Hello, I’m Veronica

The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.

  • ,

    #West Indies beat India by 6 wickets in 2nd ODI to keep series alive.

    Celebration moment’s for WI

    Barbador 29/07- India and West Indies in the second ODI, India won the first match, West Indies won the second ODI and tied the match. The home team defeated India by 6 wickets.West Indies chased down the target of 182 runs in 36.4 overs.

    Summary Scoreboard:-
    India 181/10 in 40.5 overs (Ishan Kisan-55, Subman Gill-34, Surya Kumar Jadav-24, Sahadul Thakur-16, Gudkesh Moti-3/36, Romario Shepherd-3/37, Alzari Joseph-2/35, Yannick Kariya-1/25, Jayden Sills-1/28, West Indies 182/4 in 36.4 overs (Saye Hope-63, Kisey Kati-48, Kyle Myers-36, Sahardul Thakur-3/42, Kuldeep Jacob-1 /30)

    #West Indies beat India by 6 wickets in 2nd ODI to keep series alive.


  • #India vs West Indies 2nd ODI today

    Place :- Barbados
    Time: 07:00 p.m.
    Broadcast:- DD Sports

    #India vs West Indies 2nd ODI today


  • ବାବାରଙ୍କ ବିଶ୍ୱ କିର୍ତ୍ତୀମାନର ସମକକ୍ଷ ହେଲେ ଗିଲ

    ତିନି ବର୍ଷ ଧରି ଶତକ ମରୁଡିର ଅନ୍ତ ଘଟାଇଛନ୍ତି ରୋହିତ ଶର୍ମା 1101 ଦିନ ପରେ ହୋଲକର ଷ୍ଟାଡିୟମରେ ମଙ୍ଗଳବାର ନ୍ୟୁଜଲାଣ୍ଡ ବିପକ୍ଷରେ ସେ 101 ରନର ପାଳି ଖେଳିଥିଲେ l ଶେଷଥର ପାଇଁ 2020 ଜାନୁଆରୀ 19ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେ ଶତକ ମାରିଥିଲେ l ମଙ୍ଗଳବାର ନ୍ୟୁଜଲାଣ୍ଡ ବିପକ୍ଷରେ ମାରିଥିବା କ୍ୟାରୀୟରର 30 ତମ ଶତକ ବଳରେ ରୋହିତ ସର୍ବାଧିକ ଶତକ ଅର୍ଜନକାରୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି l ଏବେ ଉଭୟ ରୋହିତ ଓ ପଣ୍ଟିଂଙ୍କ ଉପରକୁ ଏହି ତାଲିକାରେ ସଚିନ ତେନ୍ଦୁଲକର (49) ଏବଂ ବିରାଟ କୋହଲି (46) ରହିଛନ୍ତି l ସବୁଠୁ ବଡ଼ କଥା ହେଲା ମୋଟ 30 ମଧ୍ୟରୁ କେବଳ 28 ଶତକ ରୋହିତ ଓପନର ଭାବେ ମାରିଛନ୍ତି l ଏକ୍ଷେତ୍ରରେ କେବଳ ତେନ୍ଦୁଲକର (45) ସବୁଠୁ ଆଗରେ ରହିଥିଲା ବେଳେ ଶ୍ରୀଲଙ୍କାର ସତନ ଜୟସୂରିଆ ମଧ୍ୟ 28 ଶତକ ଓପନର ଭାବେ ମାରିଥିଲେ l

    ସେହିପରି 83 ବଲରୁ ଶତକ ମାରିବା ପରେ ଏହା ତାଙ୍କର ଦିନିକିଆରେ ଦ୍ଵିତୀୟ ଦ୍ରୁତତମ ଶତକ ହୋଇଛି l 2017ରେ ରୋହିତ ତାଙ୍କର ଦ୍ରୁତତମ ଟ୍ୱଣ୍ଟି -20 ଶତକ ଏହି ପଡିଆରେ ମାରିଥିଲେ l ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଉକ୍ତ ଟ୍ୱଣ୍ଟି -20 ମ୍ୟାଚରେ ସେ 35 ବଲକୁ ଶତକ ଅର୍ଜନ କରିଥିଲେ l

    ରୋହିତ ଓ ଶୁବମନ ଗିଲଙ୍କ 212 ରନର ପ୍ରଥମ wicket ଭାଗିଦାରୀ ଭାରତ ପାଇଁ ଦିନିକିଆରେ ପାଞ୍ଚମ ସର୍ବାଧିକ ରହିଛି l ତେବେ ନ୍ୟୁଜଲାଣ୍ଡ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ ଏହା ଭାରତର ସର୍ବୋଚ୍ଚ ପ୍ରଥମ wicket ଭାଗିଦାରୀ l ଏହା ପୂର୍ବରୁ ନ୍ୟୁଜଲାଣ୍ଡ ବିପକ୍ଷ ଏହି କିର୍ତ୍ତୀ ଗୌତମ ଗମ୍ଭୀର ଓ ବୀରେନ୍ଦ୍ର ସେହବାଗ ( ଅବିଭାଜିତ 201 ରନ,2009, ହାମିଲଟନ ) ଙ୍କ ନାମରେ ଥିଲା l

    ଇନ୍ଦୋରରେ ମଙ୍ଗଳବାର ଉଭୟ ରୋହିତ ଓ ଗିଲ ଶତକ ଜମାଇଥିଲେ l ଉଭୟ ପ୍ରାରମ୍ଭିକ ବ୍ୟାଟର 100 ରନ ଲେଖାଏ ସଂଗ୍ରହ କରିବାରେ ଏହା ଦଶମ ଘଟଣା ଥିଲା l ଶେଷଥର ପାଇଁ 2019ରେ ବିଶାଖାପାଟଣାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରୋହିତ ଓ କେଏଲ ରାହୁଲ 100 ରନ ଲେଖାଏ ସ୍କୋର କରିଥିଲେ l

    ଅନ୍ୟପକ୍ଷରେ କୌଣସି ତିନି ମ୍ୟାଚ ବିଶିଷ୍ଟ ଦ୍ବିପାକ୍ଷୀକ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ସର୍ବାଧିକ ରନ କରିବାରେ ବିଶ୍ୱ କିର୍ତ୍ତୀମାନ ରଖିଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ସମକକ୍ଷ ହୋଇଯାଇଛନ୍ତି ଗିଲ l ଚଳିତ ନ୍ୟୁଜଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଗିଲ ମୋଟ 360 ରନ କରିଥିଲା ବେଳେ ବାବର ଆଜମ 2016ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ 360 ରନ କରିଥିଲେ l ବାବର ସେହି ଶୃଙ୍ଖଳାର ତିନିତିଯାକ ମ୍ୟାଚରେ କ୍ରମଗତ ଶତକ ଜମାଇଥିଲା ବେଳେ ଗିଲ ଗୋଟିଏ ଦ୍ବିଶତକ, ଗୋଟିଏ ଶତକ ଏବଂ ଅପରାଜିତ 40 ରନ କରିଛନ୍ତି l

    3ମ୍ୟାଚ ବିଶିଷ୍ଟ ନ୍ୟୁଜଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଶୁବମନଙ୍କ ଏହା ଦ୍ଵିତୀୟ ଏବଂ କ୍ୟାରୀୟରର ଚତୁର୍ଥ ଶତକ ଥିଲା l ଗିଲ ମଧ୍ୟ ଭାରତୀୟ ଓପନରଙ୍କ ମଧ୍ୟରେ ଚତୁର୍ଥ ଶତକ (କମ ପାଳି ବିର୍ତ୍ତିରେ )ଅର୍ଜନ କରିବାରେ ଶିଖର ଧାୱନଙ୍କୁ ପଛରେ ପକାଇ ଦେଇଛନ୍ତି l ଶିଖର 4 ଶତକ ପାଇଁ 24 ପାଳି ଖେଳିଥିଲା ବେଳେ ଶୁବମନ ଏହାକୁ 21 ପାଳିରେ ପୂରଣ କରିଥିଲେ l


