Hello, I’m Veronica

The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.

  • ,

    #West Indies beat India by 6 wickets in 2nd ODI to keep series alive.

    Celebration moment’s for WI

    Barbador 29/07- India and West Indies in the second ODI, India won the first match, West Indies won the second ODI and tied the match. The home team defeated India by 6 wickets.West Indies chased down the target of 182 runs in 36.4 overs.

    Summary Scoreboard:-
    India 181/10 in 40.5 overs (Ishan Kisan-55, Subman Gill-34, Surya Kumar Jadav-24, Sahadul Thakur-16, Gudkesh Moti-3/36, Romario Shepherd-3/37, Alzari Joseph-2/35, Yannick Kariya-1/25, Jayden Sills-1/28, West Indies 182/4 in 36.4 overs (Saye Hope-63, Kisey Kati-48, Kyle Myers-36, Sahardul Thakur-3/42, Kuldeep Jacob-1 /30)

    #West Indies beat India by 6 wickets in 2nd ODI to keep series alive.


  • #India vs West Indies 2nd ODI today

    Place :- Barbados
    Time: 07:00 p.m.
    Broadcast:- DD Sports

    #India vs West Indies 2nd ODI today


  • ,

    ବଜେଟ 2023-24( ବଦଳିଲା ଆୟକର ଢାଞ୍ଚା l 7 ଲକ୍ଷ ଆୟ ଯାଏ ଟିକସ ରିହାତି )

    କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ 2023-24 ଆର୍ଥିକ ବର୍ଷ ଲାଗି 45 ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ ଆଗତ କରିଛନ୍ତି l ସାରା ବିଶ୍ୱ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଅଭିବୃଦ୍ଧି ଜାରି ରଖିବା ଲାଗି ଉଦ୍ୟମ କରିଛନ୍ତି l ଆର୍ଥିକ ସ୍ତିତିକୁ ମଜବୁତ ରଖିବା ସହିତ ଜନସାଧାରଣଙ୍କ ଆଶା ପୂରଣ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି l ବ୍ୟକ୍ତିଗତ ଆୟକର ରିହାତି ସୀମାରେ କିଛି ରିହାତି ଦିଆଯାଇଛି, ଅନେକ ଲୋଭନୀୟ କ୍ଷୁଦ୍ର ସଂଚୟ ସ୍କିମ ଘୋଷଣା କରାଯାଇଛି l ପୁଞ୍ଜି ବ୍ୟୟରେ ସର୍ବାଧିକ ବୃଦ୍ଧି କରାଯାଇଛି l ବଜେଟରେ କୃଷି, ମଧ୍ୟବିତ୍ତ ଶ୍ରେଣୀ, ମହିଳା, ସବୁଜ ଶକ୍ତି, ଡିଜିଟାଲ ଭାରତକୁ ବୃଦ୍ଧି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି l ବ୍ୟକ୍ତିଗତ ଆୟକର ରିହାତି ସୀମା 5 ଲକ୍ଷରୁ 7ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି l ଶେଭିଂ ସ୍କିମରେ ବରିଷ୍ଠ ନାଗରିକଙ୍କ ପାଇଁ ଜମା ସୀମା 30 ଲକ୍ଷ ଟଙ୍କାକୁ (ଦୁଇ ଗୁଣା ) ବୃଦ୍ଧି କରାଯାଇଛି l ମହିଳାମାନଙ୍କ ପାଇଁ ନୂଆ ସେଭିଂ ସ୍କିମ ଘୋଷଣା କରାଯାଇଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 66 ପ୍ରତିଶତ ବୃଦ୍ଧି କରାଯାଇଛି l ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦି ସରକାରଙ୍କ ଦ୍ଵିତୀୟ ଇନିଂସର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ l ତେଣୁ ଏଥିରେ ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି l କ୍ରମାଗତ ଷଷ୍ଠ ଥର ଲାଗି ବଜେଟ ଉପସ୍ଥାପନ କରି ସୀତାରମଣ ଏହାକୁ ଅମୃତକାଳ ବଜେଟ ବୋଲି ବର୍ଣ୍ଣନା କରିଛନ୍ତି l

