Hello, I’m Veronica

The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.

  • ,

    #West Indies beat India by 6 wickets in 2nd ODI to keep series alive.

    Celebration moment’s for WI

    Barbador 29/07- India and West Indies in the second ODI, India won the first match, West Indies won the second ODI and tied the match. The home team defeated India by 6 wickets.West Indies chased down the target of 182 runs in 36.4 overs.

    Summary Scoreboard:-
    India 181/10 in 40.5 overs (Ishan Kisan-55, Subman Gill-34, Surya Kumar Jadav-24, Sahadul Thakur-16, Gudkesh Moti-3/36, Romario Shepherd-3/37, Alzari Joseph-2/35, Yannick Kariya-1/25, Jayden Sills-1/28, West Indies 182/4 in 36.4 overs (Saye Hope-63, Kisey Kati-48, Kyle Myers-36, Sahardul Thakur-3/42, Kuldeep Jacob-1 /30)

    #West Indies beat India by 6 wickets in 2nd ODI to keep series alive.


  • #India vs West Indies 2nd ODI today

    Place :- Barbados
    Time: 07:00 p.m.
    Broadcast:- DD Sports

    #India vs West Indies 2nd ODI today


  • India out of the semi-finals

    ଗତ ସଂସ୍କରଣ ପରି ଏଥର ମଧ୍ୟ ଭାରତର ବିଶ୍ୱକପ ଲକ୍ଷରେ ଅଷ୍ଟ୍ରେଲିଆ ବାଧା ଦେଇଛି l ଗୁରୁବାର ଖେଳାଯାଇଥିବା ମହିଳା ଟ୍ୱେଣ୍ଟି -20 ବିଶ୍ୱକପ ସେମିଫାଇନାଲରେ ଅଷ୍ଟ୍ରେଲିଆ 5 ରନରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି l ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ 173 ରନର ଲକ୍ଷକୁ ପିଛା କରି ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ହର୍ମନପ୍ରୀତ କୌରଙ୍କ 167/8 ରେ ଅଟକି ଯାଇଥିଲା l

       ତେବେ ଏହି ମ୍ୟାଚରେ ଏକାଧିକ କ୍ୟାଚ ହାତଛଡା କରିବା ଭାରତକୁ ମାହଙ୍ଗା ସାବ୍ୟସ୍ତ ହୋଇଥିଲା l ଗତବର୍ଷ ପୁରୁଷ ଟ୍ୱେଣ୍ଟି -20 ବିଶ୍ୱକପ ସେମିଫାଇନାଲରୁ ଭାରତ ବିଦାୟ ନେଇଥିଲା l ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ଭାରତର ଦୁର୍ବଳ କ୍ଷେତ୍ରରକ୍ଷଣର ଫାଇଦା ଉଠାଇ 4 wickete ବିନିମୟରେ 172ରନ କରିଥିଲା l ଆଲିସା ହିଲି (25) ଓ ବେଥ ମୁନି ଆରମ୍ଭରୁ ଦ୍ରୁତ ଖେଳୁବା ସହ ଅର୍ଦ୍ଧଶଟକୀୟ (52) ଭାଗିଦାର କରି ଦୃଢ଼ ମୂଳଦୁଆ କରିଥିଲେ l ପରେ ଅଧିନାୟକ ମେଗା ଲାନିଂ ସହ ମିଶି ମୁନି ଦଳକୁ ଶତକ ନିକଟତର କରାଇଥିଲା l ତେବେ ଅର୍ଦ୍ଧଶତକ ଅର୍ଜନ କରିସାରିଥିବା ମୁନି 54 ରନ କରିଥିଲା ବେଳେ ନିଜ wicket କରାଇଥିଲେ l ମୁନିଙ୍କ ସ୍ଥାନରେ ଆସିଥିବା ଆସଲେ ଗାର୍ଡନର ତୃତୀୟ wicket ରେ ଲାନିଂଙ୍କ ସହ 49* ରନ କରିଥିଲେ l

