Hello, I’m Veronica
The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.
-
#West Indies beat India by 6 wickets in 2nd ODI to keep series alive.


Celebration moment’s for WI Barbador 29/07- India and West Indies in the second ODI, India won the first match, West Indies won the second ODI and tied the match. The home team defeated India by 6 wickets.West Indies chased down the target of 182 runs in 36.4 overs.

Summary Scoreboard:-
India 181/10 in 40.5 overs (Ishan Kisan-55, Subman Gill-34, Surya Kumar Jadav-24, Sahadul Thakur-16, Gudkesh Moti-3/36, Romario Shepherd-3/37, Alzari Joseph-2/35, Yannick Kariya-1/25, Jayden Sills-1/28, West Indies 182/4 in 36.4 overs (Saye Hope-63, Kisey Kati-48, Kyle Myers-36, Sahardul Thakur-3/42, Kuldeep Jacob-1 /30)#West Indies beat India by 6 wickets in 2nd ODI to keep series alive.
-
#India vs West Indies 2nd ODI today

Place :- Barbados
Time: 07:00 p.m.
Broadcast:- DD Sports
#India vs West Indies 2nd ODI today
-
ravichandran ashwin and ravindra jadeja

250 wicket +2500 ରନରେ ଜାଦେଜା ଦ୍ଵିତୀୟ ଦ୍ରୁତତମ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିବସରେ ଦୁଇ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ୱିନୀ ଅସାଧାରଣ ମାଇଲାଖୁଣ୍ଟ କ୍ଳବରେ ସାମିଲ ହୋଇଛନ୍ତି l ଏଥି ସହିତ ଦୁହେଁ ମଧ୍ୟ ଟେଷ୍ଟ କ୍ରିକେଟରେ କ୍ଵାଚିତ ସଫଳତା ହାତେଇଥିବା ଖେଳାଳିଙ୍କ ସହ ଯୋଡ଼ି ହୋଇଯାଇଛନ୍ତି l ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଶତକ ଦିଗରେ ଅଗ୍ରସର ହେଉଥିବା ଓପନର ଉସମାନ ଖୱାଜାଙ୍କୁ ଆଉଟ କରି ଜାଦେଜା ତାଙ୍କ ଟେଷ୍ଟ କ୍ୟାରିୟରର 250 ତମ wicket ପୂରଣ କରିଥିଲେ l ଏହାପରେ ପ୍ରତିପକ୍ଷ ଅଧିନାୟକ ପ୍ୟାଟ କମିନ୍ସ ଓ ଟଡ଼ ମାର୍ଫିଙ୍କୁ ଶିକାର କରି ଏହି ସଂଖ୍ୟାକୁ 252କୁ ବୃଦ୍ଧି କରିଥିଲେ l
