Category: Uncategorized
-
ଦକ୍ଷୀଣ ଆଫ୍ରିକାକୁ ହରାଇଲା ଆରଜେଣ୍ଟିନା Argentina lost to South Africa
କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ 1 ଟାରେ ଆରଜେଣ୍ଟିନା ଓ ଦକ୍ଷୀଣ ଆଫ୍ରିକା ମ୍ୟାଚରୁ ଓଡିଶା ଏଫଆଇଏଚ ପୁରୁଷ ହକି ବିଶ୍ୱକପ 2023 ର ଶୁଭାରମ୍ଭ ହୋଇଛି l ଏହି ଉଦଘାଟନି ମୁକାବିଲାରେ ସପ୍ତମ ମାନ୍ୟତାପ୍ରାପ୍ତ ଆରଜେଣ୍ଟିନା 1-0 ଗୋଲରେ ଦକ୍ଷୀଣ ଆଫ୍ରିକାକୁ ହରାଇ ଅଭିଯାନ ଆରମ୍ଭ କରିଛି l 14 ମାନ୍ୟତାପ୍ରାପ୍ତ ଦକ୍ଷୀଣ ଆଫ୍ରିକା ପ୍ରଥମ କ୍ଵାଟରରେ ଭଲ ଖେଳି ଆର୍ଜେଣ୍ଟିନାକୁ ଚାପରେ ରଖିଥିଲା l 13 ତମ ମିନିଟରେ ଡି’ ଏରୀଆରେ ଦକ୍ଷୀଣ ଆଫ୍ରିକା ଖେଳାଳି…
-
ରଣଜୀ ଟ୍ରଫିରେ ମହିଳା ଅମ୍ପାୟାର
ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ମ୍ୟାଚ ପରିଚାଳନା କରିଛନ୍ତି ମହିଳା ଅମ୍ପାୟାର l ଏ କ୍ଷେତ୍ରରେ ମଙ୍ଗଳବାର ବ୍ରିନ୍ଦା ରଥି, ଏନ ଜନନି ଏବଂ ଭି ଗାୟତ୍ରୀ ଇତିହାସ ରଚିଛନ୍ତି l ବିସିସିଆଇର ପୁରୁଷ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ମ୍ୟାଚ ପରିଚାଳନା କରିବାରେ ଏହି ତିନି ଜଣ ପ୍ରଥମ ମହିଳା ହୋଇଛନ୍ତି l ମୁମ୍ବାଇ ବାସିନ୍ଦା 32 ବର୍ଷ ବୟସ୍କା ରଥି ବିସିସିଆଇ ସ୍କୋରର exam ରେ ଉତୀର୍ଣ୍ଣ ହେବା ପୂର୍ଵରୁ ସ୍ଥାନୀୟ ମ୍ୟାଚରେ…
-
ଅଲିମ୍ପିକ୍ସି ପଦକ ବିଜେତା ଅମିତ ରୋହିଦାସଙ୍କ କାହାଣୀ The story of Olympic medalist Amit Rohidas
ବାଲିଶଙ୍କରା ଛକରେ ଜୋତା ମରାମତି କାମକରି ବହୁକଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ଗୋପାଳ ରୋହିଦାସ l ସେଥିରେ ଯାହା ମିଳୁଥିଲା ତାଙ୍କର 6 ଜଣିଆ ପରିବାରକୁ ଚଳାଇବା କଷ୍ଟକର ହୋଇପଡୁଥିଲା l ସେଥିପାଇଁ କେବେ ଦାଦନ ଖଟିବାକୁ ଗୋଆ, ମୁମ୍ବାଇ ଚାଲିଯାଉଥିଲେ ଗୋପାଳ l କିନ୍ତୁ ଏତେ ଅଭାବ,ଦାରିଦ୍ର ଭିତରେ ବି ଆଦିବାସୀଙ୍କ ପାରମ୍ପରିକ କ୍ରୀଡା ପାଲଟି ଥିବା ହକି ଖେଳ ପ୍ରତି ଗୋପାଳଙ୍କ ବଡ଼ ଝୁଙ୍କ ଥିଲା l କେଉଁଠି ହକି ଖେଳ ହେଉଛି ଶୁଣିଲେ…
-
ଅଲ ନାସରକୁ ଜବାବ ଦେଇଥିବାରୁ ୟୁରୋପ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିଲି : ronaldo