    ମୁଖ୍ୟ ଘୋଷଣା

    • ଫୋକସରେ ବିକାଶ, ଭିର୍ତ୍ତିଭୂମି, ଗରିବ ଓ ମଧ୍ୟବିତ୍ତ l
    • ଚାଷୀ, ମହିଳା, ଯୁବବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ l
    • ନଜରରେ ଓବିସି, ଜାତି ଓ ଉପଜାତି l
    • ପ୍ରଧାନମନ୍ତ୍ରୀ ଆବାସ ବ୍ୟୟ ଅଟକଳ 79000 କୋଟିକୁ ବଢିଲା l
    • 157 ମେଡିକାଲ କଲେଜ ପାଖରେ ହେବ 157 ନୂତନ ନସିଂ କଲେଜ l
    • ପଶୁପାଳନ, ଡେରି ଓ fish farming ପାଇଁ 20 ଲକ୍ଷ କୋଟିର କୃଷି ଋଣ l
    • ଏସଏଚଜି ମଧ୍ୟ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ l
    • ସାଧାରଣ ବ୍ୟବସାୟ ପାଇଁ ପରିଚୟ ପତ୍ର ଏବେ ପାନ ର୍କାଡ
    • ଏକଲବ୍ୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ 38,800 ଶିକ୍ଷକ ଓ କର୍ମଚାରୀ l
    • 1 ଲକ୍ଷ ପୁରୁଣା ଅଭିଲେଖାଗାରର ଡିଜିଟାଇଯେସନ ନିଷ୍ପତି
    • ଦେଶରେ ଆଉ 50 ଟି ନୂଆ ବିମାନବନ୍ଦର ଓ ହେଲିପ୍ୟାଡ଼
    • ରେଳବାଇର ପୁଞ୍ଜିବ୍ୟୟ 2.40 ଲକ୍ଷ କୋଟିକୁ ବୃଦ୍ଧି l

    କଣ ଶସ୍ତା, କଣ ମହଙ୍ଗା ହେବ

    ଶସ୍ତା ହେବ

    • ମୋବାଇଲ ଫୋନ ପାଟ୍ସ l
    • ଟିଭି ପ୍ୟାନେଲ ପାର୍ଟସ l
    • ଲିଥିୟମ ଆୟନ ବ୍ୟାଟେରୀ ମେସିନ
    • ଇଭି ଶିଳ୍ପର କଞ୍ଚାମାଲ l

    ମହଙ୍ଗା ହେବ

    • ସୁନା ବାରରୁ ତିଆରି ସାମଗ୍ରୀ l
    • ସିଗାରେଟ l
    • ଇନଭିଟେସନ ଗହଣା, ରୁପା l
    • ଇଲେଟ୍ରିକ କିଚେନ ଚିମନି l
    • ଆମଦାନୀ ସାଇକଲ ଓ ଖେଳଣା l
    • ଇଲେକ୍ଟ୍ରୋନିକ୍ସ ଗାଡି ଆମଦାନୀ l

    45 ଲକ୍ଷ କୋଟିର ବଜେଟ

    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2023-24 ଆର୍ଥିକ ବର୍ଷ ପାଇଁ 45 ଲକ୍ଷ 3 ହଜାର 97 କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି l ସେ ଜଣାଇଛନ୍ତି ଯେ ମୋଟ ପ୍ରାପ୍ତି ମଧ୍ୟ 45, 03, 097 କୋଟି ଟଙ୍କା ରହିବ l ସେଥିରୁ ରାଜସ୍ୱ ପ୍ରାପ୍ତି ହେଉଛି 26 ଲକ୍ଷ 32 ହଜାର 281 କୋଟି ଟଙ୍କା ଏବଂ ପୁଞ୍ଜି ପ୍ରାପ୍ତି ହେଉଛି 18 ଲକ୍ଷ 70 ହଜାର 816 କୋଟି ଟଙ୍କା l ରାଜସ୍ୱ ନିଅଣ୍ଟ 8,69,855 କୋଟି ଟଙ୍କା ସ୍ତରରେ ରହିଛି l ବିର୍ତ୍ତୀୟ ନିଅଣ୍ଟ ପରିମାଣ 17 ଲକ୍ଷ 86 ହଜାର 816 କୋଟି ଟଙ୍କା ହେବ l ବିତ୍ତିୟ ନିଅଣ୍ଟ 6.7 ପ୍ରତିଶତ,2022-23 ରେ 6.4 ପ୍ରତିଶତ ଏବଂ ଚଳିତ ଆର୍ଥିକ ବର୍ଷରେ ମଧ୍ୟ 6.4 ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିବ l ଏହାକୁ ଆସନ୍ତା ଆର୍ଥିକ ବର୍ଷରେ କମ କରିବାକୁ ସରକାର ଉଦ୍ୟମ କରିବେl

    କେଉଁ ଯୋଜନାକୁ କେତେ

    ୋଜନା ବ୍ୟୟବରାଦ

    ୟୁରିଆ ସବସିଡି = 1,31,100କୋଟି

    ଏଫସିଆଇକୁ ସବସିଡ଼ି = 1,37,207 କୋଟି ମନରେଗା = 60,000କୋଟି ଆୟୁଷ୍ମାନ ଭାରତ = 7200 କୋଟି ଜଳ ଜୀବନ ମିସନ = 70,000କୋଟି ପିଏମ – କିଷାନ = 60 000କୋଟି

    • ଜାତୀୟ ଶିକ୍ଷା ମିସନ = 38,953 କୋଟି
    • ଜାତୀୟ ସ୍ୱାସ୍ଥ୍ୟ ମିସନ = 36,785 କୋଟି
    • ଜାତୀୟ ଜୀବିକା ମିସନ = 14,129କୋଟି
    • ପ୍ରଧାନମନ୍ତ୍ରୀ ଆବାସ ଯୋଜନା = 79, 590 କୋଟି
    • ଫସଲ ବୀମା ଯୋଜନା = 13,625କୋଟି
    • ସଂଶୋଧିତ ସୁଧ ଛାଡ଼ ସ୍ମିମ = 23000କୋଟି
    • ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା = 10,787କୋଟି
    • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା = 19,000 କୋଟି
    • ପ୍ରଧାନମନ୍ତ୍ରୀ କୃଷି ସିଂଚାର ଯୋଜନା = 10,787 କୋଟି
    • ସ୍ୱଚ୍ଛ ଭାରତ ମିସନ = 5000 କୋଟି
    • ସ୍ୱଚ୍ଛ ଭାରତ ମିସନ ଗ୍ରାମୀଣ = 7192 କୋଟି
    • ଅମୃତ ଓ ସ୍ମାର୍ଟ ସିଟି ମିସନ = 16000କୋଟି
    • ପିଏମ – ପୋଷଣ = 11,600କୋଟି
    • ସକ୍ଷମ ଅଙ୍ଗନାବାଡ଼ି ଓ ପୋଷଣ 2.0 = 20,554 କୋଟି
    • ପୁଷ୍ଟି ଭିତିକ ସବସିଡି = 44, 000କୋଟି
    • ନୌସେନା = 24,200କୋଟି
    • ସେନା ଉପକରଣ = 21,300କୋଟି
    • ବାୟୁସେନା ଉପକରଣ = 36,223 କୋଟି
    • ନୌସେନା ଉପକରଣ = 500କୋଟି
    • ମେଟ୍ରୋ ପ୍ରକଳ୍ପ = 19,518 କୋଟି
    • ଗ୍ୟାରେଣ୍ଟି ଜରୁରୀକାଳୀନ ଋଣ ଲାଇନ = 14,100କୋଟି
    • ତୈଳ କଂପାନିଙ୍କୁ ପୁଞ୍ଜି ସହାୟତା = 30,000 କୋଟି
    • ଏନଏଚଏଆଇ = 1,62,.207 କୋଟି
    • ଏମପିଲ୍ୟାଡ଼ = 3959 କୋଟି
    • ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ = 5943 କୋଟି
    • ଖେଲୋ ଇଣ୍ଡିଆ = 1000 କୋଟି
    • ଜାତୀୟ ଆଦିବାସୀ କଲ୍ୟାଣ କାର୍ଯ୍ୟକ୍ରମ = 655କୋଟି
    • R


  • My government is fearless, decisive: president ( ମୋ ସରକାର ଭୟଶୂନ୍ୟ, ନିର୍ଣ୍ଣାୟକ : ରାଷ୍ଟ୍ରପତି )

    2023 ବିଜେଟ ଅଧିବେଶନ ପ୍ରାରମ୍ଭିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି l ଗତ ଜୁଲାଇରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କ ମିଳିତ ଅଧିବେଶନରେ ଏହା ରାଷ୍ଟ୍ରପତି ମୁର୍ମୁଙ୍କର ପ୍ରଥମ ଉଦବୋଧନ l ଦେଶରେ ଏବେ ସ୍ଥିର, ଭୟଶୂନ୍ୟ ଏବଂ ନିର୍ଣ୍ଣାୟକ ସରକାର ରହିଛି ଏବଂ କୌଣସି ପାତରଅନ୍ତର ନଥାଇ ସବୁ ଶ୍ରେଣିରେ ବିକାଶ ପାଇଁ ସରକାର ଅହରହ କାମ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି l ଆଜି ଭାରତର ଆତ୍ମବିଶ୍ୱାସ ସର୍ବୋଚ୍ଚ ସ୍ତରରେ ରହିଛି ଏବଂ ବିଶ୍ୱ ଆମକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛି l ଭାରତ ବିଶ୍ୱକୁ ସମାଧାନ ଯୋଗାଉଛି l 2047 ସୁଦ୍ଧା ଆମକୁ ଏପରି ଏକ ରାଷ୍ଟ୍ର ଗଠନ କରିବାକୁ ପଡିବ ଯେଉଁଥିରେ ଅତୀତର ଗୌରବ ସହିତ ଆଧୁନିକତାର ସମସ୍ତ ସୁବର୍ଣ୍ଣ ଅଧ୍ୟାୟ ସଂଯୁକ୍ତ ରହିବ l ଏପରି ଏକ ଭାରତ ଗଠନ କରିବାକୁ ପଡିବ ଯାହା ‘ଆତ୍ମନିର୍ଭର ‘ ହେବ ଏବଂ ସମସ୍ତ ମାନବିକ କାର୍ତ୍ତବ୍ୟ ପାଳନ କରୁଥିବ l ଏଭଳି ଭାରତ ଦରିଦ୍ର୍ୟ ରହିବ ନାହିଁ ମଧ୍ୟବିତ୍ତ ମଧ୍ୟ ସମୃଦ୍ଧ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି l

    ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣର ସାରାଂଶ

    • ଅମୃତ କାଳର 25 ବର୍ଷର ଅବଧି ହେଉଛି ସ୍ୱାଧୀନତାର ସୁବର୍ଣ୍ଣ ଯୁଗ ଏବଂ ଏକ ବିକଶିତ ଭାରତ ଗଢିବାର ସମୟ l
    • ଆଜି ଦେଶରେ ଏକ ସ୍ଥିର, ନିର୍ଭିକ ଏବଂ ନିର୍ଣ୍ଣାୟକ ସରକାର ଅଛି ଯାହା ବଡ଼ ସ୍ୱପ୍ନ ପୂରଣ ଦିଗରେ କାର୍ଯ୍ୟ କରୁଛି l
    • ଜମ୍ମୁ – କାଶ୍ମୀରରେ ଧାରା 370 ଉଛେଦ କରିବାଠାରୁ ଆରମ୍ଭ କରି ତିନି ତଲାକ ରବ୍ଦ କରିବା ପର୍ଯ୍ୟନ୍ତ ମୋ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି l
    • ଦୁର୍ନୀତି ଦୂର କରିବା ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା କରାଯାଇଛି l ଦୁର୍ନୀତି ଗଣତନ୍ତ୍ର ଏବଂ ସାମାଜିକ ନ୍ୟାୟର ସବୁଠାରୁ ବଡ଼ ଶତ୍ରୁ ବୋଲି ସ୍ପଷ୍ଟ ମତ ପ୍ରକାଶ କରିଛନ୍ତି l
    • ଏକ ବିଶ୍ୱବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ସଫଳ ଯୋଜନା ଓ ପ୍ରଣାଳୀ ଦ୍ଵାରା ଭାରତ କୋଭିଡ -19 ମହାମାରୀ ସମୟରେ କୋଟି କୋଟି ଲୋକଙ୍କୁ ଦରିଦ୍ର ସୀମାରେଖା ତଳକୁ ଖସିବାକୁ ରୋକିବାରେ ସକ୍ଷମ ହୋଇଛି l
    • ଗରିବ ହଟାଓ ଏବେ କେବଳ ଏକ ସ୍ଲୋଗାନ ନୁହେଁ, ଗରିବ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ତଥା ସେମାନଙ୍କୁ ସଶକ୍ତି କରିବା ମୋ ସରକାର କାର୍ଯ୍ୟ କରୁଛି l
    • ମୋ ସରକାର 11 କୋଟି କ୍ଷୁଦ୍ର ଚାଷିଙ୍କୁ ପ୍ରାଥମିକତା ଦେଉଛି ଯେଉଁମାନେ ଅନେକ ଦସନ୍ଦୀ ଧରି ସରକାର ବ