ତେବେ 250 ତମ wicket ଦଖଲ କରିବା ମାତ୍ରେ ଜାଦେଜା କିଂବଦନ୍ତି ବୋଲର ଇଂଲଣ୍ଡର ଇଆନ ବୋଥାମ, ପାକିସ୍ତାନର ଇମ୍ରାନ ଖାନ, ଭାରତର କପିଳ ଦେବ, ନ୍ୟୁଜିଲାଣ୍ଡର ରିଚାର୍ଜ ହାଡ଼ଲି, ଦକ୍ଷୀଣ ଆଫ୍ରିକାର ସନ ପୋଲକ ଏବଂ ଭାରତର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବିରଳ ଯୁଗଳ (250 wicket +2500ରନ ) କିର୍ତ୍ତୀମାନର ସାମକକ୍ଷ ହୋଇଥିଲେ l ତେବେ ଏକ୍ଷେତ୍ରରେ ଜାଦେଜା ମଧ୍ୟ କିଂବଦନ୍ତି ଇଂଲଣ୍ଡ ଅଲରାଉଣ୍ଡର ଇଆନ ବୋଥାମଙ୍କ ପରେ ଦ୍ଵିତୀୟ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ l ବୋଥାମ 55 ଟେଷ୍ଟରୁ ଏଭଳି ଯୁଗଳ ସଫଳତା ହାତେଇଥିଲା ବେଳେ ଜାଦେଜା 62 ଟେଷ୍ଟରୁ ହାସଲ କରିଛନ୍ତି l ଫଳରେ ଇମ୍ରାନ (64), କପିଳ (65), ହାଡ଼ଲି (79), ପୋଲକ (71), ରବିଚନ୍ଦ୍ରନ ଅଶ୍ୱିନୀ (75) ଙ୍କୁ ପଛରେ ପକାଇ ଦେଇଛନ୍ତି l ଏହି ମାଇଲଖୁଣ୍ଟ ଛୁଇଁଥିବା ଜାଦେଜାଙ୍କ ବୋଲିଂ ହାରାହାରି 24 ଥିଲା ବେଳେ 37 ହାରରେ 2593 ରନ କରିସାରିଛନ୍ତି l
-
latest news on adani power in odia news

ଗୌତମ ଆଦାନୀ ଗୁଜରାଟର ଏହି ବ୍ୟବସାୟୀ କେବଳ ଭାରତ ନୁହେଁ ବିଶ୍ୱବ୍ୟାପି ଏକ ପରିଚିତ ନାମ l ଅଳ୍ପ ଦିନ ଭିତରେ ନିଜ ସମ୍ପତ୍ତିକୁ ଅସମ୍ଭବ ବେଗରେ ବଢ଼ାଇ ସେ ଇର୍ଷାଣୀୟ ସଫଳତା ପାଇଥିଲେ l କିଛି ମାସ ପୂର୍ବେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟସ, ଆମାଜନ ମୁଖ୍ୟ ଜେଫ ବେଜୋସଙ୍କ ଭଳି ଧନୀଙ୍କୁ ପଛରେ ପକାଇ ସେ ବିଶ୍ୱର ତୃତୀୟ ବଡ଼ ଧନୀ ଭାବେ ଉଭା ହୋଇ ସାରା ବିଶ୍ୱକୁ ଚକିତ କରିଦେଇଥିଲେ l ତାଙ୍କ ଉତଥାନ ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ବେଳେ ଉଦ୍ୟୋଗ ଜଗତରେ ଇର୍ଷା ମଧ୍ୟ ସୃଷ୍ଟି କରିଥିଲା l ସବୁକିଛି ଠିକ ଚାଲିଥିଲା ଚଳିତ ବର୍ଷ ଜାନୁଆରୀ 24 ରେ ଅଦାନୀଙ୍କ ପାଇଁ ଆସିଥିଲା ତାଙ୍କ ଜୀବନର ସବୁଠୁ କଳା ଦିନ l ଏଭଳି ସମୟ ଆସିବ ବୋଲି ସେ କେବେ କଳ୍ପନା ସୁଦ୍ଧା କରି ନଥିବେ l ସେହିଦିନ ଆମେରିକାର ନ୍ୟୁୟର୍କ ସହର ସ୍ଥିତ ହିଣ୍ଡେନବର୍ଗ ରିସର୍ଚ୍ଚ ନାମକ ଏକ ଅନାମଧେୟ ସଂସ୍ଥା 32,000 ଶବ୍ଦର ଏକ ରିପୋର୍ଟ ପ୍ରକାଶ କରିଥିଲା ଯାହା ଆଦାନୀ ସାମ୍ରାଜ୍ୟ ଉପରେ ବୋମା ସଦୃଶ ପଡିଥିଲା l ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ହେରଫେର, ଆକାଉଣ୍ଟ ଜାଲିଆତି ଓ ଜାଲ ସଂସ୍ଥା ସ୍ଥାପନ କରି