ଫୁଟବଲ ତାରକା କ୍ରିଷ୍ଟିଆନୋ ronald ସାଉଦି ଆରବର ଅଲ ନାସର କ୍ଳବରେ ପାଦ ଥାପିଛନ୍ତି l ଏଥିପାଇଁ ମଙ୍ଗଳବାର କ୍ଳବ ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ronaldo ଙ୍କୁ ସଦସ୍ୟମାନଙ୍କ ସହିତ ପରିଚିତ କରାଯାଇଥିଲା l ତେବେ ଅଲ ନାସର ସହିତ ଯୋଡିହେବା ସଂପର୍କରେ ronaldo କହିଛନ୍ତି ଯେ ସେ ଜଣେ ସ୍ୱତନ୍ତ୍ର ଖେଳାଳି l ସାଉଦି ଆରବ ଆସିବା ପରେ ବହୁତ ଭଲ ଅନୁଭବ ହେଉଛି l ୟୁରୋପରେ ଅନେକ ରେକର୍ଡ ଭାଙ୍ଗିଥିଲା ବେଳେ…
-
ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ସହ ଶୃଙ୍ଖଳା ବିଜୟ Surya’s streak of victories with an explosive hundred
ତୃତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ତିନି ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି -20 ଶୃଙ୍ଖଳାକୁ ଭାରତ 2-1ରେ ଜିତିଯାଇଛି l ରାଜକୋଟରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତ 91 ରନରେ ଶ୍ରୀଲଙ୍କାକୁ ହରାଇଥିଲା l ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାରିୟରର ତୃତୀୟ ଟ୍ୱେଣ୍ଟି -20 ଶତକ ସହାୟତାରେ ଭାରତ 228/5 ରେ ପହଞ୍ଚିଥିଲା l ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ ହୋଇ 137 ରନରେ ସମସ୍ତ wicket ହରାଇଥିଲା l ଫଳରେ ଦାସୁନ ଶଣକାଙ୍କ ଦଳ ଭାରତ ମାଟିରେ ପ୍ରଥମ ଟ୍ୱେଣ୍ଟି…
-
ଭୁବନେଶ୍ୱରରେ ଜର୍ମାନୀ ଓ ୱେଲସ ବିଶ୍ୱକପ ଦଳକୁ ବିପୁଳ ସ୍ୱାଗତ A big welcome to Germany and Wales World Cup team in Bhubaneswar
ଭୁବନେଶ୍ୱର ଓ ରାଉଲକେଲାରେ ମିଳିତ ଭାବେ ଆୟୋଜିତ ହେବାକୁ ଯାଉଥିବା FIH ପୁରୁଷ ହକି ବିଶ୍ୱକପ ଖେଳିବା ଲାଗି ଆଉ ଦୁଇ ଆନ୍ତର୍ଜାତୀକ ଦଳ ଶନିବାର ଓଡିଶାରେ ପାଦ ଦେଇଛନ୍ତି l ଆୟୋଜକ ଭାରତୀୟ ଦଳ ବହୁ ଆଗରୁ ଆସି ରାଉଲକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ଚଳାଇଥିଲା ବେଳେ ଗୁରୁବାର 2ଟି ଏବଂ ଶୁକ୍ରବାର 7ଟି ଦଳ ପହଂଚି ସାରିଛନ୍ତି l ଜର୍ମାନୀ ଦଳ ଆଲେକଜାଣ୍ଡର ଷ୍ଟାଡ଼ଲର, ମାଥିଆସ ମୁଲେର, ମାଟ୍ସ ଗ୍ରାମବୁଚ, ଲୁକାଶ ୱିଣ୍ଡଫେଡ଼ର,…
-
ଡେରାଡୁନରୁ ମୁମ୍ବାଇ ଏୟାରଲିଫ୍ଟ ହେଲେ ପନ୍ତ l