  • ଧନ୍ୟବାଦ ଭୁବନେଶ୍ୱର…ଧନ୍ୟବାଦ ରାଉଲକେଲା… ଧନ୍ୟବାଦ ଓଡିଶା… ଏମିତି 6ଟି word ଟ୍ୱିଟ କରି ଅନ୍ତର୍ଜାତୀୟ ହକି ସଂଘ ( ଏଫଆଇଏଚ ) ଓଡିଶାକୁ କୃତଜ୍ଞତା ଜଣାଇଛି l ସବୁଠାରୁ ଉଲ୍ଲେଖନିୟ କଥା ହେଉଛି ଓଡିଆ ଭାଷାରେ ଏହି ଟ୍ୱିଟ କରିଛି ଏଫଆଇଏଚ l ଲଗାତାର ଦ୍ଵିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ ଆୟୋଜନ କରି ଓଡିଶା ବିଶ୍ୱବ୍ୟାପି ପ୍ରଶଂସା ସାଉଁଟିଥିବା ବେଳେ ଏହି ଖେଳର ବିଶ୍ୱ ପରିଚାଳନା ଏଫଆଇଏଚ ମଧ୍ୟ ଓଡିଶା ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ବିଶେଷ ଭାବେ ଋଣି ବୋଲି ସ୍ପଷ୍ଟ କରିଛି l ସୂଚନାଯୋଗ୍ୟ,2018 ରେ ଭୁବନେଶ୍ୱରରେ ହକି ବିଶ୍ୱକପର 14 ତମ ସଂସ୍କରଣ ଖେଳାଯାଇଥିବାବେଳେ ଆଉ ଏକ ସଫଳ ଅଧ୍ୟୟ ସଂଯୋଗ କରି ଓଡିଶା 2023 ସଂସ୍କରଣକୁ ମଧ୍ୟ ସଫଳତାର ସହ ସମାପନ କରିଛି l ପ୍ରଥମ ଥର ପାଇଁ ମଧ୍ୟ ଏକ ହକି ବିଶ୍ୱକପ ଦୁଇଟି ସହଜରେ ଖେଳାଯାଇଥିଲା l ଆବଶ୍ୟ ଗତବର୍ଷ ମହିଳା ହକି ବିଶ୍ୱକପ ଦୁଇ ପଡୋଶୀ ଦେଶ ଓ ସହରରେ ଖେଳାଯାଇଥିଲା ରବିବାର ରାତିରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚଭରା ଫାଇନାଲରେ ଜର୍ମାନୀ ସଡ଼ନ ଡେଥରେ ଗତ ଥରର ବିଜେତା ବେଲଜିୟମକୁ ପରାସ୍ତ କରି ବିଜେତା ହୋଇଯିବା ପରେ ସୋମବାର ଅଂଶଗ୍ରହଣକରି ଦଳଗୁଡିକ ସ୍ୱଦେଶ ଅଭିମୁଖେ ବାହାରି ଯାଇଛନ୍ତି l କିଛି ଦଳ ଭୁବନେଶ୍ୱର ଏବଂ ଏହାର ଆଖପାଖ ପର୍ଯ୍ୟଟନ କେନ୍ଦ୍ର ଓ ବଜାରଘାଟ ବୁଲିଥିଲେ l ହକି ଇଣ୍ଡିଆ ମଧ୍ୟ ବିଜେତା ଜର୍ମାନୀ ଓ ଉପବିଜେତା ବେଲଜିୟମକୁ ଅଭିନନ୍ଦନ ଜଣାଇବାକୁ ଭୁଲିନାହିଁ l ଜର୍ମାନୀ ତୃତୀୟ ଥର ବିଶ୍ୱ ବିଜେତା ହେବା ସହିତ ଏଫଆଇଏଚ ମାନ୍ୟତରେ ମଧ୍ୟ ଏକ ନମ୍ବର ସ୍ଥାନ ଦଖଲ କରିଛି l ଏହି ୟୁରୋପିୟ ଦେଶ ଚତୁର୍ଥରୁ ସିଧାସଳଖ ଶୀର୍ଷକୁ ଉଠିଥିବା ବେଳେ ବିଶ୍ୱକପ ପୂର୍ବରୁ ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ପଦକଶୂନ୍ୟ ଭାବେ ଭୁବନେଶ୍ୱରରୁ ଫେରିବାରୁ ଚତୁର୍ଥକୁ ଖସିଯାଇଛି l ବେଲଜିୟମ ରୌପ୍ୟ ପଦକ ଜିତିଥିଲେ ମଧ୍ୟ ଦ୍ୱିତୀୟରୁ ତୃତୀୟକୁ ଖସିଛି l କାଂସ୍ୟ ବିଜେତା ନେଦରଲଣ୍ଡ୍ସ ଦ୍ୱତୀୟକୁ ଉଠିଛି l ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିଶ୍ୱକପ ପୂର୍ବରୁ ଶିର୍ଷ 4 ମାନ୍ୟତାରେ ଥିବା ଦଳ ଭୁବନେଶ୍ୱରରେ ସେମିଫାଇନାଲ ଉଠିଥିଲା ଏବଂ ମାନ୍ୟତାରେ କେବଳ ସ୍ଥାନ ଅଦଳ ବଦଳ କରିଛନ୍ତି l

    O


  • India won the second Twenty20

    କମ ସ୍କୋର ବିଶିଷ୍ଟ ରୋମାଞ୍ଚକର ମ୍ୟାଚରେ ଭାରତ 6 wicket ରେ ନ୍ୟୁଜଲାଣ୍ଡକୁ ପରାସ୍ତ କରି ଶୃଙ୍ଖଳାରେ ଉଜ୍ଜୀବିତ ରହିଛି l Lucknow ରେ ରବିବାର ଖେଳାଯାଇରହିବା ଦ୍ଵିତୀୟ ମ୍ୟାଚରେ ନ୍ୟୁଜଲାଣ୍ଡ ଧାର୍ଯ୍ୟ କରିଥିବା 100 ରନର ଲକ୍ଷକୁ ଭାରତ 19.5 ଓଭରରେ ହାସଲ କରିଥିଲା l ଏହି ବିଜୟ ପରେ ଶୃଙ୍ଖଳା 1-1 ସମାନ ସ୍ଥିତିରେ ରହିଛି l ଅହମଦାବାଦରେ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ଫେବୃଆରୀ 1 ତାରିଖ ଦିନ ଖେଳାଯିବ l