ଠକେଇ କରୁଥିବା ଭଳି ଗମ୍ଭିର ଅଭିଯୋଗ ଆଣିଥିଲା ହିଣ୍ଡେନବର୍ଗ l ଏହି ରିପୋର୍ଟର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଆଦାନୀ ସାମ୍ରାଜ୍ୟକୁ ସମ୍ପୂର୍ଣ ଦୋହଲିଯାଇଥିଲା l ପ୍ରତିଦିନ ଆଦାନୀ ଗ୍ରୁପ ଅଧୀନରେ ଥିବା କଂପାନିଗୁଡିକର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଲା l ମାତ୍ର 10 ଦିନ ଭିତରେ ନିବେଶକମନେ 10 ଲକ୍ଷ କୋଟି ଟଙ୍କା ହରାଇଲେଣି l ହ୍ରାସର ଏହି ଧାରା ଅବ୍ୟାହତ ରହିଛି l ବିଶ୍ୱର ତିନି ନମ୍ବର ସ୍ଥାନରେ ଥିବା ଆଦାନୀ ସମ୍ପତି ମଧ୍ୟ ସେହି ଅନୁସାରେ ହ୍ରାସ ପାଇବାରୁ ସେ 17 ତମ ସ୍ଥାନକୁ ଖସିଆସିଛନ୍ତି l ଏହି ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଆଦାନୀଙ୍କ ଅଡୁଆ ବଢିବାରେ ଲାଗିଛି l ଆଦାନୀ ସାମ୍ରାଜ୍ୟରେ ପତନର ଯେଉଁ ଧାରା ଜାରି ରହିଛି ତାହା ବୁଝିବାକୁ ହେଲେ ପ୍ରଥମେ ହିଣ୍ଡେନବର୍ଗ ରିସର୍ଚ୍ଚକୁ ଜାଣିବାକୁ ପଡିବ l ନାଥନ ଆଣ୍ଡରସନ ନାମକ ଜଣେ ବ୍ୟକ୍ତି 2017ରେ ଏହି ସଂସ୍ଥା ଗଠନ କରିଥିଲେ l

ପେସାରେ ଜଣେ ଚାର୍ଟାର୍ଡ ଫାଇନାନସିଆଲ ଆନାଲିଷ୍ଟି ଥିବା ନାଥନଙ୍କ ଏହି କଂପାନୀ ଆର୍ଥିକ ଦୁନିଆର ଜଟିଳ ବିଷୟ ଉପରେ ଗବେଷଣା କରୁଛି l କିଛି ନିର୍ଦ୍ଧିଷ୍ଟ ସଂସ୍ଥାକୁ ଏହା ଟାର୍ଗେଟ କରି ତା ‘ ବିଷୟରେ ଏହା ରିପୋର୍ଟ ଜାରି କରିଥାଏ l ବର୍ତ୍ତମାନ ସୁଦ୍ଧା 15ଟି କଂପାନି ବିରୋଧରେ ହିଣ୍ଡେନବର୍ଗ ଏଭଳି ରିପୋର୍ଟ ଜାରି କରିଛି l ଆଦାନୀ ହେଉଛି ତାହାର ଶିକାର l ଅତୀତକୁ ବିଶ୍ଳେଷଣ କଲେ ହିଣ୍ଡେନବର୍ଗ ରିପୋର୍ଟର ଏକ ନିର୍ଦ୍ଧିଷ୍ଟ ଧାରା ସାମ୍ନାକୁ ଆସିଛି l ତାହା ହେଉଛି ଯେଉଁ ସଂସ୍ଥାକୁ ଏହା ଟାର୍ଗେଟ କରେ ସାମୟିକ ଭାବେ ତାହାର ସେୟାର ମୂଲ୍ୟରେ ଦ୍ରୁତଗତିରେ ହ୍ରାସ ଘଟିଥାଏ l ଏହାକୁ ଆର୍ଥିକ ବଜାର ବା ସର୍ଟ -ସେଲିଂ କୁହାଯାଏ l ଏଠାରେ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି ଯେ ହିଣ୍ଡେନବର୍ଗ ରିପୋର୍ଟ ପାଇଁ ଆଦାନୀ ଗ୍ରୁପର ଯେଉଁ କ୍ଷତି ହେଉଛି ତାହା ବର୍ତ୍ତମାନ ସୁଦ୍ଧା କେବଳ ସେୟାର ମୂଲ୍ୟ କମୁଥିବାରୁ କଂପାନୀ କ୍ଷତି ସହୁଛି l ଆଦାନୀ ଗ୍ରୁପ ଅଧୀନରେ ଷ୍ଟକ ବଜାରରେ ଥିବା 10ଟି କଂପାନିର ସେୟାର ଷ୍ଟକ ବଜାରରେ କାରବାର ହେଉଛି l ସେହି କଂପାନିଗୁଡିକ ହେଉଛି ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ, ଆଦାନୀ ପାୱାର, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଟ୍ରାନ୍ସମିସନ, ଆଦାନୀ ୱିଲମାର, ଆମ୍ବୁଜା ସିମେଣ୍ଟ ଏସିସି ଓ ଏନଡିଟିଭି l ଏହି କଂପାନିଗୁଡିକ ମାଧ୍ୟ୍ୟରୁ ଅଧିକାଂଶ ସଂସ୍ଥାର ସେୟାର ମୂଲ୍ୟରେ ପାଖାପାଖି ଅଧା ହ୍ରାସ ଘଟିଛି l ସେଥିପାଇଁ ଏହି ସଂସ୍ଥାରେ ନିବେଶ କରିଥିବା ନିବେଶକ ଓ ସଂସ୍ଥାଗୁଡିକ କ୍ଷତିଗ୍ରସ୍ତ ହୋଇଛନ୍ତି l
ସବୁଜ ଶକ୍ତି ପ୍ରକଳ୍ପ ଲାଗି ସଂଗ୍ରହ ହୋଇଥିବା ପାଣ୍ଠିକୁ କଂମ୍ପାନି ପ୍ରଦୂଷଣ ସୃଷ୍ଟିକରି ଅଷ୍ଟ୍ରେଲିଆର କୋଇଲା ଖଣି ପ୍ରକଳ୍ପରେ ନିବେଶ କରିଥିବା ସନ୍ଦେହ କରାଯାଉଛି l ଅଷ୍ଟ୍ରେଲିଆ ଖଣି ପ୍ରକଳ୍ପ ଲାଗି ‘ଆଦାନି ଗ୍ରୀନ ଏନର୍ଜି ‘ର ସେୟାରକୁ ବନ୍ଦକ ରଖି କମ୍ପାନୀ ଋଣ ଆଣିଛି l ଫଳରେ ପରିବେଶ, ନିରନ୍ତରତା ଓ ଗଭର୍ଣ୍ଣାସ (ଇଏସଜି ) ପ୍ରତି ଆଦାନୀ ଗ୍ରୁପର ରହିଥିବା ପ୍ରତିବଦ୍ଧତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି କର୍ପୋରେଟ ଜଗତର ବହୁ ନାମକରା ସଂସ୍ଥା ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବା ପ୍ରକଳ୍ପରେ ପୁଞ୍ଜିନିବେଶ କରିବା ବନ୍ଦ କରିଦେଇଛନ୍ତି l ଏହା ଜରିଆରେ ସେମାନେ ଇଏସଜି ପ୍ରତି ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛନ୍ତି l କୌଣସି ପରିସ୍ଥିତିରେ ସେମାନଙ୍କ ଟଙ୍କାଟିଏ ନିବେଶ ପରିବେଶକୁ ବିପଦରେ ପକାଇବା ଭଳି କାର୍ଯ୍ୟରେ ବିନିଯୋଗ ହେଉ ବୋଲି ସେମାନେ ଚାହୁନାହାନ୍ତି l
ଏଭଳି ଏକ ସମୟରେ ଗ୍ରୀନ ସେୟାର ବନ୍ଦକ ରଖି ଅଣାଯାଇଥିବା ଋଣକୁ କୋଇଲା ଖନିରେ ଆଦାନୀ ଗ୍ରୁପ ନିବେଶ କରିଥିବା ଜଣାପଡିବା ପରେ ସେଭଳି ନିବେଶକମାନେ ଚିନ୍ତିତ ହୋଇପଡିଛନ୍ତି l କାରଣ ଇଏସଜି ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ବହୁ ନିବେଶକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଆଦାନୀଙ୍କ ସଂସ୍ଥାରେ ନିବେଶ କରିଥିବା ଜଣାପଡିଛି l
ଅଷ୍ଟ୍ରେଲିଆର କୁଇନସଲ୍ୟାଣ୍ତରେ ଆଦାନୀ କୋଇଲା ଖଣି ପ୍ରକଳ୍ପକୁ ପରିବେଶବିତମାନେ ପ୍ରବଳ ବିରୋଧ କରୁଛନ୍ତି l ସେହି ପ୍ରକଳ୍ପକୁ ପାଣ୍ଠି ଦେଇଥିବା ସଂସ୍ଥାଗୁଡିକୁ ମଧ୍ୟ ସେମାନେ ନିନ୍ଦା କରୁଛ ନ୍ତି l ଗ୍ରିନ ଏନର୍ଜି ସେୟାରକୁ ବନ୍ଦକ ରଖି ଅଣାଯାଇଥିବା ଋଣକୁ ଆଦାନୀ ଗ୍ରୁପ ଏହି ପ୍ରକଳ୍ପରେ ବ୍ୟବହାର କରିଥିବା ଜଣାପଡିବା ପରେ ଇଏସଜି ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ନରୱେର ସର୍ବବୃହତ ପେନସନ ଫଣ୍ଡ ‘କେଏଲପି ‘ ଆଦାନୀ ଗ୍ରୁପରୁ ନିଜର ସମସ୍ତ ପାଣ୍ଠିକୁ ପ୍ରତ୍ୟାହାର କରିନେଇଛି l ଏହାପରେ ଜଣାପଡିଥିଲା ଯେ ଆଦାନୀ ଗ୍ରୁପ ଗ୍ରିନ ପାଣ୍ଠିକୁ ଅନ୍ୟତ୍ର ବିନିଯୋଗ କରୁଛି l
