁକି ? 

    ଧମ୍ମ ହେଉଛି ମନୁଷ୍ୟକୃତ ଦୁଃଖର ସମାଧାନ, କାହିଁକି ନା ଆମ ଜୀବନରେ ପ୍ରାକୃତିକ ଦୁଃଖ ହେଉଛି ପୋଖରୀ ପରି, କିନ୍ତୁ ମନୁଷ୍ୟ ଦ୍ୱାରା ନିର୍ମିତ ଦୁଃଖ ସମୁଦ୍ର ପରି। ଅର୍ଥାତ୍ ଦୁଃଖର ସବୁଠାରୁ ବଡ ଅଂଶ ହେଉଛି ମାନବ ନିର୍ମିତ ଯେମିତି କି ସାମାଜିକ ଜାତି ବିଭାଜନ, ଅସମାନ ଅର୍ଥନୈତିକ ବିଭାଜନ, ଭୁଲ ରାଜନୀତି, ଭୁଲ ବ୍ୟକ୍ତିଗତ ଅଭ୍ୟାସ, ରୋଗ, ଧାର୍ମିକ ଚିନ୍ତାଧାରା, ରୀତିନୀତି ଓ ଅତ୍ୟାଚାର ଇତ୍ୟାଦି। 

    ଧମ୍ମର ପ୍ରଥମ ସୂତ୍ର, ସବୁକିଛିଠାରୁ ବଡ ହେଉଛି ନ୍ୟାୟ, ତଥାକଥିତ ଇଶ୍ୱରଙ୍କଠାରୁ ବି ବଡ, ନ୍ୟାୟ ବ୍ୟବସ୍ଥା ହିଁ ଧମ୍ମ ଅଟେ। କ’ଣ ଗୋଲାମୀ ଓ ଶୋଷଣ ପାଇଁ ତୁମେ ଭଗବାନଙ୍କୁ ନେବାକୁ ଚାହିଁବ ? 

    ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଜୀବଙ୍କ ଜୀବନକୁ ଖୁସି କରିବା ହିଁ ଧମ୍ମର ଶେଷ ଲକ୍ଷ୍ୟ। 

    ବ୍ରାହ୍ମଣ: –  ମୁଁ ଧନ୍ୟ ହୋଇଗଲି ଆପଣ ମୋ ଆଖି ଖୋଲିଦେଲେ, ଆପଣଙ୍କ ସହିତ କଥାବାର୍ତ୍ତା କରିବା ପରେ, ମୋର ଧାର୍ମିକ ଜ୍ଞାନର ଶ୍ରେଷ୍ଠତାର ଅହଂକାର ଲୋପ ପାଇଛି, ମୁଁ ନିଜକୁ ବହୁତ ମୁକ୍ତ ଓ ହାଲୁକା ଅନୁଭବ କରୁଛି, ମୋର ଭ୍ରମ ଦୂର ହୋଇଛି, ଆପଣଙ୍କ ଜ୍ଞାନ ପାଇ ମୋ ଜୀବନ ଧନ୍ୟ ହୋଇଗଲା।


About Me

The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.

Follow Me On

Subscribe To My Newsletter

Subscribe for new travel stories and exclusive content.

Design a site like this with WordPress.com
Get started