  • ଫଇନାଲରେ ବେଲଜିୟମ – ଜର୍ମାନୀ

    ଭୁବନେଶ୍ୱର ଓଡିଶା ହକି ବିଶ୍ୱକପର ଫାଇନାଲରେ ମୁଁହାମୁଁହି ହେବେ ବେଲଜିୟମ ଓ ଜର୍ମାନୀ l ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇଟି ସେମିଫଇନାଲ ମଧ୍ୟରୁ ପ୍ରଥମ ମ୍ୟାଚରେ ଜର୍ମାନୀ 4-3 ଗୋଲରେ ଅଷ୍ଟ୍ରେଲିଆକୁ ଏବଂ ଦ୍ୱିତୀୟ ମ୍ୟାଚରେ ଗତ ସଂସ୍କରଣର ବିଜେତା ବେଲଜିୟମ 3-2 (2-2) ଗୋଲରେ ଉପବିଜେତା ନେଦରଲାଣ୍ଡସ କୁ ହରାଇ ଫାଇନାଲରେ ପ୍ରବେଶ କରିଛି l ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଆସନ୍ତା ରବିବାର ତୃତୀୟ ସ୍ଥାନ ପାଇଁ ପ୍ରତିଦ୍ବନ୍ଦୀତା କରିବେ l ପ୍ରଥମ ସେମିଫାଇନାଲ ଅବସରରେ ‘ସମ୍ବାଦ ‘ ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏସ. ୱାଇ. କୁରେସୀ ଏବଂ ବିଡ଼ିଓ ଉପାଧ୍ୟ୍ୟକ୍ଷ ବଲୱନ୍ତ ସିଂହ, ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କମିସନରେଟ ପୁଲିସର ଅତିରିକ୍ତ କମିସନର ଉମାଶଙ୍କର ଦାସ ଅତିଥି ଭାବେ ଯୋଗଦେଇଥିଲେ l ଦ୍ୱତୀୟ ମ୍ୟାଚ ବେଳକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ l


  • No. 1 and No. 2 teams in the world in the semis ( ସେମିରେ ବିଶ୍ୱର 1 ଓ 2 ନମ୍ବର ଟିମ )

    ଭୁବନେଶ୍ୱର ବିଶ୍ୱ ମାନ୍ୟତାର 1ଓ 2 ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ବେଲଜିୟମ ପ୍ରଥମ ଦୁଇ ଦଳ ଭାବେ ଚଳିତ ହକି ବିଶ୍ୱକପରେ ସେମିଫାଇନାଲ ସ୍ଥାନ ପକ୍କା କରିଛନ୍ତି l ମଙ୍ଗଳବାରର ପ୍ରଥମ କ୍ଵାଟରଫାଇନାଲରେ 3 ଥର ବିଜେତା ଅଷ୍ଟ୍ରେଲିଆ 4-3 ଗୋଲରେ ସ୍ପେନକୁ ଏବଂ ଦ୍ୱିତୀୟରେ ବିଜେତା ବେଲଜିୟମ 2-0 ଗୋଲରେ ନ୍ୟୁଜଲାଣ୍ଡକୁ ପରାସ୍ତ କରିଥିଲା l ଅଷ୍ଟ୍ରେଲିଆ 1986,2010 ଓ 2014 ରେ ବିଜେତା ହୋଇଥିଲା ବେଳେ ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା l ଏହି ଦଳ ଲିଗ ପର୍ଯ୍ୟାୟରେ 2 ବିଜୟ ଓ 1 ଅମୀମାଂସିତରୁ 7 ପଏଣ୍ଟ ପାଇ ଗ୍ରୁପ -ଏ ଟେବୁଲର ଶିର୍ଷରେ କ୍ଵାଟରକୁ ଯୋଗ୍ୟତା ଅର୍ଜନ କରିଥିଲା l ଅନ୍ୟପକ୍ଷରେ ଭୁବନେଶ୍ୱରରେ ଗତ ସଂସ୍କରଣ ମୁକୁଟ କରାୟତ୍ତ କେଇଥିବା ବେଲଜିୟମ 2 ବିଜୟ ଓ 1 ଅମୀମାଂସିତରୁ 7 ପଏଣ୍ଟ ପାଇ ଗ୍ରୁପ – ବି ଟେବୁଲର ଶୀର୍ଷ୍ରେ ରହି କ୍ଵାଟରଫାଇନାଲ ଆସିଥିଲା l ବୁଧବାର ଖେଳାଯିବାକୁ ଥିବା ଅନ୍ୟ ଦୁଇ କ୍ଵାଟରଫାଇନାଲ (ଇଂଲଣ୍ଡ – ଜର୍ମାନୀ ଏବଂ ନେଦରଲାଣ୍ଡ୍ସ ଓ କୋରିଆ ) ର ବିଜେତା ବାହାରିବା ପରେ ଅଷ୍ଟ୍ରେଲିଆ ଓ ବେଲଜିୟମ ସେମାନଙ୍କ ସହ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ସେମିଫାଇନାଲ ଖେଳିବେ ରବିବାର ଫାଇନାଲ ଖେଳାଯିବ l

    0


  • Vir Surendra Sai (ବୀର ସୁରେନ୍ଦ୍ର ସାଏ )

    ସିପାହୀ ବିଦ୍ରୋହର ପ୍ରାୟ ଦୁଇ ଦଶନ୍ଦି ପୂର୍ବରୁ ଓଡିଶା ମାଟିରେ ବୀର ସୁରେନ୍ଦ୍ର ସାଏ ବ୍ରିଟିସ ଶାସନ ବିରୋଧରେ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ l ନିଜର ପୌତୃକ ରାଜସିଂହାସନ ପାଇଁ ସେ ଆରମ୍ଭ କରିଥିବା ବିଦ୍ରୋହ କ୍ରମେ ଐତିହସିକି ଜାତୀୟତାବାଦୀ ଲଢ଼େଇରେ ପରିଣତ ହୋଇଥିଲା l ସୁରେନ୍ଦ୍ର ସାଏ 1809 ଜାନୁଆରୀ 23 ତାରିଖରେ ସମ୍ବଲପୁର ଅନ୍ତର୍ଗତ ଖିଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l 1827 ମସିହାରେ ସମ୍ବଲପୁରର ଅପୁତ୍ରିକ ରାଜା ‘ମହାରାଜା ସିଂହ ‘ଙ୍କର ମୃତ୍ୟୁ ଘଟିବା ପରେ ଇଂରେଜ ସରକାର ସମ୍ବଲପୁରକୁ ପରୋକ୍ଷରେ ନିଜର ନିୟର ନିୟନ୍ତ୍ରଣାଧୀନ କରିନେଇଥିଲେ l ରାଜାଙ୍କ ବଂଶଧର ହୋଇଥିଲେ ମଧ୍ୟ ଇଂରେଜଙ୍କ ଷଡ଼ଯନ୍ତ୍ର ପାଇଁ ସୁରେନ୍ଦ୍ର ସିଂହାସନରୁ ବଞ୍ଚିତ ହୋଇଥିଲେ l ସେ ସ୍ଥାନୀୟ ଲୋକମାନଙ୍କୁ ଏକତ୍ରିତ କରି ‘ଉଲଗୁଲାନ ‘ ନାମକ ସଶସ୍ତ୍ର ବିଦ୍ରୋହର ସୂତ୍ରପାତ କରିଥିଲେ l ତାଙ୍କୁ ସମ୍ବଲପୁରର କେତେକ ଜମିଦାରଙ୍କର ସମର୍ଥନ ମିଳିଥିଲା l କ୍ରମେ ଅସନ୍ତୁଷ୍ଟ ପ୍ରଜାମାନେ ବହୁସଂଖ୍ୟାରେ ସୁରେନ୍ଦ୍ର ସାଏଙ୍କ ବାହିନୀରେ ଯୋଗ ଦେଇଥିଲେ l ତାଙ୍କର ସାଂଗଠନିକ ଶକ୍ତି ଓ ରଣକୌଶଳ ଥିଲା ଅଦ୍ୱିତୀୟ l ଆଧୁନିକ ଅସ୍ତ୍ରଶସ୍ତ୍ର ବା ଯୁଦ୍ଧ ପ୍ରଶିକ୍ଷଣ ବିନା ତାଙ୍କ ସୌନ୍ୟବାହିନୀ ଇଂରେଜମାନଙ୍କ ନିଦ ହଜାଇଦେଇଥିଲା l ତେବେ 1840ରେ ତାଙ୍କୁ ଗିରଫ କରି ଆଜୀବନ କାରାଦଣ୍ଡ ଦିଆଯାଇଥିଲା l 1857 ସିପାହୀ ବିଦ୍ରୋହ ବେଳେ ହଜାରୀବାଗ ଜେଲ ଭଙ୍ଗ ସମୟରେ ସୁରେନ୍ଦ୍ର ସାଏ ଜେଲରୁ ମୁକୁଳିଥିଲଲେ l ସେ ଓଡିଶା ଫେରି ବିଦ୍ରୋହକୁ ତିବ୍ରତର କରିଵାର ଶପଥ ନେଇଥିଲେ l ଦୀର୍ଘ 5 ବର୍ଷ ଧରି ସୁରେନ୍ଦ୍ର ବ୍ରିଟିଶ ସରକାରଙ୍କ ବିରୋଧରେ ମହାସଂଗ୍ରାମ ଚଳାଇ ରଖିଥିଲେ l ଏଥିରେ ବହୁ ସରକାରୀ ସମ୍ପତି କ୍ଷତି ହୋଇଥିଲା l ଶତାଧିକ ଇଂରେଜ ଅଧିକରି ବିଦ୍ରୋହୀଙ୍କ ହାତରେ ପ୍ରାଣ ହରାଇଥିଲେ l ସରକାର ତାଙ୍କୁ ଧରାଇଦେବା ଲାଗି ପୁରସ୍କାର ଘୋଷଣା କରିଥିଲେ l ଦୁଇଜଣ ବିଶ୍ୱାସଘାତକଙ୍କ ପାଇଁ ସେ 1864ରେ ଦ୍ଵିତୀୟ ଥର ଗିରଫ ହୋଇଥିଲେ l ତାଙ୍କୁ ଅସୁରଗଡ଼ ଦୁର୍ଗରେ ବନ୍ଦୀ ରଖାଯାଇଥିଲା l 20 ବର୍ଷ ବନ୍ଦୀ ରହିବା ପରେ 1884 ଫେବୃଆରୀ 28 ତାରିଖରେ ବୀର ସୁରେନ୍ଦ୍ର ସାଏଙ୍କ ପରଲୋକ ଘଟିଥିଲା l ଏହି ବରପୁତ୍ର ନିଜ ଜନ୍ମଭୁମିର ସ୍ୱାଧୀନତା ଲାଗି ସମୁଦାୟ 37 ବର୍ଷ କାରାବରଣ କରି ଥିଲେ l