    ଟସ ଜିତି ନ୍ୟୁଜଲାଣ୍ଡ ବ୍ୟାଟିଂ କରିଥିଲେ ବି ଭାରତୀୟ ସ୍ପିନରଙ୍କ ଜାଲରେ ଫସିଯାଇଥିଲା ଦଳର କୌଣସି ଖେଳାଳି ହାତଖୋଲା ସଟ ଖେଳିପାରୁନଥିଲେ l ଯାହାକୁ ସୁଯୋଗ ନେଇ ୱାସିଂଟନ ସୁନ୍ଦର, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ 60 ରନ ମଧ୍ୟରେ ଅଧା ଖେଳାଳିଙ୍କୁ ଆଉଟ କରିବାରେ ସଫଳ ହେଇଥିଲେ l ଏପରିକି ପିଚରେ ସ୍ପିନ ଅଧିକ କାମ ଦେଉଥିବାରୁ ନିୟମିତ ଦ୍ରୁତ ବୋଲର ଅର୍ଶଦୀପ ସିଂ ଓ ଶିବମ ମାଭିଙ୍କୁ ବି 17 ଓଭର ପରେ ବିଳମ୍ବରେ ବୋଲିଂ କରିବାକୁ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଚାହିଁଥିଲେ l ଭ୍ରାମଣକରି ଦଳ ପାଇଁ କେବଳ ଅଧିନାୟକ ମିଚେଲା ଅଧିକ ରନ (19) ସଂଗ୍ରହ କରିଥିଲାବେଳେ ଅତିରିକ୍ତ ଭାବେ ମିଟିଥିବା 10 ରନ ସହାୟତାରେ ଦଳ 99/8 ରେ ପାଳି ସମାପ୍ତ କରିଥିଲା l 100ରନ କୁ ପିଛା କରିବାକୁ ଯାଇ ଭାରତ ମଧ୍ୟ୍ୟ ସମଦଶା ଭୋଗିଥିଲେ l ପିଚରୁ ବ୍ୟାଟରଙ୍କ ପାଇଁ କୌଣସି ସହାୟତା ଏଥିବାରୁ ଭାରତୀୟ ଖେଳାଳିମାନେ 1-2 ରନ ଉପରେ ଅଧିକ ନିର୍ଭୟ କରିଥିଲେ l ତେବେ ଅବିଭାଜିତ ପଞ୍ଚମ wicket ରେ ସୂର୍ଯ୍ୟକୁମାର ଯାଦବ ଓ ହାଦ୍ଦିକ ପାଣ୍ଡ୍ୟାଙ୍କ ଯୋଡି 31 ରନ ସଂଗ୍ରହ କରି ଗୋଟିଏ ବଲ ପୂର୍ବରୁ ଭାରତକୁ jitae


  • ,

    ନବ ଦାସଙ୍କ ଜୀବନୀ

    7ଜାନୁଆରୀ 1962ରେ ସମ୍ବଲପୁର ସହରର ମୁଦିପଡାରେ ନବକିଶୋର ଦାସଙ୍କ ଜନ୍ମ l ସେ ମୁଦିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା, ସମ୍ବଲପୁର ଜିଲ୍ଲା ସ୍କୁଲରୁ ହାଇ ସ୍କୁଲ ଶିକ୍ଷା ଗ୍ରହଣ କରିଥିବାବେଳେ 1978 ମସିହାରେ ଭୋଜପୁର ଆଶ୍ରମ ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ l ଗଙ୍ଗାଧର ମହାବିଦ୍ୟାଳୟରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିବା ପରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଅଧିକ ଶିକ୍ଷା ଲାଭ କରିଥିଲେ l ନବ ବାବୁ 1989ରେ ଇଂରାଜିରେ ଏମଏ ଓ 1994ରେ ଆଇନରେ ସାନ୍ନାତକ ଡିଗ୍ରୀ ହାସଲ କରିଥିଲେ l ମୁଦିପଡା ନିବାସୀ ନୃସିଂହ ଦାସ ଓ ବିଷ୍ଣୁପ୍ରିୟା ଦାସଙ୍କ ଦ୍ୱିତୀୟ ପୁତ୍ର ଥିଲେ ନବକିଶୋର l ତାଙ୍କର ବଡ଼ଭାଇ ରାଜକିଶୋର ଦାସ, ଦୁଇ ସାନ ଭାଇ ବ୍ରଜକିଶୋର ଓ ଯୁଗଳ କିଶୋର ଦାସ ସମ୍ବଲପୁରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ l ନବ ମିନତୀ ଦାସଙ୍କୁ ବିବାହ କରିଥିଲାବେଳେ ସେମାନଙ୍କ ର ଗୋଟିଏ ପୁଅ ଵିଶାଲ ଓ ଗୋଟିଏ ଝିଅ ଦୀପାଳି ଅଛନ୍ତି l ଝିଅ ଦୀପାଳିଙ୍କୁ ନବ ନିଜର ରାଜନୌତିକ ଉତ୍ତରାଧିକାରୀଭାବେ ପରିଚିତ କରାଉଥିଲେ l ନିଜ ପିତାମାତାଙ୍କ ନାମରେ ଦା୍ତ୍ତବ୍ୟ କାର୍ଯ୍ୟ ପାଇଁ ସେ ନୃସିଂହବିଷ୍ଣୁପ୍ରିୟା ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଠନ କରିଥିଲେ l