ବ୍ଲମବର୍ଗ ତଥ୍ୟ ଅନୁଯାୟୀ ୟୁରୋପିୟ ସଂଘ ଅଧୀନରେ ଥିବା 500ରୁ ଅଧିକ ଇଏସଜି ପ୍ରତିବାଦ୍ଧ ସଂସ୍ଥା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଆଦାନି ଗ୍ରୁପ ସହ ଜଡିତ ଅଛନ୍ତି anthoposin flixd income institutions ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଲଫା ଏର୍ଲାଣ୍ତସନଙ୍କ ମତରେ ଆଦାନୀ ଗ୍ରୁପର ବିଭିନ୍ନ ସଂସ୍ଥାରେ ହେଉଥିବା ନିବେଶ ଅଲଗା ବାଟରେ ଆସି ଅଷ୍ଟ୍ରେଲିଆ କୋଇଲା ଖଣି ପ୍ରକଳ୍ପରେ ବିନିଯୋଗ ହେଉଛି l ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଦର୍ଶାଇଥିବା ନିବେଶକମାନେ ଆଦାନୀ ଗ୍ରୁପ କରିଥିବା ନିବେଶର ପୁନବିର୍ଚାର କରିବା ଦରକାର ବୋଲି ସେ କହିଛନ୍ତି l
ହିଣ୍ଡେନବର୍ଗ ଏହାର ରିପୋର୍ଟରେ ଅଭିଯୋଗ କରିଥିଲା ଯେ ଆଦାନୀ ଗ୍ରୁପରେ ଥିବା ସବୁ ସଂସ୍ଥାର ପରସ୍ପର ସହ ସମ୍ପର୍କ ରହିଛି l କୌଣସି ସଂସ୍ଥା କାହାଠାରୁ ଅଲଗା ନୁହେଁ l ସେମାନଙ୍କ ପ୍ରଦର୍ଶନ କିମ୍ବା ବିଫଳତା ପରସ୍ପର ସହ ଜଡିତ ରହିଛି l ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସଆଣ୍ଡପି ଗ୍ଲୋବାଲ ପକ୍ଷରୁ ଡାଓ ଜୋନସ ସଷ୍ଟେନେବିଲିଟି ଇଣ୍ଡେକ୍ସରୁ ଆଦାନୀ ଏଣ୍ଟରପ୍ରାଇଜେଓକୁ ବାହାର କରାଯାଇଛି l ବିଭିନ୍ନ ଆଦାନୀ କଂପାନୀର ଇଏସଜି ସ୍କୋର ହ୍ରାସ ପାଇଛି l ଏମଏସସିଆଇ ପକ୍ଷରୁ ଆଦାନୀ କଂପାନିଗୁଡିକର ଇଏସଜି ଶୁଚିର ସମିକ୍ଷା କରାଯିବ l ଫ୍ରାନ୍ସର ଟୋଟାଲ ଏନର୍ଜିସ ଗ୍ରିନ ହାଇଡ୍ରୋଜେନ ପାଇଁ ଆଦାନୀ ଗ୍ରୁପ ସହ ହୋଇଥିବା ଚୁକ୍ତି ଉପରେ ରୋକ ଲଗାଇଛି l
-
Richa Ghosh will buy a flat for his parents

Richa ghosh ପ୍ରଥମ ଥର ଆୟୋଜିତ ହେବାକୁ ଯାଉଥିବା ମହିଳା ପ୍ରିମିୟର ଲିଗରେ 19 ବର୍ଷିୟା wicket ରକ୍ଷକ ରିଚା ଘୋଷଙ୍କୁ 1.90 କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି l ତେବେ ତାଙ୍କର ନିଲାମ ଖବର ଶୁଣିବା ପରେ ମହିଳା ପ୍ରିମିୟର ଲିଗରୁ ମିଳିବାକୁ ଥିବା ଅର୍ଥରେ ପ୍ରଥମେ ତାଙ୍କ ବାପା -ମା ‘ଙ୍କ ପାଇଁ କୋଲକତାରେ ଏକ ଫ୍ଲାଟ କିଣିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି l ସିଲିଗୁଡିର ବାସିନ୍ଦା ରୀଚା ଙ୍କ ବାପା ଜଣେ ପାର୍ଟଟାଇମ ଅମ୍ପାୟାର ଭାବେ କାର୍ଯ୍ୟ କରୁଛନ୍ତି l ରିଚା ଭାରତ ପାଇଁ ଖେଳନ୍ତୁ ବୋଲି ତାଙ୍କ ବାପା -ମା ‘ ଆଗ୍ରହ ରଖିଥିଲେ l ଏବେ ସେ ଭାରତ ପାଇଁ ଖେଳୁଥିବା ବେଳେ ଆଗକୁ ଦଳର ନେତୃତ୍ୱ ନେଇ କୌଣସି ବଡ଼ ପ୍ରତିଯୋଗିତାରେ ଭାରତକୁ ଜିତାଇବାକୁ ଲକ୍ଷ୍ୟ ରଖିଛନ୍ତି l ତାଙ୍କୁ ଭଲ କ୍ରିକେଟର କରିବା ପାଇଁ ବାପା -ମା ‘ ବହୁତ ପରିଶ୍ରମ କରିଛନ୍ତି l ଏବେ ସେମାନେ ଆରାମ କରିବା ପାଇଁ ସମୟ ଆସିଛି l କୋଲକାତାରେ ଫ୍ଲାଟ କିଣିବା ପରେ ସେଠାରେ ସେମାନଙ୍କ ପରବର୍ତ୍ତୀ ଜୀବନକୁ ଉପଭୋଗ କରନ୍ତୁ ବୋଲି ରିଚା ଚାହିଁଛନ୍ତି l ମହିଳା ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଅପରାଜିତ 30 ରନର ପାଳି ଖେଳିବାର ଗୋଟିଏ ଦିନ ପରେ ଏହି ଖୁସି ଖବର ଆସିଛି l ଏପରିକି 19 ବର୍ଷରୁ କମ ବିଶ୍ୱକପ ବିଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ l ତାଙ୍କ ପ୍ରଦର୍ଶନ ଯୋଗୁ ନିଲାମ ବେଳେ ସେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୈର (1.8 କୋଟି ) ଙ୍କୁ ପଛରେ ଦେଇଥିଲେ l

-
Eoin Morgan

Name – Eoin Morgan
Born – September 10,1986 Dublin
Age - 36 years Team - England,Ireland,England lion Nickname - Morgan Batstyle - left handed bat Bowlestyle - Right -arm medium High - 1.75m(5ft9in) Role - Middle -orderbats man
National Information
National side -Ireland(2006-2009
Test debut -27 may 2010 England vs Bangaladesh
Last Test - 3 February 2012,England vs Pakistan
ODI debut - 5 August 2006,Ireland vs Scotland Last ODI - 19 june 2022 England vs Netherlands Last - 23 January 2023 England vs west IndiesMorgan was born on 10 September 1986 in Dublin and brought up in Rush, where his father jody was from, his mother Olivia is English. He learned to play cricket at Rush cricket club, where his father, was third captain.