    ଭାରତ ପାଇଁ ସବୁ ବୋଲର ମହଙ୍ଗା ହୋଇଥିଲା ବେଳେ ପ୍ରାରମ୍ବିକଦ୍ରୁତ ବୋଲର ରେଣୁକା ସିଂହ 2, ଦୀପ୍ତି ଶର୍ମା ଓ ରାଧା ଯାଦବ 1 wicket ଲେଖାଏ ଅକ୍ତିଆର କରିଥିଲେ l ପୂଜା ବସ୍ତ୍ରକାରଙ୍କ ବଦଳରେ ବିଶ୍ୱକପ ଦଳରେ ସାମିଲ ହୋଇଥିବା ସ୍ନେହ ରାଣୀ ଏକାଧିକ ସହଜ ସୁଯୋଗ ଦେଇଥିଲେ ବି କ୍ୟାଚ ହାତଛଡା ହେବାରୁ ତାଙ୍କୁ କୌଣସି ସଫଳତା ମିଳିନଥିଲା l

    173 ରନର ବଡ଼ ଲକ୍ଷକୁ ପିଛା କରୁଥିବା ଭାରତୀୟ ଦଳ କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା l ଶେଫଳି ବର୍ମା (9), ସ୍ମୁତି ମନ୍ଦାନା (2), ୟାସ୍ତିକା ଭାଟିଆ (4) ଚତୁର୍ଥ ଓଭର ଭିତରେ ଆଉଟ ହୋଇଯାଇଥିଲେ l ତଥାପି ଯେମିମା ରଦ୍ରୀଗୁଏଜ ଓ ହର୍ମନପ୍ରୀତ କୌର ପାଳିକୁ ସମ୍ଭଳିନେବା ସହ ଦୃଢ଼ ଭାବେ ରନ ସଂଗ୍ରହ କରିଥିଲେ l ଓଭର ପିଛା ପାଖାପାଖୀ 11 ରନ ହାରରେ ରନ ସଂଗ୍ରହ କରି 10 ଓଭର ବେଳକୁ ଦଳୀୟ ସ୍କୋର 100 ପାଖରେ ପହଞ୍ଚାଇଦେଇଥିଲା l ତେବେ 24 ବଲକୁ 43 ରନ କରିଥିବା ବେଳେ ଦର୍ଶୀ ବ୍ରାଉନଙ୍କ ମୁଣ୍ଡ ଉପରେ ଯାଉଥିବା ବାଉନ୍ସରକୁ ଥାର୍ଡମ୍ୟାନ ଅଞ୍ଚଳକୁ ଅପରକଟ ଖେଳିବାକୁ ଯାଉଥିଲା l ବେଳେ ହିଲିଙ୍କ ହାତରେ ଧରାପଡିଯାଇଥିଲା l ଯେମିମାନଙ୍କ wiket ଯିବା ପରେ ରନଗତି ସାମାନ୍ୟ ଧିମା ପଡିଯାଇଥିଲେ ବି 13ତମ ଓଭର ବେଳଠୁ ହର୍ମନପ୍ରୀତ ଚୌକା ବର୍ଷା ଆରମ୍ଭ କରିଥିଲେ l ଯାହାଫଳରେ 15ତମ ଓଭରର ଦ୍ଵିତୀୟ ବଲରେ ଲଗାତାର ଚୌକା ମାରି ଅର୍ଦ୍ଧଶତକ ପୂରଣ କରିଥିଲା l କିନ୍ତୁ ଦୁଇଟି ବଲ ପରେ ହର୍ମନପ୍ରୀତ 2 ରନ ନେବାକୁ ଦୌଡ଼ିଥିଲା ବେଳେ ସେ ରନ ଆଉଟ ହୋଇଥିଲେ l ଶେଷରେ 16 ରନ ଥିଲା ଦଳକୁ ଜିତାଇବାକୁ l ହେଲେ ହାତରେ 3 wiket ବଳକା ଥିଲା l କିନ୍ତୁ ଶେଷ ଓଭରରୁ କେବଳ 10 ରନ ସଂଗ୍ରହ ହୋଇପାରିଥିଲା l