କାର ଦୁର୍ଘଟଣାର ଶିକାର ହୋଇ ଡେରାଡୁନରେ ଚିକିତ୍ସାତ ହେଉଥିବା ଭାରତୀୟ କ୍ରିକେଟର ରୂଷଭ ପନ୍ଥଙ୍କୁ ବୁଧବାର ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି l ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନେତୃତ୍ୱରେ ବୋର୍ଡର ମେଡିକାଲ ଟିମ ସହିତ ଆଲୋଚନା କରାଯିବା ପରେ ଏଭଳି ନିଷ୍ପତି ନିଆଯାଇଛି l ପନ୍ତଙ୍କ ଆଣ୍ଠୁ ଲିଗାମେଣ୍ଟ ଛିଣ୍ଡିଥିବାରୁ ଚିକିତ୍ସାରେ ସାମାନ୍ୟ ବିଳମ୍ବ ହୋଇଛି l ତେଣୁ ମ୍ୟାକ୍ସ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ ନେବା ପରେ ବିସିସିଆଇ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ପନ୍ତଙ୍କୁ ମୁମ୍ବାଇ…
-
ଅନୁରାଗଙ୍କ ଅର୍ଦ୍ଧଶତକ : ଓଡିଶାର ଦୃଢ଼ ଜବାବ
କଟକ ଟାଙ୍ଗିର ଡ୍ରିମସ ଷ୍ଟାଡିୟମରେ ଚାଲିଥିବା ନାଗାଲାଣ୍ଡ ବିପକ୍ଷ ରଣଜି ଟ୍ରଫି ମୁକାବିଲାରେ ଘରୋଇ ଓଡିଶା ଦୃଢ଼ ଜବାବ ଦେଇଛି l ନାଗାଲାଣ୍ଡର ପ୍ରଥମ ପାଳି ସ୍କୋର 433 ଜବାବରେ ବୁଧବାର ଦ୍ୱିତୀୟ ଦିବସ ଷ୍ଟାମ୍ପସ ପ୍ରତ୍ୟାହାର ସୁଦ୍ଧା ଓଡିଶା ବିନା ଓ୍ଵିକେଟରେ 111 ରନ କରି ଭଲ ଆରମ୍ଭ ପାଇଯାଇଛି l
-
How much is Cristiano Ronaldo salary as compared to lionel Messi
Ronaldo vs Messi Cristiano Ronaldo was unveiled as AI- Nassr player on Tuesdays in a grand ceremony. Ronaldo signed a deal that will see him stay with the club until 2025. He”ll be earning £177 million (₹1,760 crore ) per year. Argentina forward Lion Messi, who play’s for PSG, earn£107 million (₹1,065 crore ) per…
-
Buddha ଆଲୋକର ପଥେ (ଧମ୍ମ=ବିଜ୍ଞାନ)
ଥରେ ଜଣେ ବ୍ରାହ୍ମଣ ମହାମାନବ ଗୌତମ ବୁଦ୍ଧଙ୍କୁ ପଚାରିଲେ। ବ୍ରାହ୍ମଣ:- “ଆପଣ ସମସ୍ତଙ୍କୁ କୁହନ୍ତି ଯେ ଆତ୍ମା ନାହିଁ, ସ୍ବର୍ଗ ନାହିଁ,ପୁନର୍ଜନ୍ମ ନାହିଁ। କଣ ଏହା ସତ୍ଯ ?” ଗୌତମ ବୁଦ୍ଧ:- “ଆପଣଙ୍କୁ ଏକଥା କିଏ କହିଲା, ଯେ ମୁଁ ଏହା କହିଛି ବୋଲି ?” ବ୍ରାହ୍ମଣ:- “ନା ଏମିତି କେହି କହି ନାହାନ୍ତି।” ଗୌତମ ବୁଦ୍ଧ :- ” ମୁଁ ଏମିତି କହିଛି ବୋଲି କହିଥିବା ଲୋକକୁ ଆପଣ ଜାଣିଛନ୍ତି କି ?” ବ୍ରାହ୍ମଣ:- “ନା।” …