    ସମ୍ବଲପୁର ସହରରେ ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା ନବ କିଶୋର ଦାସଙ୍କ ଜୀବନ l 1980 ମସିହାରେ ନବ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ସୁରେଶ ପୂଜାରିଙ୍କ ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନରେ ପ୍ରଥମେ ସାମିଲ ହୋଇଥିଲେ ହେଲେ କୌଣସି କାରଣରୁ ମତାନ୍ତର ହେବାପରେ ସେ ଆନ୍ଦୋଳନ ମାଝୀରୁ କଂଗ୍ରେସ ଆଡ଼କୁ ଢଳି ଏହାକୁ ବିରୋଧ କରିଥିଲେ l ସେହି ସମୟରୁ ସେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଛାତ୍ର ରାଜନୀତିକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ l କଂଗ୍ରେସରେ ଯୋଗ ଦେବାପରେ ଦଳରେ ତାଙ୍କର ପତିଆରା ବୃଦ୍ଧି ପାଇଥିଲା l ସେ ଛାତ୍ର ଓ ଯୁବକଂଗ୍ରେସର ରାଜ୍ୟ ସାଧାରଣ ସଂପାଦକଭାବେ କାର୍ଯ୍ୟ କରିଥିଲେ l ସେ ସେତେବେଳେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ ଏବଂ ସମ୍ବଲପୁର ଜିଲ୍ଲା କଂଗ୍ରେସ ରାଜନୀତିକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ l ଫଳରେ ସ୍ଥାନୀୟ କଂଗ୍ରେସ ନେତାମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ l

    ଯୁବାବସ୍ଥାରୁ ନବ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କୁ ବିରୋଧ କରିବା ପାଇଁ ତାଙ୍କ ଦଳ କଂଗ୍ରେସ ଓ ବିରୋଧୀ ଦଳର ନେତାମାନେ ଏକାଠି ହେଉଥିଲେ l ଜିଏମ କଲେଜରେ ଦୀର୍ଘ ଦୁଇଦଶନ୍ଧୀ ଧରି ଛାତ୍ର ରାଜନୀତିକୁ ନିୟନ୍ତ୍ରଣ କରିଥିଲେ l କିନ୍ତୁ ଗୋଟିଏଥର ନିଜେ ଲଢ଼ି ପରାସ୍ତ ହୋଇଥିଲେ l 1983 ମସିହା ଘଟଣା l ସେ ଜିଏମ ଛାତ୍ରସଂସଦର ସାଧାରଣ ସଂପାଦକ ପଦରେ ଲଢ଼ି ଓମକାର ତ୍ରିପାଠୀଙ୍କଠାରୁ ହାରି ଯାଇଥିଲେ l ଏହାପରେ ସେ ନିଜେ କେବେ ଲଢ଼ି ନଥିଲେ ବି 1998 ମସିହାରେ ଜିଏମରେ ଶେଷ ପ୍ରତ୍ୟକ୍ଷ ନିର୍ବାଚନ ପର୍ଯନ୍ତ ପ୍ରତିବର୍ଷ ତାଙ୍କ ପ୍ରାର୍ଥୀ ଛିଡା ହେଉଥିଲେ l

    ସମ୍ବଲପୁରରେ ଛାତ୍ରଜୀବନରୁ ଜଣେ ବାହୁବଳୀ ନେତାଭାବେ ନିଜ ଛବି ତିଆରି କରିଥିବା ନବଙ୍କୁ କିନ୍ତୁ ଭୋଟ ରାଜନୀତିରେ ସଫଳତା ପାଇଁ ଅନ୍ୟ ଠିକଣା ଖୋଜିବାକୁ ପଡିଥିଲା l ବାହୁବଳୀ ଛବି ସମ୍ବଲପୁରର ସାଧାରଣ ପ୍ରତ୍ୟକ୍ଷ ରାଜନୀତିରେ ତାଙ୍କ ପାଇଁ ବାଧକ ସାଜିଥିଲା l ଜାନକୀବାବୁ ନବଙ୍କୁ ଟିକଟ ଦେବାକୁ ଚାହିଁଥିଲେ ବି ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ତାହା ଗ୍ରହଣୀୟ ହୋଇନଥିଲା l