    L


  • ସୁଧବିହୀନ ଋଣର ସୁବିଧା ନିଅ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

    ସୁଧବିହୀନ ଋଣର ସୁବିଧା ନିଅ

      ଭୁବନେଶ୍ୱର ଚାଷ କ୍ଷେତ୍ରରେ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ l ଫସଲ ଋଣର ସିଂହଭାଗ ସମବାୟ ବ୍ୟାଙ୍କଗୁଡିକ ହିଁ ଦେଇଥାନ୍ତି l ଚଷୀମାନଙ୍କର ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେଉଛନ୍ତି l ଏହି ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗିଦାର ହେବାକୁ ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଏବଂ ଋଣ କର୍ମଶାଳା ଉଦଘାଟନି ଉତ୍ସବରେ ଭିଡ଼ିଓ ବାର୍ତ୍ତାରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l

    ଓୟୁଏଟିର ସ୍ୱାମୀନାଥନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚି ନାୟକ କହିଥିଲେ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ଋଣ ସହଜ ଏବଂ ସୁଲଭରେ ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନାସୁଧରେ ଏବଂ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ 2 ପ୍ରତିଶତ ସୁଧରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି l ପ୍ରତ୍ୟେକ ଚାଷୀ ପରିବାରକୁ ସମବାୟ ଆନ୍ଦୋଳନର ପରିସରଭୁକ୍ତ କରିବା ସମବାୟ ଆନ୍ଦୋଳନର ଲକ୍ଷ l କୃଷି ଉତ୍ପାଦନରେ ଓଡିଶା ରେକର୍ଡ କରିଛି l ରାଜ୍ୟକୁ ପାଞ୍ଚଥର କୃଷିକର୍ମଣ ପୁରସ୍କର ମିଳିଛି l

    ‘କାଳିଆ ‘ ଯୋଜନା ଓ ‘ବଳରାମ ‘ଯୋଜନା ଚାଷ ଓ ଚାଷୀର ଉନ୍ନତି ସାଧନ କରି ବେଶ ସଫଳତା ପାଇଛି l 5-ଟି ର ଉପଯୋଗ କରି ସମବାୟ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ପଡିବ l ସମ୍ମନିତ ଅତିଥି ଉନ୍ନୟନ କମିଶନର ଓ କୃଷି ଉତ୍ପାଦନ କମିସନର ପ୍ରଦୀପ ଜେନା କହିଥିଲେ, କୃଷି ଋଣର 75 ପ୍ରତିଶତ ସମବାୟ ବ୍ୟାଙ୍କମାନେ ହିଁ ଯୋଗାଉଛନ୍ତି l ଓଡିଶାକୁ ଅଗ୍ରଣୀ କୃଷିବିର୍ତ୍ତିକ ରାଜ୍ୟ ଭାବେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେବାରେ ସମବାୟ ବ୍ୟାଙ୍କଗୁଡିକ ଯତ୍ନବାନ ହେବା ଜରୁରୀ l ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କହିଥିଲେ ଚାଷକୁ ଲାଭଜନକ କରିବା ଆଜି ଜରୁରୀ ହୋଇପଡିଛି l ଚାଷ ପାଇଁ ବ୍ୟୟକୁ କମାଇବାକୁ ପଡିବ l ସେଥିପାଇଁ ଚାଷୀମାନେ ସାହୁକାରମାନଙ୍କଠାରୁ ଋଣ ନନେଇ ସମବାୟ ଋଣ ନେଟୱାର୍କକୁ ଆସିବାକୁ ପଡିବ l ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମକୁ କାର୍ଯ୍ୟକ୍ଷମ କରାଯିବ l ପ୍ୟାକ୍ସକୁ ଅଧିକ ବିକଶିତ ଓ ପ୍ରଭାବୀ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣର ବ୍ୟବସ୍ଥା ହେବ l