He was educated at the Catholic University schools on lesson street, where he played in three Leinster senior schools -cup champion teams. In his early teens, Morgan played hurling twice a week. Often questioned as to it’s influence in the development of his skills as a batsman, Morgan down plays this asd

ଲଣ୍ଡନର ପୂର୍ବତନ ଅଧିନାୟକ ଇଅନ ମୋର୍ଗାନ ସୋମବାର ସମସ୍ତ cricket ରୁ ଅବସର ଘୋଷଣା କରିଛନ୍ତି l 2019ରେ ତାଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମ ଥର ଦିନିକିଆ ବିଶ୍ୱକପ ବିଜେତା ହୋଇଥିଲା l ଡ଼ବଲିନରେ ଜନ୍ମିତ ମୋର୍ଗାନ 16 ବର୍ଷ ବୟସରେ ଆୟର୍ଲାଣ୍ଡ ପକ୍ଷରୁ ଦିନିକିଆ ପଦାର୍ପଣ କରିଥିଲେ l ଏହାପରେ 2009ରେ ସେ ଇଂଲଣ୍ଡ ପାଇଁ ଖେଳିଥିଲେ l ମୋର୍ଗାନ 2006 ରୁ 2022 ମଧ୍ୟରେ 16 ଟେଷ୍ଟ,248 ଦିନିକିଆ ଓ 115 ଟେଷ୍ଟ 20 ଅନ୍ତର୍ଜାତୀୟ ଖେଳିଛନ୍ତି l ସେ 7701 ଦିନିକିଆ,2458 ଟ୍ୱେଣ୍ଟି -20ଓ 700 ଟେଷ୍ଟ ରନ କରିଛନ୍ତି l 126 ଦିନିକିଆ ଓ 72 ଟ୍ୱେଣ୍ଟି -20 ରେ ମୋର୍ଗାନ ଇଂଲଣ୍ଡ ଦଳର ନେତୃତ୍ୱ ନେଇଥିଲା ବେଳେ ଉଭୟ ଫର୍ମାଟରେ 118 ବିଜୟ ପାଇଥିଲା l ସେ ମଧ୍ୟ 2010 ଟ୍ୱେଣ୍ଟି -20 ବିଜେତା ଦଳର ସଦସ୍ୟ ଥିଲେ l
ବହୁ ବିଚାରବିମର୍ଶ ପରେ, ଅବସର ନେବାର ଏହା ଉପଯୁକ୍ତ ସମୟ ବୋଲି ବିଶ୍ୱାସ କରିଥିଲି l ବର୍ଷବର୍ଷ ଧରି ଏହି ଖେଳରୁ ବହୁତ କିଛି ପାଇଛି l ଏବେ ପେଶାଗତ ଖେଳର ଦୁଃସାହାସିକ କାର୍ଯ୍ୟ ଓ ଆହ୍ୱାନଗୁଡିକୁ ମନେ ପକାଇବି l ସମସ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଛି l ପରିବାରକୁ ଅଧିକ ସମୟ ଦେବି l ମୋ ଖେଳ ଜୀବନ ସରିଯାଇଛି l ହେଲେ ଭବିଷ୍ୟତରେ ଅନ୍ତର୍ଜାତୀୟ, ଫ୍ରାଞ୍ଚାଇଜ ପ୍ରତିଯୋଗିତାରେ ବ୍ରଡ଼କାଷ୍ଟଗୁଡିକ ସହ ଭାଷ୍ୟକାର ଓ ବିଶେଷଜ୍ଞ ଭାବେ କାର୍ଯ୍ୟ କରିବି ବୋଲି ଟ୍ୱିଟରରେ ପୋଷ୍ଟ କରିଥିବା ପାତ୍ରରେ ମୋର୍ଗାନ ଉଲ୍ଲେଖ କରିଛନ୍ତି l
-
RCB bought for Rs 3.4 crore ( 3.4 କୋଟି ଟଙ୍କାରେ କିଣିଲା ଆରସିବି )
ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣର ଖେଳାଳି ନିଲାମରେ ଭଲ ପ୍ରତିଦ୍ବନ୍ଦୀତା ଦେଖିବାକୁ ମିଳିଛି l ଏମାନଙ୍କ ଭିତରୁ ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳୀ ଭାବେ ବିକ୍ରି ହୋଇଛନ୍ତି l ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) 3 କୋଟି 40 ଲକ୍ଷ ଟଙ୍କାରେ କିଣିଛି l ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ RCB ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଲଢେଇ ହୋଇଥିଲା l ଶେଷରେ RCB ମନ୍ଧାନାଙ୍କୁ ସବୁଠୁ ଅଧିକ ଦରରେ କିଣିବାରେ ସଫଳ ହୋଇଥିଲା l ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମୁମ୍ବାଇ ଅପେକ୍ଷାକୃତ ଶସ୍ତାରେ କିଣିପାରିଛି l ଏପରିକି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ହର୍ମନପ୍ରୀତ ଦାମୀ ଖେଳାଳ ହୋଇପାରିନାହାନ୍ତି l ଏହି ଫ୍ରାଞ୍ଚାଇଜ ଇଂଲଣ୍ଡର ନାତାଲି ସ୍କଭରଙ୍କୁ 3.2 କୋଟି ଟଙ୍କାରେ କିଣିଛି l କେବଳ ଏତିକି ନୁହେଁ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଅଧିକ ଦରରେ କିଣା ହୋଇଥିବା ଶୀର୍ଷ 5 ଖଳାଳୀଙ୍କ ଭିତରେ ବି ହର୍ମନପ୍ରୀତ ସ୍ଥାନ ପାଇନାହାନ୍ତି l
ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ୱାରିଅର୍ସ 2.6 କୋଟି ଟଙ୍କାରେ, ଯେମିମା ରଦ୍ରିଗୁଏଜ ଓ ପ୍ରାରମ୍ବିକ ବ୍ୟାଟର ତଥା 19 ବର୍ଷରୁ କମ ବିଶ୍ୱକପ ବିଜେତା ଦଳର ଅଧିନାୟିକା ଶେଫାଳି ବର୍ମାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଯଥାକ୍ରମେ 2.2 କୋଟି ଓ 2 କୋଟି ଟଙ୍କାରେ କିଣିଛି l ଭାରତୀୟ ଖେଳାଳିଙ୍କ ମଧ୍ୟରୁ ମୋଟ 10 ଜଣଙ୍କୁ 1 କୋଟି କିମ୍ବା ଏହାଠୁ ଅଧିକ ଟଙ୍କାରେ କିଣାଯାଇଛି l ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଆସଲେ ଗାର୍ଡନର ଓ ଇଂଲଣ୍ଡର ନାତିଲି ସ୍କୁଭର 3.2 କୋଟି ଟଙ୍କା ଲେଖାଏରେ କିଣା ହୋଇ ବିଦେଶୀ ଖେଳାଳିଙ୍କ ମଧରେ ଦାମୀ ଖେଳାଳି ହୋଇପାରିଛନ୍ତି l ମୋଟ 87 ଜଣ ଖେଳାଳିଙ୍କୁ ବିଭିନ୍ନ ଦଳ କିଣିଥିଲା ବେଳେ ସେମାନଙ୍କ ମଧ୍ୟରେ 30 ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ l ଖେଳାଳିମାନଙ୍କୁ କିଣିବା ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ 59.5କୋଟି ଟଙ୍କା ଖର୍ଚ୍ଚ କରିଥିଲେ l ସୂଚନାଯୋଗ୍ୟ ନିଲାମ ପାଇଁ 448 ଜଣ ଖେଳାଳିଙ୍କ ନାମକୁ ଚଡାନ୍ତ ତାଲିକାରେ ସାମିଲ କରାଯାଇଥିଲା l

About Me
The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.
Follow Me On
Subscribe To My Newsletter
Subscribe for new travel stories and exclusive content.