    ଝାରସୁଗୁଡାରେ ସତେଯେମିତି ନବଙ୍କୁ ସବୁପ୍ରକାର ସଫଳତା ଅପେକ୍ଷା କରି ରହିଥିଲା l ସମ୍ବଲପୁରରୁ ଯିବାପରେ ସେ ପ୍ରଥମେ ସରବାହଲ ଅଞ୍ଚଳରେ ଏକ ଭଡାଘର ନେଇ ରହୁଥିଲେ ଓ ନିଜ ପାଇଁ ରାଜନୌତିକ କ୍ଷେତ୍ର ପ୍ରସ୍ତୁତ କରିଥିଲେ l ସେଠାରେ ନିଜ ସଂଗଠନ ଗଢ଼ିଥିଲେ l 2004 ମସିହାରେ ସେ ଝାରସୁଗୁଡାରୁ କଂଗ୍ରେସ ଟିକଟରେ ଲଢ଼ି ପରାସ୍ତ ହୋଇଥିଲେ l 2009 ଓ 2014ରେ କଂଗ୍ରେସ ମୂଳପୋଛ ହୋଇ ଯାଇଥିଲେ ବି ଏକମାତ୍ର ଝାରସୁଗୁଡାରେ ନବଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଗଠନ କରିଥିଲା l ସାରାରାଜ୍ୟରେ ଏକାକୀ କଂଗ୍ରେସର ଝଣ୍ଡାକୁ ଟେକି ଧରିଥିବା ନବ 2019 ନିର୍ବାଚନ ପୂର୍ବରୁ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ l ଏହାପରେ ଝାରସୁଗୁଡାରେ ନବଙ୍କ ଜନଧାରା ସଂପୂର୍ଣ୍ଣଭାବେ ବିଜେଡି ପକ୍ଷକୁ ମୋଡି ହୋଇଯାଇଥିଲା l ହେଲେ, ଝାରସୁଗୁଡା ରାଜନୀତିରେ ତାଙ୍କର ମୁଖ୍ୟ ରାଜନୈତିକ ପ୍ରତିଦ୍ବନ୍ଦୀ କିଶୋର ମହାନ୍ତିଙ୍କ ସହ ଗୋଟିଏ ଦଳରେ ରହିବା ପରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା l କିନ୍ତୁ ପୁରୁଣା ନେତା କିଶୋରଙ୍କୁ ବ୍ରଜରାଜନଗରକୁ ନେଇ ବିଜେଡି ନବଙ୍କୁ ହିଁ ଝାରସୁଗୁଡା ଟିକେଟ ଦେଇଥିଲା l ସେ ବଡ଼ ବିଜୟ ସହ ତୃତୀୟଥର ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ୱାସ୍ଥ୍ୟମନ୍ତ୍ରୀଭାବେ ସ୍ଥାନ ପାଇଥିଲେ l ନବ ବାବୁ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ ଓଡିଶା ଏହାର ଇତିହାସର ସବୁଠୁ ସ୍ୱାସ୍ଥ୍ୟ ସଂକଟର ସାମନା କରିଥିଲେ l କୋଭିଡ ମହାମାରି ଭଳି ବଡ଼ ବିପଦକୁ ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଥିଲେ l

    ନବକିଶୋର ଦାସ ବସ ମାଲିକଭାବେ ନିଜ ବ୍ୟବସାୟୀକ ଜୀବନ ଆରମ୍ଭ କରିଥିଲେ l ସମ୍ବଲପୁରରୁ ଗୋଟିଏ, ଦୁଇଟି ବସ ଚଳାଇ ପରେ ଏହାର ସଂଖ୍ୟା ବୃଦ୍ଧି କରିଥିଲେ l ହେଲେ ଝାରସୁଗୁଡାକୁ ଯିବାପରେ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ସମୃଦ୍ଦିର ଶୀର୍ଷ ଛୁଇଁଥିଲ l ଝାରସୁଗୁଡାରେ ଶିଳ୍ପର ବିକାଶ ସହ ନବଙ୍କ ବ୍ୟବସାୟିକ ଅଭ୍ୟୁତଥାନ ହୋଇଥିଲା l ପରବର୍ତ୍ତୀ ସମୟରେ ନବ ଟ୍ରାନ୍ସପୋର୍ଟ, ରୀୟଲଇଷ୍ଟେଟ, ହୋଟେଲ ଶିଳ୍ପ ଭଳି ବ୍ୟବସାୟୀକରେ ପାଦ ଥାପି ସଫଳ ହୋଇଥିଲେ l ସମ୍ବଲପୁର – ଝାରସୁଗୁଡା ଶିଳ୍ପାଞ୍ଚଳରେ ବହୁ କାରଖାନାର ପରିବହନ ବ୍ୟବସ୍ଥାକୁ ନବ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ନିୟନ୍ତ୍ରିତ କରୁଥିଲେ l ଏକାଥିକ କାରଖାନାରେ ତାଙ୍କ ନିଜ ପରିବାର ଓ ସମର୍ଥକଙ୍କ ନାମରେ ଶହଶହ ଗାଡି ଚାଲୁଥିଲେ l ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସେ ସବୁଠୁ ଧନୀ ମନ୍ତ୍ରୀ ଥିଲେ l ସେ ନିଜ ଦଳ ବିଜେଡି ପାଇଁ ଅର୍ଥ ଯୋଗାଡ଼ରେ ବି ପ୍ରମୁଖ ଭୁମିକା ନିର୍ବାହ କରୁଥିଲେ l ସେହି କାରଣରୁ ଦଳରେ ତାଙ୍କର ଗୁରୁତ୍ୱ ଯଥେଷ୍ଟ ଅଧିକ ଥିଲା l ଆଜି ପର୍ଯନ୍ତ ପଶ୍ଚିମ ଓଡିଶାର ଯେଉଁ କେତେଜଣ ହାତଗଣିତା ରାଜନେତା ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଥିଲେ ବା କରିବା ଦକ୍ଷତା ରଖିଥିଲେ ସେମାନଙ୍କ ମଧ୍ୟ୍ୟରେ ନବ ଦାସ ଅନ୍ୟତମ ଓ ସଦ୍ୟତମ ଥିଲେ


About Me

The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.

Follow Me On

Subscribe To My Newsletter

Subscribe for new travel stories and exclusive content.

Design a site like this with WordPress.com
Get started