    ପ୍ୟାକ୍ସର କମ୍ପୁଟରୀକରଣ ସହିତ ରାଜ୍ୟରେ 1200 ନୂଆ ପ୍ୟାକ୍ସ ଗଠନ କରାଯିବ l ନାବାର୍ଡ ସାଧାରଣ ପରିଚାଳକ ସତ୍ୟରଞ୍ଜନ ପଣ୍ଡା କହିଲେ ନାବାର୍ଡ ବ୍ୟାଙ୍କ ସମବାୟ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହି ରାଜ୍ୟର ଚାଷୀମାନଙ୍କୁ କୃଷି ଋଣ ଦେବାରେ ମୁଖ୍ୟ ଭୁମିକା ନେଇପାରିଛି l ଓୟୁଏଟିର ସଂପ୍ରସାରଣ ବିଭାଗ ଡିନ ପ୍ରସନଜିତ ମିଶ୍ର କହିଥିଲେ, ଓୟୁଏଟି ପ୍ରତିଷ୍ଠା ହେବା ପରଠାରୁ କୃଷିର ଉନ୍ନତି ପାଇଁ ପ୍ରୟାସରତ ରହିଛି l ଚାଷୀମାନଙ୍କ ପାଖରେ ଉନ୍ନତ କୌଶଳ ପହଞ୍ଛାଇଛି କୃଷି ବିଜ୍ଞାନ କେନ୍ଦ୍ରଗୁଡିକ ବିନା ଖର୍ଚ୍ଚରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଜ୍ଞାନକୌଶଳ ଯୋଗାଇବାରେ ଅଗ୍ରଣୀ ଭୁମିକା ନିର୍ବାହ କରିଛନ୍ତି l ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କୁ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟମରେ ଉତ୍ପାଦନ, ବିପଣନ ସମ୍ବନ୍ଦୀୟ ପ୍ରଶିକ୍ଷଣ ଦିଆଯାଇପାରିଛି ବୋଲି ଶ୍ରୀ ମିଶ୍ର ପ୍ରକଶ କରିଥିଲେ l

    ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡିକ ଦ୍ଵାରା ଜିଲ୍ଲାସ୍ତରୀୟ ଉତ୍ସବ ଏବଂ କର୍ମଶାଳା ଅନୁଷ୍ଠିତ ହେବ l ମାର୍ଚ୍ଚ ଶେଷ ସୁଦ୍ଧା ଗ୍ରାମପଂଚାୟତ ସ୍ତରରେ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାନେ ଜନସଂପର୍କ ଅଭିଯାନ ଓ କର୍ମଶାର ଆୟୋଜନ କରିବେ l