  • Germany is aiming for the third trophy ତୃତୀୟ ଥର ଟ୍ରଫି ଲକ୍ଷ୍ୟରେ ଜର୍ମାନି

    ଭୁବନେଶ୍ୱର ଚଳିତ ଏଫଆଇଏଚ ପୁରୁଷ ହକି ବିଶ୍ୱ କପର କ୍ଵାଟରଫାଇନାଲ ସ୍ଥାନ ପାଇଁ ସୋମଵାର ଫ୍ରାନ୍ସ -ଜର୍ମାନି ଏବଂ ଆର୍ଜେଣ୍ଟିନା – କୋରିଆ କ୍ରସଓଭର ମ୍ୟାଚ ଖେଳିବେ l ଏହି ଦୁଇଟି ଯାକ କ୍ରସ ଓଭର ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ l ଗ୍ରୁପ -ଏ ରେ ଫ୍ରାନ୍ସ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଅମୀମାସିତରୁ 4 ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଥିଲେ l ଏହି ଦଳ ଗ୍ରୁପ -ବି ର ଦ୍ଵିତୀୟ ସ୍ଥାନରେ ଥିବା ଜର୍ମାନୀ (2 ବିଜୟ,1 ଡ୍ର,7 ପଏଣ୍ଟ ) କୁ ଭେଟିବ l

    ଦୁଇ ଥରର ବିଜେତା ଜର୍ମାନୀ (2002,2006) ତୃତୀୟ ଟ୍ରଫି ଲକ୍ଷ୍ୟ ରଖିଛି l କେବେ ବିଶ୍ୱକପ ଜିତିନଥିବା ଫ୍ରାନ୍ସକୁ ହରାଇ କ୍ଵାଟରରେ ପହଞ୍ଚିବା ଲକ୍ଷ୍ୟ ରହିଛି ଜର୍ମାନୀ l କ୍ଵାଟରରେ ଏହି ଦୁଇ ଦଳର ବିଜେତା ଇଂଲଣ୍ଡକୁ ଭେଟିବ l

    ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଓ କୋରିଆ ପ୍ରଥମ ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିଛନ୍ତି l 2014 ରେ ତୃତୀୟ ସ୍ଥାନ ଆର୍ଜେଣ୍ଟିନାର ଶ୍ରେଷ୍ଠ ବିଶ୍ୱକପ ପ୍ରଦର୍ଶନ l ସେହିପରି କୋରିଆର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି 2002 ଓ 2006 ରେ ଚତୁର୍ଥ ସ୍ଥାନ l ଚଳିତ ସଂସ୍କରଣରେ ଆର୍ଜେଣ୍ଟିନା (1ବିଜୟ ଓ 1ଡ୍ର ) ଗ୍ରୁପ -ଏ ରେ 5 ପଏଣ୍ଟ ପାଇ ଟେବୁଲର ଦ୍ଵିତୀୟ ସ୍ଥାନରେ ଏବଂ କୋରିଆ (1 ବିଜୟ ଓ 2 ପରାଜୟ ) ଗ୍ରୁପ – ବି ରେ 3 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହି କ୍ରସ ଓଭରରେ ପହଞ୍ଚିଥିଲେ l ଏହି ମ୍ୟାଚର ବିଜୟ ଦଳ ହିଁ ବୁଧବାର କ୍ଵାଟରଫାଇନାଲରେ ନେଦରଲାଣ୍ଡ୍ସ କୁ ଭେଟିବ l

    Bhubaneswar will host the France-Germany and Argentina-Korea crossover matches on Monday for a place in the quarterfinals of the current FIH Men's Hockey World Cup. Both the crossover matches will be played at the Kalinga's Stadium. The team will face Group B runners-up Germany (2 wins, 1 draw, 7 points).
    Two-time winners Germany (2002, 2006) are aiming for a third trophy. Germany are aiming to reach the quarter-finals after defeating France, who have never won a World Cup. The winner of the two teams will face England in the quarter-finals.
    Argentina and Korea, on the other hand, are aiming to win their first World Cup l Third place in 2014 is Argentina's best World Cup performance l Likewise Korea's best performance is fourth place in 2002 and 2006 l In this edition Argentina (1 win and 1 draw) is second in the table with 5 points in Group-A and Korea (1 win, 2 losses) finished third in Group B with 3 points and reached the crossover. The winner of this match will meet the Netherlands in the quarterfinals on Wednesday.

About Me

The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.

Follow Me On

Subscribe To My Newsletter

Subscribe for new travel stories and exclusive content.

Design a site like this with WordPress.com
Get started