  • Odia poem କବିତା

    ଚନ୍ଦନ ନାଏକ

                           କଳାମେଘ



  • ସଫଳ କ୍ରୀଡାବିତଙ୍କୁ 1.8 କୋଟି

    ଭୁବନେଶ୍ୱର ଓଡିଶା ପାଇଁ ନିକଟରେ ଗର୍ବ ଓ ଗୌରବ ଆଣିଥିବା ଖେଳାଳିମାନଙ୍କୁ ରାଜ୍ୟ ସରକାର 1 କୋଟି 85 ଲକ୍ଷ 22 ହଜାର 50 ଟଙ୍କା ପ୍ରଦାନ କରି ସମ୍ବଦ୍ଧିତ କରିଛନ୍ତି l ମଧ୍ୟପ୍ରଦେଶରେ ଚଳିତ ମାସରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡାରେ ଓଡିଶା 11 ସ୍ୱର୍ଣ୍ଣ,8 ରୌପ୍ୟ ଓ 11 କାଂସ୍ୟ ସହ ମୋଟ 30 ପଦକ ଜିତିଥିଲା l ସରକରଙ୍କ ପକ୍ଷରୁ ସ୍ୱର୍ଣ୍ଣ ବିଜେତାଙ୍କୁ 1 ଲକ୍ଷ, ରୌପ୍ୟ ବିଜେତାଙ୍କୁ 75,000 ଟଙ୍କା ଏବଂ କାଂସ୍ୟ ପଦକ ହାସଲକାରୀଙ୍କୁ 50,000ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି l କାୟାକିଂ ଓ କାନୋଇଂ ରୁ ସର୍ବାଧିକ 7 ପଦକ ମିଳିଥିବାରୁ ଏହାର କ୍ରୀଡାବିତଙ୍କୁ ସର୍ବାଧିକ ରାଶି ମିଳିଛି l ଏହା ମଧ୍ୟ ବ୍ୟକ୍ତିଗତ ଓ ଦଳଗତ ବର୍ଗରେ ସମାନ ରାଶି ପ୍ରଦାନ କରାଯାଇଛି l ସେହିଭଳି ନିକଟରେ ଅନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କୁ ମଧ୍ୟ ସରକାର ପୁରସ୍କାର ରାଶି ସହ ସମ୍ମାନିତ କରିଛନ୍ତି l ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରୁ ବ୍ୟକ୍ତିଗତ ସ୍ବର୍ଣ୍ଣ ଓ ଦଳଗତ ରୌପ୍ୟ ପଦକ ଜିତିଥିବାରୁ ପ୍ରମୋଦ ଭଗତଙ୍କୁ 27 ଲକ୍ଷ ଟଙ୍କା, ଡବ୍ଲ୍ୟୁଏଏସ ବିଶ୍ୱ କ୍ରୀଡାରୁ 3 ପଦକ ଜିତିଥିବା ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ 54 ଲକ୍ଷ, ଏସିୟ ଯୁବ ଦୌଡ଼କୁଦରୁ ଯୁଗଳ ସଫଳତା ପାଇଥିବା ସବିତା ଟୋସ୍ପୋଙ୍କୁ 2 ଲକ୍ଷ 92 ହଜାର ଟଙ୍କା ପ୍ରଦାନ କରାଯାଇଛି l ହକି ତରକା ଦୀପସାନ ତୀର୍କୀ, ନିଲମ ସଂଜୀପ ଖେସଙ୍କୁ 3.75 ଲକ୍ଷ ଲେଖାଏ ଏବଂ ବୀରେନ୍ଦ୍ର ଲାକ୍ରା – ଅଭିଷେକ ଲାକ୍ରାଙ୍କୁ 2.5 ଲକ୍ଷ ଲେଖାଏ, ଶିଳାନନ୍ଦ ଲାକ୍ରାଙ୍କୁ 1.25 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି l ଚେସ ରାଣୀ ସଇନା ସଲୋନିକା, ବଂଧୁକଚଳିକା ଶ୍ରିୟଙ୍କା ଷଡ଼ଙ୍ଗୀ, ସାଇକ୍ଲିଷ୍ଟ ସ୍ୱପ୍ତି ସିଂହ, ଜାତୀୟ କନିଷ୍ଠ ଦୌଡ଼କୁଦ ପଦକ ବିଜେତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣ ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରମୋସନ କାଉନସିଲ ଅଫ ଓଡିଶାର ଅଧକ୍ଷ ତଥା ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କୀ, ଓଡିଶା ସରକାରଙ୍କ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଅତିଥି ଥିବାବେଳେ ପ୍ରଶିକ୍ଷକ ଖେଳାଳିଙ୍କ ପରିବାର, କ୍ରୀଡା ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ


About Me

The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.

Follow Me On

Subscribe To My Newsletter

Subscribe for new travel stories and exclusive content.

Design a site like this with WordPress.com
Get started